ETV Bharat / state

ବିଧାନସଭା ଶୀତ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ ପରେ ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

author img

By ETV Bharat Odisha Team

Published : Nov 21, 2023, 2:18 PM IST

Odisha Assembly monsoon session: ବିଧାନସଭା ଶୀତ ଅଧିବେଶନ ଆରମ୍ଭ । ଦିବଙ୍ଗତ ବିଧାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଆସନ୍ତାକାଲି ଯାଏଁ ଗୃହ ମୁଲତବୀ । ଅଧିକ ପଢ଼ନ୍ତୁ

Etv Bharatବିଧାନସଭା ଶୀତ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ ପରେ ଆସନ୍ତାକାଲି ଯାଏଁ ଗୃହ ମୁଲତବି

ବିଧାନସଭା ଶୀତ ଅଧିବେଶନ: ଶୋକ ପ୍ରସ୍ତାବ ଆଗତ ପରେ ଆସନ୍ତାକାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି(ମଙ୍ଗଳବାର)ଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଦିବଙ୍ଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଆଗତ ହୋଇଥିଲା ଶୋକ ପ୍ରସ୍ତାବ । ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିବା ବେଳେ, ବିରୋଧୀ ଦଳର ନେତା ଏହାକୁ ସମର୍ଥନ କରିଥିଲେ । ଶୋକପ୍ରସ୍ତାବ ଉପରେ ଆଲୋଚନା ପରେ ଗୃହକୁ ଆସନ୍ତାକାଲି(ବୁଧବାର) ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।

ଏହା ମଧ୍ୟ ପଢ଼ନ୍ତୁ: ଆଜିଠୁ ଶୀତ ଅଧିବେଶନ: ପ୍ରସଙ୍ଗ ଉଠାଇବେ ବିରୋଧୀ, ଜବାବ ରଖିବେ ଶାସକ

ଏହା ମଧ୍ୟ ପଢ଼ନ୍ତୁ: ବିଧାନସଭା ଉପବାଚସ୍ପତି ହେଲେ ସାଲୁଗା ପ୍ରଧାନ, ନିର୍ଦ୍ବନ୍ଦରେ ନିର୍ବାଚିତ

ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ । ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସ୍ବର୍ଗତଃ ମହେଶ୍ବର ମହାନ୍ତି, ପୂର୍ବତନ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାଶ, ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଏବଂ ଶହୀଦ ଯବାନ ପୂର୍ବତନ ଲାନସ ହାବିଲଦାର ୬୨୦ ଇ.ଏମ. ଇ. ବାଟାଲିୟନ ସରୋଜ କୁମାର ଦାସ, ପୂର୍ବତନ କନେଷ୍ଟବଳ ୨୦୬ କୋବ୍ରା ବାଟାଲିୟନ ବି.ଏସ୍.ଏଫ୍ ପ୍ରକାଶ ଚନ୍ଦ୍ର ସିଆଲଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ସମର୍ଥନ ଜଣାଇଥିଲେ । ଏହା ପରେ କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର ଶୋକ ପ୍ରସ୍ତାବକୁ ସମର୍ଥନ ଦେବା ସହ ପୂର୍ବତନ ବାଚସ୍ପତି ସ୍ବର୍ଗତଃ ମହେଶ୍ବର ମହାନ୍ତିଙ୍କର ସ୍ମୃତି ଚାରଣ କରିଥିଲେ । ପରେ ସିପିଆଇ ନେତା ମଧ୍ୟ ଏହି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ।

ଦିବଙ୍ଗତଙ୍କ ଅମର ଆତ୍ମାର ସଦଗତି ପାଇଁ ବିଧାନସଭାରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଆସନ୍ତାକାଲି(ବୁଧବାର) ପର୍ଯ୍ୟନ୍ତ ବାଚସ୍ପତି ପ୍ରମିଳା ମଲ୍ଲିକ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହ କାର୍ଯ୍ୟକୁ ମୁଲତବୀ ରଖିଛନ୍ତି । ଚଳିତ ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବ । ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି ।

ବିଧାନସଭା ଆରମ୍ଭ ପୂର୍ବରୁ ଉପବାଚସ୍ପତି ନିର୍ବାଚନ ହୋଇଥିଲା । ସାଲୁଗା ପ୍ରଧାନ ଓଡ଼ିଶା ବିଧାନସଭାରେ ନୂଆ ଉପବାଚସ୍ପତି ନିର୍ବାଚିତ ହୋଇଥିଲେ । ସେ ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.