ETV Bharat / state

ଏଣିକି ସ୍କୁଲରେ ଗୋଟିଏ କ୍ଲିକରେ ଛାତ୍ରୀ ପାଇପାରିବେ ନାପକିନ - Odia school girl inventing automatic pad machine

ଗୋଟିଏ କ୍ଲିକରେ ପାଇପାରିବେ ନାପକିନ । ବିଦ୍ୟାଳୟରେ ରହିଥିବା ସମୟରେ ଋତୁସ୍ରାବ ଜନିତ ସମସ୍ୟାର ସମାଧାନ ପାଇପାରିବେ। 5ଟି ସ୍କୁଲରେ ବ୍ୟବାହାର କରିବାକୁ ସରକାରଙ୍କୁ ଅନୁରୋଧ । ଆଗକୁ ପଢ଼ନ୍ତୁ,

ଗୋଟିଏ କ୍ଲିକରେ ପାଇପାରିବେ ନାପକିନ
ଗୋଟିଏ କ୍ଲିକରେ ପାଇପାରିବେ ନାପକିନ
author img

By ETV Bharat Odisha Team

Published : Nov 16, 2023, 10:15 PM IST

ଗୋଟିଏ କ୍ଲିକରେ ପାଇପାରିବେ ନାପକିନ

ଭୁବନେଶ୍ବର: ଏଣିକି ଗୋଟିଏ କ୍ଲିକରେ ପାଇପାରିବେ ନାପକିନ । ବିଦ୍ୟାଳୟରେ ଥିବାବେଳେ ଋତୁସ୍ରାବ ହେଲେ ଆଉ ଚିନ୍ତା କରିବାର ନାହିଁ । ସମସ୍ୟାର ସମାଧାନ ବାହାର କରିଛନ୍ତି ୮ମ ଶ୍ରେଣୀର ଛାତ୍ରୀ ଅର୍ଚ୍ଚିତା । ଛାତ୍ରୀ ଜଣକ ଅଟୋମେଟିକ ପ୍ୟାଡ ଭେଣ୍ଡିଂ ମେସିନ ପ୍ରସ୍ତୁତ କରିଛନ୍ତି । ଯାହା ଫଳରେ ଲାଭବାନ ହେବେ ଅନେକ ଛାତ୍ରୀ । 5ଟି ସ୍କୁଲରେ ବ୍ୟବହାର କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ସେ ।

ଝିଅମାନେ ବିଦ୍ୟାଳୟରେ ରହିଥିବା ସମୟରେ ଋତୁସ୍ରାବ ଜନିତ ସମସ୍ୟାର ସମାଧାନ ପାଇପାରିବେ । ଯଦି ବିଦ୍ୟାଳୟରେ ଥିବା ସମୟରେ ଝିଅଟିର ଋତୁସ୍ରାବ ହୋଇଥାଏ ତେବେ ସେମାନେ ଶିକ୍ଷକଙ୍କୁ କହିବାକୁ କୁଣ୍ଠାବୋଧ କରିଥାନ୍ତି । ଯାହା ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ଭଦ୍ରକ ଜିଲ୍ଲାର ଥୋରଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ଖୁଣ୍ଟିଆ ବାହାର କରିଛନ୍ତି ସମାଧାନ । ଯାହାକୁ ନେଇ ସେ ଏବେ ବେଶ ଚର୍ଚ୍ଚାରେ । ଏହି ପ୍ରୋଜେକ୍ଟ କେବଳ ସୁରଭି କାର୍ଯ୍ୟକ୍ରମରେ ନୁହେଁ ଦିଲ୍ଲୀରେ ମଧ୍ୟ ପ୍ରଦର୍ଶିତ ହୋଇଛି । ସେଠୀ ମଧ୍ୟ ବେଶ ପ୍ରଶଂସା ସାଉଁଟିଛନ୍ତି ଅର୍ଚ୍ଚିତା । ସେ ଏକ ଅଟୋମେଟିକ ପ୍ୟାଡ ଭେଣ୍ଡିଂ ମେସିନ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସ୍କୁଲରେ ଥିବା ସମସ୍ତ ଛାତ୍ରୀଙ୍କ ଫିଙ୍ଗର ପ୍ରିଣ୍ଟ ମାଧ୍ୟମରେ ସେମାନେ ଗୋଟିଏ କ୍ଲିକରେ ନାପକିନ ପାଇପାରିବେ । ବିଦ୍ୟାଳୟରେ ଥିବା ସମୟରେ କାହାରର ଋତୁସ୍ରାବ ହୋଇଥାଏ ସେହି ସମୟରେ ଫିଙ୍ଗର ପ୍ରିଣ୍ଟ ଜରିଆରେ ସ୍କାନ କରି ନାପକିନ ପାଇପାରିବେ ।

ଏହା ମଧ୍ୟ ପଢ଼ନ୍ତୁ....ବୟସ୍କଙ୍କ ପାଇଁ ସ୍ମାର୍ଟ ଲାଠି, ଦୈନନ୍ଦିନ ଜୀବନରେ ସାଜିବ ସାହାରା

ତେବେ ଅର୍ଚ୍ଚିତା କହିଛନ୍ତି ଯେ, "ରାଜ୍ୟରେ ବର୍ତ୍ତମାନ ସମୟରେ ସରକାରୀ ସ୍କୁଲ ଗୁଡିକ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତୀକରଣ କରାଯାଉଛି । ପିଲାମାନେ ସ୍ମାର୍ଟ ଶ୍ରେଣୀ ଗୃହ ସ୍ମାର୍ଟ ପାଠ ପଢାର ସୁବିଧା ପାଇପାରୁଛନ୍ତି । ତେବେ ଏହାରି ମଧ୍ୟରେ ଝିଅମାନଙ୍କର ଋତୁସ୍ରାବ ଜନିତ ସମସ୍ୟାର ସମାଧାନ ହୋଇପାରିନାହିଁ । ତେବେ ଏହି ବ୍ୟବସ୍ଥା ସମସ୍ତ ସ୍କୁଲ ମାନଙ୍କରେ ଆରମ୍ଭ ହେଲେ ଅନେକ ଛାତ୍ରୀ ମାନେ ଉପକୃତ ହୋଇପାରିବେ।"

ସ୍କୁଲର ଶିକ୍ଷୟତ୍ରୀ ଶୁଭଶ୍ରୀ ଶୁକ୍ଲ କହିଛନ୍ତି ଯେ, "ଏହା ଏକ ବଡ ସମସ୍ୟା । ବିଶେଷ ଭାବରେ ଝିଅମାନେ ଋତୁସ୍ରାବ ସମୟରେ ମନ କଥା କହିପାରନ୍ତି ନାହିଁ । ଯାହା ଦ୍ଵାରା ସଠିକ ସମାୟରେ ଏକ ନାପକିନ ପାଇପାରୁନଥାନ୍ତି । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଦି ୫ଟି ସ୍କୁଲରେ ବ୍ୟବହାର କରିବାକୁ ସରକାର ଏହାକୁ ଗ୍ରହଣ କରନ୍ତି ତେବେ ଝିଅମାନେ ଅନେକ ଉପକୃତ ହୋଇପାରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.