ETV Bharat / state

ଗୋମାଂସ ଭକ୍ଷଣକାରୀ ଜରିଆରେ ମହାପ୍ରସାଦର ପ୍ରଚାର ପ୍ରସାର ମହାପାପ: ବିଜେପି

author img

By ETV Bharat Odisha Team

Published : Dec 23, 2023, 8:23 PM IST

Youtuber Kamiya Jani controversial video: ଗୋମାଂସ ଭକ୍ଷଣକାରୀ ଜରିଆରେ ମହାପ୍ରସାଦର ପ୍ରଚାର ପ୍ରସାର ମହାପାପ । ମାନସ ମଙ୍ଗରାଜ ଏବଂ ତାଙ୍କ ମୁଖ୍ୟମନ୍ତ୍ରୀ ବୁଝିବା ଦରକାର ଶ୍ରୀକ୍ଷେତ୍ର ଭୋଗ୍ୟକ୍ଷେତ୍ର ନୁହେଁ ବୋଲି କହିଲା ରାଜ୍ୟ ବିଜେପି । ଅଧିକ ପଢନ୍ତୁ

Youtuber Kamiya Jani controversial video

ଗୋମାଂସ ଭକ୍ଷଣକାରୀ ଜରିଆରେ ମହାପ୍ରସାଦର ପ୍ରଚାର ପ୍ରସାର ମହାପାପ

ଭୁବନେଶ୍ବର: ବଢିବାରେ ଲାଗିଛି କାମିଆ ଜାନି ବିବାଦ । କାମିଆ ଜାନି ଗୋମାଂସ ଭକ୍ଷଣ କରିଥିବା ଓ ଏହାର ପ୍ରଚାର ପ୍ରସାର କରିଥିବାର ଗୋଟିଏ ପରେ ଗୋଟିଏ ପ୍ରମାଣ ଦେଇ ବିଜେପି ଏବେ ପାଣ୍ଡିଆନ ଓ ବିଜେଡ଼ିକୁ ଘେରିବାରେ ଲାଗିଛି । ଗତକାଲି ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବା ପରେ ଆଜି ଏହାର ଜବାବ ଦେଇଛି ରାଜ୍ୟ ବିଜେପି । ଗୋମାଂସ ଭକ୍ଷଣକାରୀଙ୍କୁ ଆଣି ଶ୍ରୀମନ୍ଦିରରେ ପ୍ରବେଶ ଓ ମହାପ୍ରସାଦାର ପ୍ରଚାର ପ୍ରସାର ମହାପାପ ବୋଲି କହିଛି ବିଜେପି ।

  • पुरी श्रीमंदिर में पवित्रता का उल्लंघन बेहद परेशान करने वाला है।
    वीके पांडियन द्वारा प्रतिष्ठित जगन्नाथ मंदिर के भीतर एक बीफ प्रमोटर को अनुमति देना धर्म,इतिहास और आध्यात्मिकता की उपेक्षा है।
    जिम्मेदार लोगों के लिए त्वरित और गंभीर करवाई अति आवश्यक हैं। pic.twitter.com/PEhC4Syb6U

    — Shandilya Giriraj Singh (@girirajsinghbjp) December 23, 2023 " class="align-text-top noRightClick twitterSection" data=" ">

ଏନେଇ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ସତ ଲୁଚାଇବାକୁ ଚେଷ୍ଟା କରୁଛି ବିଜେଡି। ଚାରିଧାମ କଥା ଅଲଗା ଆଉ ଜଗନ୍ନାଥ କଥା ଅଲଗା। କାହାର କାମକୁ ପ୍ରଶଂସା କରିବାକୁ ମନା ନାହଁ । କିନ୍ତୁ ଗୋମାଂସ ପ୍ରଚାରକାରୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ମହାପାପ । ମୁଖ୍ୟମନ୍ତ୍ରୀ ନିଜେ ଏନେଇ ସ୍ପଷ୍ଟୀକରଣ ରଖନ୍ତୁ । ଗତକାଲି ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ଏହି ବିବାଦ ମଧ୍ୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଶାହଙ୍କୁ ଟାଣିବାକୁ ଚାହିଁଥିଲେ । କାମିଆ ଜଗନ୍ନାଥ ମନ୍ଦିର ଆସିବା ଓ ମହାପ୍ରସାଦ ଖାଇବାରେ କୌଣସି ଭୁଲ ନାହିଁ ବୋଲି ମାନସ ଦର୍ଶାଇବାକୁ ଚାହିଁଥିଲେ ।"

ଏହା ବି ପଢନ୍ତୁ- ରାଜ୍ୟ ରାଜନୀତିରେ କାମିଆ ଝଡ଼: ଭାବାବେଗ ସହ ନ ଖେଳିବା ଉଚିତ୍ କହିଲେ ଧର୍ମେନ୍ଦ୍ର

ବିଜେପି ମୁଖପାତ୍ର ଦୀଲିପ ଆହୁରି କହିଛନ୍ତି, "ଗୋମାଂସ ପ୍ରଚାରକାରୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ମହାପାପ । ମୁଖ୍ୟମନ୍ତ୍ରୀ ନିଜେ ଏନେଇ ସ୍ପଷ୍ଟୀକରଣ ରଖନ୍ତୁ । ସରକାରୀ ପ୍ରୋଟୋକଲରେ କେମିତି କାମିୟାଙ୍କୁ ପ୍ରବେଶ କରାଗଲା । ମାନସ ମଙ୍ଗରାଜ ଏବଂ ତାଙ୍କ ମୁଖ୍ୟମନ୍ତ୍ରୀ ବୁଝିବା ଦରକାର ଶ୍ରୀକ୍ଷେତ୍ର ଭୋଗ୍ୟ କ୍ଷେତ୍ର ନୁହେଁ । ମହାପ୍ରସାଦକୁ ବ୍ୟବସାୟୀକରଣ ପ୍ରଚାର ପ୍ରସାର ଠିକ୍ ନୁହେଁ । ଏହାର ଜବାବ ମୁଖ୍ୟମନ୍ତ୍ରୀ ନିଜେ ଦିଅନ୍ତୁ । ତାଙ୍କ ନେତାମାନେ କହିଲେ ହେବ ନାହିଁ ।"

ଏହା ବି ପଢନ୍ତୁ- କାମିଆ ଜାନି ବିବାଦ: ‘ମୂଳ ପ୍ରସଙ୍ଗରୁ ନଜର ହଟାଇ ପ୍ରମାଣ ମାଗୁଛି ବିଜେଡି’

ସେପଟେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ ଏହି ବିବାଦରେ ନିଜ ମନ୍ତବ୍ୟ ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସୋସିଆଲ ମିଡ଼ିଆ ଏକ୍ସରେ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, "ପୁରୀ ଶ୍ରୀମନ୍ଦିରର ପବିତ୍ରତା ଉଲ୍ଲଙ୍ଘନ କରିବା ଚିନ୍ତାଜନକ। ଜଣେ ଗୋମାଂସ ପ୍ରଚାରକାରୀଙ୍କୁ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭି.କେ ପାଣ୍ଡିଆନ ଅନୁମତି ଦେବା ଧର୍ମ, ଇତିହାସ ଓ ଆଧ୍ୟାତ୍ମିକତାର ଉପେକ୍ଷା । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.