ଭୁବନେଶ୍ୱର: 'ମିସେସ୍ କୁଇନ ୟୁନିଭର୍ସ' 2019ର ଟାଇଟଲ ହାତେଇଛନ୍ତି ରାଜଧାନୀର ବୋହୂ ପ୍ରତିମା ପଣ୍ଡା। ଏହି ପ୍ରତିଯୋଗିତା ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ପ୍ରତିମା । ତେବେ 46 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ କୁଇନ ୟୁନିଭର୍ସର ତାଜ ପିନ୍ଧିଛନ୍ତି ଓଡିଆ ବୋହୂ ।
ଏମଆଇଏଚଏମ ସଂସ୍ଥା ପକ୍ଷରୁ 5 ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ପ୍ରତିଯୋଗୀ ଭାଗ ନେଇଥିଲେ । ଭଦ୍ରକ ଜିଲ୍ଲାର ପ୍ରତିମା ବିବାହ ପରେ ଭୁବନେଶ୍ୱରରେ ରହୁଛନ୍ତି । ଆଗାମୀ ଦିନରେ ସେ ଓଡ଼ିଆ ଫିଲ୍ମ ଇଣ୍ଡ୍ରଷ୍ଟ୍ରିରେ କାମ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ , ଇଟିଭି ଭାରତ