ETV Bharat / state

ନୂଆବର୍ଷରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର 'ଏଇ ଆମ ପ୍ରେମ କାହାଣୀ'

ଖୁବଶୀଘ୍ର ପରଦାକୁ ଆସିବ ଓଡ଼ିଆ ଫିଲ୍ମ 'ଏଇ ଆମ ପ୍ରେମ କାହାଣୀ' । ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀକାନ୍ତ ଗୌତମ ଏହି ଫିଲ୍ମ ନିର୍ମିତ କରିଥିବା ବେଳେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ଜାନୁଆରୀ ମାସରେ ରିଲିଜ ହେବ ଫିଲ୍ମ । ଏନେଇ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାରରେ ଫିଲ୍ମକୁ ନେଇ ନିଜ ଅନୁଭୂତି ସେୟାର କରିଛନ୍ତି ଶ୍ରୀକାନ୍ତ ଗୌତମ । କ'ଣ କହିଛନ୍ତି ? ଶୁଣନ୍ତୁ,

author img

By ETV Bharat Odisha Team

Published : Dec 25, 2023, 11:03 PM IST

ନୂଆବର୍ଷରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର 'ଏଇ ଆମ ପ୍ରେମ କାହାଣୀ'
ନୂଆବର୍ଷରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର 'ଏଇ ଆମ ପ୍ରେମ କାହାଣୀ'
ନୂଆବର୍ଷରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର 'ଏଇ ଆମ ପ୍ରେମ କାହାଣୀ'

ଭୁବନେଶ୍ବର: ଜାନୁଆରୀରେ ବା ନୂଆବର୍ଷରେ ବଡ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର 'ଏଇ ଆମ ପ୍ରେମ କାହାଣୀ'। ଉଦୟ ସେଠୀ ଫିଲ୍ମସ ଓ ସନ୍ ମ୍ୟୁଜିକ ର ମିଳିତ ପ୍ରଯୋଜନାରେ ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ l ଏକାଧାରରେ କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିବା ଆଗ ଧାଡ଼ିର ଗୀତିକାର ତଥା ପ୍ରଯୋଜକ ଶ୍ରୀକାନ୍ତ ଗୌତମ,ଚିତ୍ର ଗ୍ରହଣ, ସମ୍ପାଦନା ଓ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ରବିନ୍ଦ୍ର କୁମାର ପ୍ରଧାନ, ପ୍ରଯୋଜକ ଉଦୟ ଶଙ୍କର ସେଠୀ, ସହ ପ୍ରଯୋଜକ ସଞ୍ଜୟ କୁମାର ରାଉତ l

ଚଳଚ୍ଚିତ୍ରର ନାୟକ ଭୂମିକାରେ ଅଭିଷେକ ରଥ ଏବଂ ନାୟିକା ଚୁଲବୁଲି ଅଛନ୍ତି l ତାଙ୍କ ସହିତ ଅନ୍ୟାନ୍ୟ ଚରିତ୍ର ରେ ଅଶ୍ରୁ୍ମୋଚନ ମହାନ୍ତି, ଶ୍ରୀତମ ଦାସ, ନୀଳମଣି ସାହୁ ଓ ସୁମନ ମହାରଣା ଅଛନ୍ତି । ଚିତ୍ର ଗ୍ରହଣ, ସମ୍ପାଦନା ଓ ନିର୍ଦ୍ଦେଶନା ଦାୟିତ୍ୱରେ ରବିନ୍ଦ୍ର କୁମାର ପ୍ରଧାନ, ପ୍ରଯୋଜକ ଉଦୟ ଶଙ୍କର ସେଠୀ, ସହ ପ୍ରଯୋଜକ ସଞ୍ଜୟ କୁମାର ରାଉତ ରହିଛନ୍ତି । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ଚନ୍ଦନ କୁମାର । ବର୍ତ୍ତମାନ ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଏବଂ ଗାୟିକା ଅସୀମା ପଣ୍ଡା ସମସ୍ତ ଗୀତ କଣ୍ଠଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜାଗରଣ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ 'ଦ ସି ଆଣ୍ଡ୍‌ ସେଭେନ୍‌ ଭିଲେଜେସ୍‌'

ତେବେ ସିନେମାଟି ପାରିବାରିକ ସ୍ନେହ ସହ ପ୍ରେମ କାହାଣୀକୁ ନେଇ ଗତିଶୀଳ ହୋଇଥିବା ବେଳେ ଅଭିଷେକ ଆଉ ଚୁଲବୁଲିଙ୍କ କେମେଷ୍ଟ୍ରି ର ଏହା ପ୍ରଥମ ସିନେମା ଅଟେ। ଆସନ୍ତା ବର୍ । ଜାନୁଆରୀରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ର ଏଇ ଆମ ପ୍ରେମ କାହାଣୀ ବେଶ ଲୋକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ରହିଛି । ସିନେମାଟି ଓଡ଼ିଶାର ଫୁଲବାଣୀରେ ସୁଟିଂ ହୋଇଥିବା ବେଳେ ନବାଗତା ନାୟିକାଙ୍କ ଉପରେ ଆଶା ରଖିଛନ୍ତି ପ୍ରଯୋଜକ । ପୁରା ଟିମ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ସିନେମା କରିବା ପାଇଁ ପ୍ରୟାସ କରିଛନ୍ତି । ତେବେ ଚଳଚ୍ଚିତ୍ର ନିର୍ମାଣ କେଉଁଠି କେମିତି ହୋଇଛି କ'ଣ ରହିଛି ଏ ପ୍ରେମକହାଣୀର ପରିଭାଷା ସେନେଇ କଣ୍ଠଶିଳ୍ପୀ ଏବଂ ନବାଗତା ନାୟିକା ଚୁଲବୁଲିଙ୍କ ସହ ଆମର ସ୍ବତନ୍ତ୍ର ଆଲୋଚନା.. ଶୁଣନ୍ତୁ କ'ଣ କହୁଛନ୍ତି ନାୟିକା ଓ ପ୍ରଯୋଜକ ।

ଏହା ମଧ୍ୟ ପଢନ୍ତୁ: ବଡ ପରଦାକୁ ଆସୁଛି ଫିଲ୍ମ 'ସପନର ସାଥେ ସାଥେ', ଦମଦାର ଭୂମିକାରେ ଅଭିଷେକ-ସୁପ୍ରିୟା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.