ETV Bharat / state

ଓଡ଼ିଆ ଝିଅ ଆଏନା ପିନ୍ଧିଲେ କିଟ୍‌ ନହ୍ନିପରୀ ମୁକୁଟ - କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨

'କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨' ଟାଇଟଲ୍‌ ହାତେଇଲେ ଆଏନା ରାଉତରାୟ । ଦେଶର 9 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆଏନା ଏହି ଟାଇଲେଟ ପାଇବାରେ ସଫଳ ହୋଇଛନ୍ତି । ଅଧିକ ପଢ଼ନ୍ତୁ

kiit nanhipari little miss india 2022
କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨
author img

By

Published : Dec 31, 2022, 4:40 PM IST

ଓଡ଼ିଆ ଝିଅ ଆଏନା ପିନ୍ଧିଲେ କିଟ୍‌ ନହ୍ନିପରୀ ମୁକୁଟ

ଭୁବନେଶ୍ୱର: ରାଜଧାନୀ ଝିଅ ଆଏନା ରାଉତରାୟ କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ୍ ହାସଲ କରିଛନ୍ତି । କିଟ୍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୨'ର ଫାଇନାଲ୍ ତଥା ମେଗା ରାଉଣ୍ଡ ଶେଷ ହୋଇଛି । ଏହି ମେଗା ଅଡ଼ିସନ୍ ତଥା ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଆଏନା ନହ୍ନିପରୀ ମୁକୁଟ ସହ ୩ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଆସନ୍ତା 14 ମାସରେ ବିକାଶ ପାଇଁ ସରକାରଙ୍କ ବ୍ଲ୍ୟୁ ପ୍ରିଣ୍ଟ: ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ସେମିଫାଇନାଲ୍‌କୁ ୨୬ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ମେଘାଳୟର ରାଇସା ସେହନାୱାଜ୍‍ ପ୍ରଥମ ରନର୍ସଅପ୍ ହୋଇଥିବା ବେଳେ ଗୋଆର ସାଚି ରାଜେଶ ସାୱନ୍ତ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ । ଏହି ଦୁଇ ରନର୍ସ ଅପ୍‌ଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଫାଇନାଲ୍ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା । ପ୍ରତିଯୋଗିତାର ୧୦ଟି ବିଭିନ୍ନ ବିଭାଗ ଯଥା ମିସ୍ ରାପୁଞ୍ଜେଲ୍ (ସୁନ୍ଦର କେଶ) ପାଇଁ ଆଏନା, ଲିଟିଲ୍ ମିସ୍ ଫଟୋଜେନିକ ପାଇଁ ଝାଡ଼ଖଣ୍ଡର ଅଭିସିକା ଚାନ୍ଦ୍‌, ଲିଟିଲ୍ ମିସ୍ ସେଲ୍‌ଫି ପାଇଁ (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌) ପାଇଁ ସିକିମ୍‍ର ସିଦ୍ଧିକା ପ୍ରସାଦ, ଲିଟିଲ୍ ମିସ୍ ମୋନାଲିସା ସାଚି ରାଜେଶ ସାୱନ୍ତ, ଲିଟିଲ୍ ମିସ୍ ଉଇଜ୍‌କିଡ୍ (କୁଇଜ୍‌ରେ ସର୍ବାଧିକ ନମ୍ବର) ସିକିମ୍‍ର ଆନଭି ବନିଆ, ମିସ୍ ସିଣ୍ଡ୍ରେଲା (ଶ୍ରେଷ୍ଠ ବ୍ୟକ୍ତିତ୍ୱ) ପାଇଁ ଭୁବନେଶ୍ୱରର କ୍ରିଷିତା ମହାପାତ୍ର, ମିସ୍ ଉର୍ବଶୀ (ଶ୍ରେଷ୍ଠ ଜ୍ଞାନର ଅଧିକାରିଣୀ) ରାଇଶା ସାହାନାୱାଜ୍‍, ମିସ୍‍ ପର୍ସନାଲିଟି କୋଲକାତା ପାରିଜାତ ଚୌଧୁରୀ, ମିସ୍ ମୋନାଲିସା ପାଇଁ ସାଚ୍ଚି ରାଜେଶ ସାୱନ୍ତ ଏବଂ ମିସ୍ ଆକ୍ଟିଭ୍ ପାଇଁ ଭୁବନେଶ୍ୱର ଚିରଶ୍ରୀ ସାଗରିକା ପୁରସ୍କୃତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରତିବନ୍ଧକ ସାଜୁଛି ଘନ କୁହୁଡି, ପୂର୍ବତଟ ରେଳପଥର ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ନଗଦ ଅର୍ଥରାଶି, ମୁକୁଟ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଏଥର ମୋଟ ୪୧ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା । ଅନ୍ୟାନ୍ୟ ବର୍ଗରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତବର୍ଷ ନହ୍ନିପରୀର ସ୍ୱତନ୍ତ୍ର ଆକର୍ଷଣ ଥିଲା କୋରିଆର ଗ୍ଲୋରିଆ କୋରିଆନ୍‍ ଡ୍ୟାନ୍‍ସ ଗ୍ରୁପ୍‍ ଓ ସିରିଆ ମ୍ୟୁଜିକ୍‍ ଆଫ୍ରୋ ଡ୍ୟାନ୍‍, ସିନାଲିଜ୍‍ ଓ ଏମ୍‍ ଜୋନ ଡ୍ୟାନ୍‍ସ ଷ୍ଟୁଡ଼ିଓ ଦ୍ୱାରା ନୃତ୍ୟ ପରିବେଷଣ । ସେହିପରି ଅତିଥି ଭାବେ ଫେମିନା ମିସ୍‍ ଇଣ୍ଡିଆ ୱାଲ୍‍ର୍ଡ ୨୦୨୦ ମୋନସା ବାରନାସି, ଫେମିନା ମିସ୍‍ ଇଣ୍ଡିଆ ରନର୍ସ ଅପ୍‍ ୨୦୨୦ ମାନ୍ୟା ସିଂହ, ଅଲିମ୍ପିଆନ୍‍ ଦୂତି ଚାନ୍ଦ, ସିନେ ଅଭିନେତ୍ରୀ ଅର୍ଚ୍ଚତା ସାହୁ ଓ କଳାକାର ସବ୍ୟସାଚୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.