ETV Bharat / state

ମେଘାଳୟରେ ଓଡ଼ିଆ ଯବାନ ଶହୀଦ, ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ପାର୍ଥିବ ଶରୀର

author img

By ETV Bharat Odisha Team

Published : Nov 5, 2023, 9:47 PM IST

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲା ଶହୀଦ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି ସମୀର ରଞ୍ଜନ ଦାସ । ଅଧିକ ପଢ଼ନ୍ତୁ

Odia jawan martyred in Meghalaya
Odia jawan martyred in Meghalaya

Odia jawan martyred in Meghalaya

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲା ଶହୀଦ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର । ଖୋର୍ଦ୍ଧା ବିଏସଏଫ କ୍ୟାମ୍ପକୁ ଶହୀଦଙ୍କ ପାର୍ଥିବ ଶରୀର ନିଆଯାଇଛି । ସନ୍ଧ୍ୟା ହୋଇଯାଇଥିବାରୁ ଆଜି ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର୍ ଦିଆଯାଇନାହିଁ । କେବଳ ପୁଷ୍ପ ମାଲ୍ୟ ଦେଇ ଶେଷ ଦର୍ଶନ କରିଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି ସମୀର ରଞ୍ଜନ ଦାସଙ୍କ ସମେତ ଅନେକ ପୋଲିସ ଅଫିସର । ତେବେ ଆସନ୍ତାକାଲି(ସୋମବାର) ଶହୀଦଙ୍କ ପାର୍ଥିବ ଶରୀର ଜନ୍ମମାଟି ଗୋପ ମଲ୍ଲଗ୍ରାମକୁ ନିଆଯିବ । ପ୍ରତାପଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଦେଶ ପାଇଁ ଜୀବନ ଦେଇ ଶହୀଦ ହୋଇଛନ୍ତି ଓଡ଼ିଆ ପୁଅ ପ୍ରତାପ ରଞ୍ଜନ ପରିଡ଼ା । ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ଥିବା ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସେ ଏକ ଖାତକୁ ଖସି ପଡ଼ିଥିଲେ । ପରେ ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତାପ ସୀମା ସୁରକ୍ଷା ବାହିନୀର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟରତ ଥିଲେ । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଥିବା ଜଣାଯାଇଛି । ପ୍ରତାପଙ୍କ ଶହୀଦ ହେବା ଖବର ପାଇବା ପରେ ଗୋପ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....ଆତଙ୍କୀ ଆକ୍ରମଣରେ ପୋଲିସକର୍ମୀ ଶହୀଦ, 3ଦିନରେ ତୃତୀୟ ହମଲା

ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ବଡ଼ତରା ପଞ୍ଚାୟତର ମଲ୍ଲଗ୍ରାମରେ ଜନ୍ମିତ ପ୍ରତାପଙ୍କ ପାର୍ଥିବ ଶରୀର ଆଜି ସନ୍ଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛି । ସେପଟେ ପ୍ରତାପଙ୍କ ବଡ଼ ଭାଇ ପ୍ରେମରଞ୍ଜନ ପରିଡ଼ା ମଧ୍ୟ ସିଆରପିଏଫ୍‌ରେ କାର୍ଯ୍ୟରତ ଅଛନ୍ତି । ପ୍ରେମରଞ୍ଜନ ଜାମସେଦପୁରରେ କାର୍ଯ୍ୟରତ ଥିବା ବେଳେ ପ୍ରତାପ ରଞ୍ଜନଙ୍କ ଶହୀଦ ଖବର ପାଇ ଘରେ ପହଞ୍ଚିଛନ୍ତି । ପ୍ରତାପଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି । ପ୍ରତାପଙ୍କ ସାନ ଭାଇର ଗତ ଦୁଇ ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।

ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ବନା ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି । ଗତକାଲି ଗୋପର ବିଭିନ୍ନ ସଙ୍ଗଠନ ତରଫରୁ ପିପିଲି ଠାରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ବୀର ସହିଦଙ୍କ ଅନ୍ତିମ ସଂସ୍କାର ନିଜ ଗ୍ରାମରେ କରାଯିବାର ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି । ଶହୀଦଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ପ୍ରତାପଙ୍କୁ ବାଲାଂଦେଶୀ ମାଫିଆମାନେ ହତ୍ୟା କରି ଏକ ୪ ଫୁଟିଆ ଖାଲରେ ପକାଇ ଦେଇ ଚାଲିଯାଇଥିଲେ । ପ୍ରତାପ କିଛି ଦିନ ତଳେ ବାଲାଂଦେଶୀ ଗୋରୁ ଗାଡ଼ି ଜବତ କରିଥିଲେ । ଏଥିରେ ପ୍ରତି ହିଂସା ପରାୟଣ ହୋଇ ବାଲାଂଦେଶୀ ମାଫିଆ ପ୍ରତାପଙ୍କୁ ହତ୍ୟା କରିଛନ୍ତି । ତେବେ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ଥିବା ବେଳେ CBI ତଦନ୍ତ ଦାବି କରିଛନ୍ତି ଶହୀଦଙ୍କ ପରିବାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.