ETV Bharat / state

Daman Premiere: ଓଡିଆ ଚଳଚ୍ଚିତ୍ର ଦମନର ପ୍ରିମିୟର, ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼ - ଓଲିଉଡ଼ ଅଭିନେତା ବାବୁଶାନ

ଓଡିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ଦମନକୁ (Ollywood movie Daman Premiere)ଦେଖିବାକୁ ଆଜି ସବୁ ପ୍ରେକ୍ଷାଳୟରେ ଭିଡ ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ

Daman Premiere: ଓଡିଆ ଚଳଚ୍ଚିତ୍ର ଦମନର ପ୍ରିମିୟର, ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼

author img

By

Published : Nov 5, 2022, 7:23 AM IST

ଭୁବନେଶ୍ବର: ଓଡିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର 'ଦମନ'କୁ (Ollywood movie Daman Premiere) ଦେଖିବାକୁ ସବୁ ପ୍ରେକ୍ଷାଳୟରେ ଭିଡ ପରିଲକ୍ଷିତ ହୋଇଛି । ବହୁଦିନ‌ ପରେ ଅଭିନେତା ବାବୁଶାନ କମେଡି, ରୋମାଣ୍ଟିକ ଓ ଆକ୍ସନ ଛାଡି ଚଳଚ୍ଚିତ୍ର ଦମନରେ ବାସ୍ତବବାଦୀ ଅଭିନୟ କରିଛନ୍ତି । କୋରୋନା କାରଣରୁ ୨ବର୍ଷ ହେଲା ବଡ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସିନଥିଲା । ପରିସ୍ଥିତି ସୁଧୁରିବା ପରେ ଓଡ଼ିଆ ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଉଠିଛି ।

Daman Premiere: ଓଡିଆ ଚଳଚ୍ଚିତ୍ର ଦମନର ପ୍ରିମିୟର, ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼

'ବିଦ୍ୟାରାଣ' ପରେ ବିଗ୍ ବଜେଟ୍ ଫିଲ୍ମ ହେଉଛି 'ଦମନ' । ଫିଲ୍ମରେ ବାବୁଶାନ୍‌ଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର । ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ଚଳଚ୍ଚିତ୍ର ଦମନରେ । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ'ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ଦେଖିବାକୁ ମିଳିବ ଏହି ଚଳଚ୍ଚିତ୍ରରେ । ବଡ଼ ବଜେଟ୍‌ର ଏହି ଫିଲ୍ମରେ ବାବୁଶାନ୍‌ଙ୍କ ଅଲଗା ଅବତାର ଦେଖିବାକୁ ମିଳିବ ।

ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା । ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ । ଯୁବ ନିର୍ଦ୍ଦେଶକ ଦ୍ବୟ ଆଗରୁ 'ଵିଜୁ ବାବୁ' ଚଳଚ୍ଚିତ୍ର ମାଧ୍ୟମରେ ଅନେକ ପ୍ରଶଂସା ସାଉଁଟି ସାରିଛନ୍ତି । ଜେପି ୱାର୍ଲଡ୍‌ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର। ବାସ୍ତବ କାହାଣୀ ଓ ପରିଚିତ ଷ୍ଟାରଙ୍କୁ ନେଇ ନିର୍ମିତ ‘ଦମନ’ ର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଅଛନ୍ତି । ଜେଠୀ କହିଛନ୍ତି, "ଏ ଚିତ୍ରଟି ଟିଭିରେ ନୁହେଁ, ଦୀର୍ଘଦିନ ଧରି କେବଳ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ । ଆମ ଦୈନନ୍ଦିନ ଜୀବନରେ ଘଟୁଥିବା କାହାଣୀକୁ ନେଇ ନିର୍ମାଣ ହୋଇଥିବା 'ଦମନ' ଚଳଚ୍ଚିତ୍ର ଖୁବ ସଫଳତା ଆଣିବା ସହିତ ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଦର୍ଶକ ଆଗକୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆଗ୍ରହୀ ହେବେ ।"

ଚଳଚ୍ଚିତ୍ରର ସଙ୍ଗୀତ ଓ ସାଟେଲାଇଟ୍ ବିତରଣ ଦାୟିତ୍ବ ଆମର ମ୍ୟୁଜିକ ନେଇଛନ୍ତି । ଚଳଚ୍ଚିତ୍ର 'ଦମନ' ୪୩ଟି ପ୍ରେକ୍ଷାଳୟରେ ସାରା ଓଡି଼ଶାରେ ମୁକ୍ତିଲାଭ କରଛି । ଭୁଵନେଶ୍ବରରେ ମହାରାଜା ପ୍ରେକ୍ଷାଳୟରେ ଓଡି଼ଶାର ଅନେକ କଳାକାରମାନଙ୍କ ସହ ଅଭିନେତା ବାବୁଶାନ, ମା' ଅପରାଜିତା ଓ ପତ୍ନୀ ତୃପ୍ତିଙ୍କ ସହ ଅଭିନେତା ଆକାଶ, କେକେ, ତନ୍ମୟ, ପାର୍ଥ, ଅଭିନେତ୍ରୀ ଅନୁ ଚୌଧୁରୀ, ଗୁନ୍ ଗୁନ୍, ଗୁଡ୍ଡୀ ସମେତ ଅନେକ ଅଭିନେତା ଅଭିନେତ୍ରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.