ETV Bharat / state

ଗଜପତି ମହାରାଜ ଆସ୍ଥା ବିଶ୍ବାସର ପ୍ରତୀକ, ସେ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି: ବିଜେପି

author img

By ETV Bharat Odisha Team

Published : Oct 18, 2023, 6:08 PM IST

Updated : Oct 18, 2023, 7:21 PM IST

ସମୀର କହିଛନ୍ତି ‘‘ଗଜପତି ଦିବ୍ୟ ସିଂହ ଦେବଙ୍କ ସହିତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଲୋଚନା ହେଲା । ଅନୁରୋଧ କରିଲୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଚ୍ଚ ସ୍ତରୀୟ କମିଟି ତୁରନ୍ତ କରନ୍ତୁ । ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆଗକୁ ବଢିବ । ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହେଲା । କମିଟି ଗଠନ କରିବାକୁ ପୂର୍ବରୁ ରିଜୋଲ୍ୟୁସନ ମାଧ୍ୟମରେ ଦିଆଯାଇଥିଲା ଏବେ ସରକାର କରିବେ ବୋଲି ଗଜପତି ଆଶାପୋଷଣ କରିଛନ୍ତି । ଗଜପତି କହିଛନ୍ତି ସରକାରଙ୍କୁ ରିଜୋଲ୍ୟୁସନ ମାଧ୍ୟମରେ ସବୁ ଜଣାଇଛନ୍ତି । ଅଧିକ ପଢନ୍ତୁ

ଗଜପତି ମହାରାଜ ଆସ୍ଥା ବିଶ୍ବାସର ପ୍ରତୀକ, ସେ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି: ବିଜେପି
ଗଜପତି ମହାରାଜ ଆସ୍ଥା ବିଶ୍ବାସର ପ୍ରତୀକ, ସେ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି: ବିଜେପି
ଗଜପତି ମହାରାଜ ଆସ୍ଥା ବିଶ୍ବାସର ପ୍ରତୀକ

ଭୁବନେଶ୍ବର: ଗଜପତି ମହାରାଜଙ୍କ ସହିତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଲୋଚନା ହେଲା । ଅନୁରୋଧ କରିଲୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଚ୍ଚ ସ୍ତରୀୟ କମିଟି ତୁରନ୍ତ କରନ୍ତୁ । ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆଗକୁ ବଢୁ । ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହେଲା । କମିଟି ଗଠନ କରିବାକୁ ପୂର୍ବରୁ ରିଜୋଲ୍ୟୁସନ ମାଧ୍ୟମରେ ଦିଆଯାଇଥିଲା । ଏବେ ସରକାର କରିବେ ବୋଲି ଗଜପତି ଆଶାପୋଷଣ କରିଛନ୍ତି । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ନେଇ ଗଜପତି ମହାରାଜଙ୍କୁ ଭୁବନେଶ୍ବରରେ ସାକ୍ଷାତ କରି ଆଲୋଚନା କରିବା ପରେ ଏହା କହିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ।

ଅଧିକ ପଢନ୍ତୁ- 'ଆର ବର୍ଷକୁ ଅପେକ୍ଷା ନକରି ଚଳିତ ଅଗଷ୍ଟରେ ଖୋଲାଯାଉ ରତ୍ନଭଣ୍ଡାର'

ସମୀର କହିଛନ୍ତି, ‘‘ଗଜପତି ଦିବ୍ୟ ସିଂହ ଦେବଙ୍କ ସହିତ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଲୋଚନା ହେଲା । ଅନୁରୋଧ କରିଲୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଚ୍ଚ ସ୍ତରୀୟ କମିଟି ତୁରନ୍ତ କରନ୍ତୁ । ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆଗକୁ ବଢିବ । ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହେଲା । କମିଟି ଗଠନ କରିବାକୁ ପୂର୍ବରୁ ରିଜୋଲ୍ୟୁସନ ମାଧ୍ୟମରେ ଦିଆଯାଇଥିଲା ଏବେ ସରକାର କରିବେ ବୋଲି ଗଜପତି ଆଶାପୋଷଣ କରିଛନ୍ତି । ଗଜପତି କହିଛନ୍ତି ସରକାରଙ୍କୁ ରିଜୋଲ୍ୟୁସନ ମାଧ୍ୟମରେ ସବୁ ଜଣାଇଛନ୍ତି । ସମ୍ପୂର୍ଣ୍ଣ ଦାୟିତ୍ବ ସରକାରଙ୍କର । ହାଇକୋର୍ଟ ନିର୍ଦ୍ଦେଶ ରହିଛି, ଯଦି ସରକାର ଏହା ନ କରେ ବିଜେପି ପରବର୍ତ୍ତୀ କାର୍ଯ୍ୟକ୍ରମ କରିବ ।’’ ସମୀର ଆହୁରି କହିଛନ୍ତି ଗଜପତି ମହାରାଜ ହେଉଛନ୍ତି ଆସ୍ଥା ବିଶ୍ବାସର ପ୍ରତୀକ ସେ ନିଶ୍ଚିତ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ଅଛନ୍ତି । ପରିଚାଳନା ସମିତି ଅଗଷ୍ଟ ଚାରି ତାରିଖରୁ ଖୋଲିବାକୁ ସୁପାରିଶ କରିସାରିଛି । ସରକାର ନିଷ୍ପତ୍ତି ନେବା ଦରକାର । 45 ବର୍ଷ ଧରି ରତ୍ନ ଭଣ୍ଡାର ନ ଖୋଲିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । କିଏ କହୁଛି ଲୁଟ ହୋଇଯାଇଛି କିନ୍ତୁ ରତ୍ନ ଭଣ୍ଡାର ଖୋଲାଯାଇନି ।

ସେହିପରି ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଶ୍ରୀମନ୍ଦିର କମିଟି ଯେବେ ଅନୁରୋଧ କରିବାର ଦୁଇ ମାସ ଭିତରେ କମିଟି ଗଠନ କରାଯିବ । ରତ୍ନଭଣ୍ଡାର ଖୋଲାଯିବ ଏବଂ ଗଣତି କରାଯିବ । ଅଗଷ୍ଟ ଚାରି ତାରିଖରୁ ପ୍ରାୟ ଅଢେଇ ମାସ ବିତିଯାଇଛି । ଯଦି ସରକାର ତୁରନ୍ତ କମିଟି ଗଠନ ନ କରନ୍ତି ଆମେ ପୁଣି ବାଧ୍ୟ ହୋଇ ହାଇକୋର୍ଟକୁ ଯିବୁ ।

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ବିଜେପି ପ୍ରତିନିଧୀ ମଣ୍ଡଳୀ ଗଜପତି ମହାରାଜଙ୍କୁ ସାକ୍ଷାତ କରିଥିଲେ । ଏହି ପ୍ରତିନିଧୀ ମଣ୍ଡଳୀରେ ବରିଷ୍ଠ ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ, ପୁରୀ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 18, 2023, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.