ଭୁବନେଶ୍ବର: ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ରାଜଧାନୀରେ ତାତି । ଆଦାନୀ ଗ୍ରୁପ ଦ୍ବାରା ସେୟାର ବଜାରରେ ହେରଫେର ନେଇ ଏହି ରିପୋର୍ଟରେ ପ୍ରକାଶିତ ହୋଇଥିବା ବେଳେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦି ସରକାରଙ୍କ ଆଦାନୀ ପ୍ରୀତି ନେଇ ଗର୍ଜିଛି ରାଜ୍ୟ ଆମ ଆଦାମୀ ପାର୍ଟି । ମୋଦି ଆଦାନୀଙ୍କୁ ସୁରକ୍ଷା ଦେଉଥିବା ଦଳ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶପୁତ୍ତଳିକା ଦାହ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛି ।
ରାଜ୍ୟ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ମିଶି ବିଜେପି ଅଫିସ ଘେରାଉ କରିବା ଲାଗି ଉଦ୍ୟମ ମଧ୍ୟ କରିଛନ୍ତି । ଦଳର ଶତାଧିକ କର୍ମୀ ବିକ୍ଷୋଭରେ ସାମିଲ ହେବା ସହିତ ବିଜେପି ଅଫିସ ଘେରାଉ କରିବାକୁ ଉଦ୍ୟମ ବେଳେ ସେମାନଙ୍କୁ ପୋଲିସ ଅଟକାଇଛି । ଏହାପରେ ଦଳ ରାସ୍ତା ଉପରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହ ମୋଦି ସରକାରଙ୍କ ଆଦାନୀ ପ୍ରୀତି ନେଇ ଗର୍ଜିଥିବା ଦେଖିବାକୁ ମିଳିଛି । ଯୁଗ୍ମ ସଂସଦୀୟ କମିଟିର ତଦନ୍ତ ପାଇଁ ଦାବି କରିଛି ଦଳ । ହିଣ୍ଡେନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପର ପର୍ଦ୍ଦାଫାଶ ହୋଇଥିବା ବେଳେ ଏବେ ମୋଦିଙ୍କ ବିରୋଧରେ ବିରୋଧର ସ୍ବର ଉଠିଥିବା ଅଭିଯୋଗ ଆଣିଛି ଆପ୍ ।
ଏହା ବି ପଢନ୍ତୁ- ନବ ଦାସ ହତ୍ୟା ଘଟଣା: ରାଜନୀତିକରଣ ନକରନ୍ତୁ କେନ୍ଦ୍ରମନ୍ତ୍ରୀ, କହିଲା ବିଜେଡି
ଆପ୍ ଓଡ଼ିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆଦାନୀ ୩୮ଟି କମ୍ପାନୀ ମାଧ୍ୟମରେ ନିଜ କମ୍ପାନୀର ସେୟାର କିଣି ସେୟାର ବିକିବା ମୋଦି ସରକାରଙ୍କ ଯୋଗୁଁ ସମ୍ଭବ ହୋଇଛି । LIC ଗରିବ ଲୋକମାନଙ୍କ ଟଙ୍କାକୁ ଆଦାନୀ ଗ୍ରୁପରେ ଇନଭେଷ୍ଟ କରିଥିଲା । ହେଲେ ପରେ ସେସବୁକୁ ଲୋକଙ୍କୁ ଛାଡ଼ କରିବା ପରେ ଏଲଆଇସିକୁ କ୍ଷତି ହୋଇଛି । SBIକୁ ମଧ୍ୟ ଏଥିଲାଗି କ୍ଷତି ସହିବାକୁ ପଡ଼ିଛି । ଏସବୁ କିଛି ଆଦନୀ ଗ୍ରୁପର ମହାଦୁର୍ନୀତି ଯୋଗୁଁ ହୋଇଛି ଏବଂ ଏଥିରେ ପ୍ରଧାନମନ୍ତ୍ରୀଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି । ସେଥିପାଇଁ ରାଜରାସ୍ତାକୁ ଓହ୍ଲାଇଛି ଆପ୍ ଓ ସାରା ଦେଶ ।"
ସୂଚନା ଥାଉ କି ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ ସମ୍ପୂର୍ଣ୍ଣ ଭାବେ ଦୋହଲିଯାଇଛି । କମ୍ପାନୀର କ୍ରମାଗତ ଭାବେ ସେୟାର ହ୍ରାସ ପାଇଥିବା ବେଳେ ଧନୀ ତାଲିକାରୁ ବହୁ ତଳକୁ ଖସିଛନ୍ତି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ହିଣ୍ଡେନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ ସେୟାର ବଜାରରେ ଜାଲିଆତି କରିଥିବା ଦର୍ଶାଯାଇଛି । ଆଦାନୀ ଗ୍ରୁପ ବିରୋଧରେ ଏପରି ଅଭିଯୋଗ ହେବା ପରେ ବିରୋଧୀ ଏ ନେଇ ତଦନ୍ତ ଦାବି କରିଆସୁଛନ୍ତି । ମାତ୍ର କେନ୍ଦ୍ର ସରକାର ଏହି ବିବାଦ ଉପରେ କୌଣସି ପ୍ରତିକ୍ରିୟା ରଖିନଥିବାରୁ ବିରୋଧୀମାନେ ମୋଦି ସରକାରଙ୍କ ଆଦାନୀ ପ୍ରୀତି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
ଅନ୍ୟପଟେ ଆଦାନୀ ଗ୍ରୁପ ଏହି ଅଭିଯୋଗ ବିରୋଧରେ ଆଇନଗତ ଯୁଦ୍ଧ ଆରମ୍ଭ କରିଛି । ଏଥିଲାଗି ଆମେରିକାର ଏକ ଦାମୀ ଲ' କମ୍ପାନୀ ୱାଚଟେଲକୁ ହାୟାର କରିଛି ଗ୍ରୁପ । ହିଣ୍ଡେନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ ବିରୋଧରେ ଦର୍ଶାଇଥିବା ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିବା ଲାଗି ସମସ୍ତ ଉଦ୍ୟମ ଲଗାଇଛନ୍ତି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ଆଦାନୀ ଗ୍ରୁପ ଲାଗି ଦାମୀ ଆଇନ କମ୍ପାନୀ ୱାଚଟେଲ ବିଶେଷ କରି ନିୟାମକ, ଆଇନଗତ ଓ ଲୋକମାନଙ୍କ ମଧ୍ୟରେ ସମନ୍ବୟ ରଖିବା ଦିଗରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି ।
ଇଟିଭି ଭାରତ, ଭୁବନେଶ୍ବର