ETV Bharat / state

Odisha Assembly: ରାଜ୍ୟରେ ୨ଲକ୍ଷ ୨୬ହଜାର ୫୫୯ ସରକାରୀ ପଦବୀ ଖାଲି - ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀ ଖାଲି

ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ଏହା କହିଛନ୍ତି । ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ ରାଜ୍ୟରେ କେତେ ସରକାରୀ ବର୍ତ୍ତମାନ ଅଛନ୍ତି । କେତେ ପଦବୀ ଖାଲି ପଡିଛି ? କେତେ ଠିକା କର୍ମଚାରୀ ରହିଛନ୍ତି? କେଉଁ ବିଭାଗରେ କେତେ ଅଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 21, 2023, 11:01 PM IST

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀ ଖାଲି ପଡିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଏବେ ୩ ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ଏହା କହିଛନ୍ତି । ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ ରାଜ୍ୟରେ କେତେ ସରକାରୀ ବର୍ତ୍ତମାନ ଅଛନ୍ତି । କେତେ ପଦବୀ ଖାଲି ପଡିଛି? କେତେ ଠିକା କର୍ମଚାରୀ ରହିଛନ୍ତି ? କେଉଁ ବିଭାଗରେ କେତେ ଅଛନ୍ତି ।

ଏହାବି ପଢନ୍ତୁ- CM Naveen Statement: ଓଡିଶା ଶାନ୍ତିପ୍ରିୟ ରାଜ୍ୟ, ଆଇନଶୃଙ୍ଖଳା ଠିକ ଅଛି: ମୁଖ୍ୟମନ୍ତ୍ରୀ

ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀ ଖାଲି ପଡିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଏବେ ୩ ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

କିନ୍ତୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ବାର୍ଷିକ ସମୀକ୍ଷା ରିପୋର୍ଟରେ ସ୍ଥାନ ପାଏ ନାହିଁ। ଏହାର ତଥ୍ୟ ପ୍ରତି ବିଭାଗରେ ଉପଲବ୍ଧ ହୋଇଥାଏ । ସରକାରଙ୍କ ଅର୍ଥ ବିଭାଗର ବର୍ତ୍ତମାନ ୭୮ ଜଣ ଠିକା କର୍ମଚାରୀ ଓ ୮୫ ଜଣ ଅବସରପ୍ରାପ୍ତ କର୍ମଚାରୀ ନିୟୋଜିତ ଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଅନ୍ୟପଟେ ବିଧାନସଭାର ଶୂନ୍ୟକାଳରେ ବିଜେପିକୁ କାଉଣ୍ଟର କରିବା ପାଇଁ ଶାସକ ବିଜେଡି ପୁଣି ଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ଫେରିଛି । ବିଧାୟକ ଅରୁଣ ସାହୁ କହିଛନ୍ତି କେନ୍ଦ୍ର ସରକାର ଜଣ ପିଛା ୫ କେଜି ଚାଉଳ କାଟିବା ପ୍ରସଙ୍ଗ ଉଠାଇବାକୁ ବିଧାନସଭା ଶୂନ୍ୟକାଳରେ ଗତ ୫ ଦିନ ଧରି ସୁଯୋଗ ମିଳୁନାହିଁ । ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ କହିବା ପାଇଁ ବିରୋଧୀ ସୁଯୋଗ ଦେଉନାହାନ୍ତି । କେନ୍ଦ୍ର ସରକାର ଜଣ ପିଛା ୫ କେଜି ଚାଉଳ କାଟିଦେଲେ । ୭୧ ହଜାର କୋଟି ବଜେଟରୁ କଟିଲା । ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ ବଳକା ରହୁଥିଲା । ଉଷୁନା ଚାଉଳ ନେଉନାହାନ୍ତି । ଚାଷୀ ଅସୁବିଧାରେ ପଡ଼ିବେ । ବିଧାନସଭାରେ ବିରୋଧୀମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.