ETV Bharat / state

ରାଜ୍ୟ ସରକାର ଲୋକଙ୍କ ଟଙ୍କା ଅନିୟମିତତା ଓ ଦୁରୁପଯୋଗ କରୁଛନ୍ତି: ବିଜେପି - Odisha Bjp Press meet over CAG Report

ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ‘‘୨୦୧୪ ରୁ ୨୦୨୧ ଯାଏଁ ୨୬୩ କୋଟି ଖର୍ଚ୍ଚ ହୋଇନି କି ନିୟମିତ ହୋଇନି । ସରକାରଙ୍କ ଏଭଳି ଆର୍ଥିକ ନୀତି ପାଇଁ ସାମ୍ବିଧାନିକ ସଙ୍କଟ ଦେଖା ଦେଲାଣି । ଏହାସହ ୧୮ ହଜାର ୧୦୪ କୋଟି ଟଙ୍କାର ୟୁସି ମିଳୁନାହିଁ । ଅଧିକ ପଢନ୍ତୁ

ରାଜ୍ୟ ସରକାର ଲୋକଙ୍କ ଟଙ୍କା ଅନିୟମିତତା ଓ ଦୁରୁପଯୋଗ କରୁଛନ୍ତି: ବିଜେପି

author img

By ETV Bharat Odisha Team

Published : Oct 9, 2023, 9:15 PM IST

ରାଜ୍ୟ ସରକାର ଲୋକଙ୍କ ଟଙ୍କା ଅନିୟମିତତା ଓ ଦୁରୁପଯୋଗ କରୁଛନ୍ତି: ବିଜେପି

ଭୁବନେଶ୍ବର: ପୁଣି ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବାର୍ଷିଲା ବିଜେପି । ନବୀନ ଓଡିଶାକୁ ଲୁଟ ଓଡ଼ିଶା ବୋଲି କହିଲା ବିଜେପି । ସିଏଜି କହିଛନ୍ତି, ରାଜ୍ୟ ସରକାର ଲୋକଙ୍କ ଟଙ୍କାର ଅନିୟମିତତା ଏବଂ ଦୁରୁପଯୋଗ କରୁଛନ୍ତି । ଆଇନ ଅନୁସାରେ ଅନୁମୋଦିତ ଖର୍ଚ୍ଚ ବିନିଯୋଗ ନହେଲେ ଅର୍ଥ ଫେରସ୍ତ କରାଯାଏ । ହେଲେ ୧୦୦ କୋଟି ଟଙ୍କା ଫେରସ୍ତ ହୋଇନାହିଁ । ବିଭିନ୍ନ ବିଭାଗରେ ପଡ଼ି ରହିଛି । ପୁଣି ୩୭ ହଜାର ୬୦୮ କୋଟି ଖର୍ଚ୍ଚ ନକରି ଫେରାଇ ଦେଇଛନ୍ତି । ତେଣୁ ପୁଣି କାହିଁକି ଅତିରିକ୍ତ ବଜେଟ ଆଣିଲେ ବୋଲି ପ୍ରଶ୍ନ କରିଛି ବିଜେପି । ଅର୍ଥାତ ସରକାରଙ୍କ ବାମ ହାତ କଣ କରୁଛି ଡାହାଣ ହାତ ଜାଣି ପାରୁନାହିଁ ।

ଏହାବି ପଢନ୍ତୁ- ବିଜେଡି ଓଡ଼ିଶାବାସୀଙ୍କ କାଳ, ଏହା ସିଏଜି ପ୍ରମାଣିତ କରିଛନ୍ତି: ବିଜେପି

ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ‘‘୨୦୧୪ ରୁ ୨୦୨୧ ଯାଏଁ ୨୬୩ କୋଟି ଖର୍ଚ୍ଚ ହୋଇନି କି ନିୟମିତ ହୋଇନି । ସରକାରଙ୍କ ଏଭଳି ଆର୍ଥିକ ନୀତି ପାଇଁ ସାମ୍ବିଧାନିକ ସଙ୍କଟ ଦେଖା ଦେଲାଣି । ଏହାସହ ୧୮ ହାଜର ୧୦୪ କୋଟି ଟଙ୍କାର ୟୁସି ମିଳୁନାହିଁ । ସେହିପରି ଦୀର୍ଘ ୭ବର୍ଷର ଏହି ବେଆଇନ ଖର୍ଚ୍ଚକୁ ମାର୍ଚ୍ଚ ୨୦୨୨ ସୁଦ୍ଧା ନିୟମିତ କରାଯାଇପାରି ନାହିଁ । ଏହା ଭାରତୀୟ ସମ୍ବିଧାନର ଧାରା ୨୦୫କୁ ଖୋଲା ଉଲ୍ଲଘଂନ କରୁଛି ବୋଲି ସିଏଜି ମତ ପ୍ରକାଶ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ପ୍ରଦାନ କରିଥିବା ୨୫ହଜାର ୯୩୧ କୋଟି ଟଙ୍କାର ୭୦ପ୍ରତିଶତ ବା ୧୮,୧୦୪କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।’’ ତେଣୁ ଏହି ଅର୍ଥ ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି କି ନାହିଁ ସେ ସଂକ୍ରାନ୍ତରେ ସିଏଜି ସନ୍ଦେହ ପ୍ରକଟ କରିଛନ୍ତି । ବିଭିନ୍ନ ବିଭାଗକୁ ୧୨୯କୋଟି ଟଙ୍କା ଅଗ୍ରୀମ ହିସାବରେ ଦିଆଯାଇଛି । ସେଥିରୁ ମାତ୍ର ୫୮ଲକ୍ଷ ଟଙ୍କାର ହିସାବ ମିଳୁଛି ଅବଶିଷ୍ଟ ୧୨୮କୋଟି ଟଙ୍କାର ଠିକଣା ପାଉନାହାନ୍ତି ସିଏଜି ।

ସେ ଆହୁରି ମଧ୍ୟ କହିଛନ୍ତି, ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ମାଟ୍ରିକ ସ୍କଲାରସିପ ପାଇଁ ବର୍ଷେରୁ ସାଢ଼େ ୩ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଏହି ସ୍କଲାରସିପ ପାଇଁ ୧ଲକ୍ଷ ୨୮,୧୦୪ଜଣ ନକଲି ଛାତ୍ର ଆବେଦନ କରିପାରିଛନ୍ତି ଓ ସେମାନଙ୍କ ମଧ୍ୟରୁ କିଛି ଏହି ବୃତି ହାସଲ ମଧ୍ୟ କରିଛନ୍ତି । ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାରେ ଜମା ନହୋଇ ଭୂତ ଓ ଅଯୋଗ୍ୟ ଶିକ୍ଷାନୁଷ୍ଠାନମାନଙ୍କୁ ଏହି ବୃତି ଅର୍ଥ ଦେଇଦିଆଯାଇଛି । ଛାତ୍ର ବୃତ୍ତିକୁ ବି ଛାଡିଲେ ନାହିଁ ସରକାର । ଏହାସହ ଛାତ୍ରଛାତ୍ରୀଙ୍କୁ ଡିବିଟି ମାଧ୍ୟମରେ ଦିଆ ଯାଉଥିବା ଛାତ୍ରବୃତ୍ତି ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ କରିଛି ବିଜେପି । ପୂର୍ବରୁ ଏମିତି ଦୁର୍ନୀତିକୁ ରାଜ୍ୟସଭା ଟିକେଟ ନେଇ ସାଂସଦ ଅମର ପଟ୍ଟନାୟକଙ୍କ ସଂପର୍କରେ ବିଜେଡ଼ି ସ୍ପଷ୍ଟୀକରଣ ରଖିବାକୁ ଦାବି କଲା ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.