ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଆ ଛାତ୍ରଙ୍କ ଚିଠି । ଯାନବାହାନରେ ଡ୍ୟାସ କ୍ୟାମେରା ଇନଷ୍ଟଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି ଏକାଦଶ ଶ୍ରେଣୀର ଓଡ଼ିଆ ଛାତ୍ର ଆୟୁଷ୍ମାନ ଦାସ । ଯାନବାହନରେ ଡ୍ୟାସ କ୍ୟାମରୋ ଲାଗିବା ଦ୍ବାରା ଅପରାଧ ବହୁ ପରିମାଣରେ ରୋକି ହେବ ବୋଲି କହିଛନ୍ତି ଏହି ଛାତ୍ର ।
ଭୁବନେଶ୍ବରର ଏକ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ହେଉଛନ୍ତି ଆୟୁଷ୍ମାନ । ମୋଟର ଯାନଗୁଡ଼ିକରେ ଡ୍ୟାସ୍ କ୍ୟାମେରା ଇନଷ୍ଟଲ କରିବା ବାଧ୍ୟତାମୂଳକ କରିବା ପାଇଁ ଆୟୁଷ୍ମାନ ଚିଠିରେ ଉଲ୍ଲେଖ କରିଛନ୍ତି । ଗାଡ଼ିରେ ଲାଗିଥିବା ଡ୍ୟାସ କ୍ୟାମେରା ଦ୍ଵାରା ସିସିଟିଭି କ୍ୟାମେରା ଲାଗି ନଥିବା ସ୍ଥାନରେ ଭିଜୁଆଲକୁ ରେକର୍ଡ କରାଯାଇପାରିବ । ଜିପିଏସ ଦ୍ଵାରା ଅପରାଧ ଘଟିଥିବା ସ୍ଥାନ ଦେଇ ଯାଇଥିବା ଗାଡିରୁ ଭିଜୁଆଲ ସଂଗ୍ରହ କରାଯାଇପାରିବ । ଯାହାକି ପୋଲିସକୁ ତଦନ୍ତରେ ସହାୟକ ହେବ। ଲୋକେ ଅପରାଧ କରିବାକୁ ଭୟ କରିବା ସହ ଦୁର୍ନୀତିକୁ ମଧ୍ୟ ରୋକାଯାଇପାରିବ ।
ଏହା ବି ପଢନ୍ତୁ- ଅର୍ଚ୍ଚନା ନାଗ ଏକ କଳଙ୍କିତ ଅଧ୍ୟାୟ, ନବୀନଙ୍କୁ ଟାର୍ଗେଟ କଲେ ପିସିସି ସଭାପତି
ଗୋଟିଏ ଡ୍ୟାସ କ୍ୟାମେରାର ମୂଲ୍ୟ 2 ହଜାର ରୁ ଅଧିକ ଦର ଆସୁଛି । ତେଣୁ ଅପରାଧର ତଦନ୍ତରେ ହେଉଥିବା ବିପୁଳ ଅର୍ଥବେୟକୁ ରୋକାଯାଇ ପାରୁଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶା କରିଛନ୍ତି । ଏପଟେ ଆୟୁଷ୍ମାନ କହିଛନ୍ତି, "ଚାରି ଚକିଆ ଯାନଠୁ ଆରମ୍ଭ କରି ବାଇକ ପର୍ଯ୍ୟନ୍ତ ସବୁ ଯାନବାହନରେ ଏହି ଡ୍ୟାସ କ୍ୟାମେରା ଲଗାଇବା ବାଧ୍ୟତାମୂଳକ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି । ଏହି କ୍ୟାମେରାର ଅନେକ ଗୁଣ ରହିଛି । ଏହି କ୍ୟାମେରା ଇନ୍ଷ୍ଟଲ ହେବା ପରେ ଅନେକ ଅପରାଧିକ କାର୍ଯ୍ୟକଳାପକୁ ରୋକି ହେବ ।
ଏହାକୁ ନେଇ ଆୟୁଷ୍ମାନ କହିଛନ୍ତି, "ଗତ ଅକ୍ଟୋବର ୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଏହି ଚିଠି ଲେଖିଥିଲି । ଏବେ ଏହାକୁ ଦୁର୍ଘଟଣା ରୋକିବା ଦିଗରେ ବ୍ୟବହାର କରାଯାଉଛି । ମାତ୍ର ଗାଡ଼ିରେ ଏହା ଲାଗିବା ଦ୍ବାରା ପୋଲିସକୁ ଅନେକ ତଥ୍ୟ ମିଳିବ, ଯାହାକୁ ତଦନ୍ତରେ ମଧ୍ୟ ସହାୟକ ହେବ । କୋର୍ଟକୁ ପ୍ରମାଣ ଭାବେ ଏହି କ୍ୟାମେରାର ଭିଜୁଆଲ ବ୍ୟବହାର କରାଯାଇପାରିବ । ଏହାସହିତ ଚୋରମାନଙ୍କ ମନରେ ମଧ୍ୟ ଏଥିପ୍ରତି ଭୟ ଉପୁଜିବ ।"
ଇଟିଭି ଭାରତ, ଭୁବନେଶ୍ବର