ETV Bharat / state

ବିଧାନସଭା ଶୀତ ଅଧିବେଶନ: କଂଗ୍ରେସ ବିଧାୟକ ଦଳ ବୈଠକରେ ପ୍ରସଙ୍ଗ ସ୍ଥିର

author img

By ETV Bharat Odisha Team

Published : Nov 21, 2023, 10:38 PM IST

ଆଜି ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠରେ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ବୈଠକରେ ବିଧାୟକ ନରସିଂହ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

ବିଧାନସଭା ଶୀତ ଅଧିବେଶନ: କଂଗ୍ରେସ ବିଧାୟକ ଦଳ ବୈଠକରେ ପ୍ରସଙ୍ଗ ସ୍ଥିର
ବିଧାନସଭା ଶୀତ ଅଧିବେଶନ: କଂଗ୍ରେସ ବିଧାୟକ ଦଳ ବୈଠକରେ ପ୍ରସଙ୍ଗ ସ୍ଥିର

ଭୁବନେଶ୍ବର: କୃଷି ଓ କୃଷକ, ଦୁର୍ନୀତି, ଅଭାବୀ ଧାନ ବିକ୍ରୀ, ଜାତିଭିତିକ ଜନଗଣନା, ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତି ଭଳି ଏକାଧିକ ପ୍ରସଙ୍ଗକୁ ବିଧାନସଭାରେ ମୁଦ୍ଦା କରିବ କଂଗ୍ରେସ । ଏନେଇ ଆଜି ଆଜି ବସିଥିବା ବିଧାୟକ ଦଳର ବୈଠକରେ ନିଷ୍ପତି ହୋଇଛି ।

ଆଜି ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠରେ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ବୈଠକରେ ବିଧାୟକ ନରସିଂହ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ଥିଲେ । ବିଧାୟକ ଦଳର ନିଷ୍ପତି ଅନୁଯାୟୀ ବିଧାନସଭାରେ ଦଳ କୃଷି ଓ କୃଷକ, ଦୁର୍ନୀତି, ଅଭାବୀ ଧାନ ବିକ୍ରୀ, ଜାତିଭିତ୍ତିକ ଜନଗଣନା, ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତି ଭଳି ଏକାଧିକ ପ୍ରସଙ୍ଗକୁ ମୁଦ୍ଦା କରିବ । ଏନେଇ ସୂଚନା ଦେଇଛନ୍ତି ବିଧାୟକ ଦଳ ନେତା ନରସିଂହ ମିଶ୍ର। ଏହା ବ୍ୟତୀତ ନିଯୁକ୍ତି ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଆଇନ ଶୃଙ୍ଖଳାକୁ ମଧ୍ୟ ପ୍ରସଙ୍ଗ କରିବ ଦଳ । ଏନେଇ ବିଧାୟକ ନରସିଂହ କହିଛନ୍ତି ରାଜ୍ୟର ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି । ସବୁର ଆଲୋଚନା ହେବା ଜରୁରୀ । ସରକାର ବିଧାନସଭା ଅଧାରୁ ଛତ୍ରଭଙ୍ଗ ଦେଇ ପଳାୟନ କରିବା ଉଚିତ ନୁହେଁ ।

ଅଧିକ ପଢନ୍ତୁ- ବିଧାନସଭା ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ, ନିର୍ଦ୍ବନ୍ଦରେ ନିର୍ବାଚିତ

ଆଜିଠାରୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭା ଚତୁର୍ଦ୍ଦଶ ଅଧିବେଶନ । ଡିସେମ୍ବର 30 ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଉପବାଚସ୍ପତି ନିର୍ବାଚନ ହୋଇଥିଲା । ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ଗୃହର ନେତା ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବ ଗୃହୀତ ହେବା ପରେ ବାଚସ୍ପତି ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ।

କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଧାୟକ ସୁର ରାଉତରାୟ, ବିଧାୟକ ଦାଶରଥି ଗମାଙ୍ଗ, ବିଧାୟକ ରମେଶ ଜେନା, ବିଧାୟକ ରଜନ ଏକ୍କା, ବିଧାୟକ, ଅଧିରାଜ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.