ETV Bharat / state

Samikhya: ଓଡ଼ିଆ ଫିଲ୍ମ ସମୀକ୍ଷାର ସ୍ପେଶାଲ ସ୍କ୍ରିନିଂ, ଆସନ୍ତାବର୍ଷ ପରଦାକୁ ଆସିବ ଫିଲ୍ମ - ସମୀକ୍ଷାର ସ୍ପେଶାଲ ସ୍କ୍ରିନିଂ

ଖୁବଶୀଘ୍ର ରିଲିଜ ହେବାକୁ ଯାଇଛି ଆଉ ଏକ ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଫିଲ୍ମ 'ସମୀକ୍ଷା' । ବର୍ତ୍ତମାନ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଆୟୋଜିତ ହୋଇଥିବା ବେଳେ ଫିଲ୍ମଟି ସମସ୍ତ ଦର୍ଶକଙ୍କ ବି ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

ଓଡ଼ିଆ ଫିଲ୍ମ ସମୀକ୍ଷାର ସ୍ପେଶାଲ ସ୍କ୍ରିନିଂ, ଆସନ୍ତାବର୍ଷ ପରଦାକୁ ଆସିବ ଫିଲ୍ମ

author img

By ETV Bharat Odisha Team

Published : Oct 19, 2023, 4:28 PM IST

ଓଡ଼ିଆ ଫିଲ୍ମ ସମୀକ୍ଷାର ସ୍ପେଶାଲ ସ୍କ୍ରିନିଂ, ଆସନ୍ତାବର୍ଷ ପରଦାକୁ ଆସିବ ଫିଲ୍ମ

ଭୁବନେଶ୍ବର: ପାରିବାରିକ ମୂଲ୍ୟବୋଧ, ପରିବାରର ସ୍ନେହ ଶ୍ରଦ୍ଧା ଭଲପାଇବାର ନିଚ୍ଛକ କାହାଣୀ ସହ ଗାଁ ମାଟିର ମହକକୁ ନେଇ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ସମୀକ୍ଷା । ବର୍ତ୍ତମାନ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଆୟୋଜିତ ହୋଇଛି । ଏହି ସ୍ବତନ୍ତ୍ର ଉତ୍ସବରେ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ରହି ସିନେ ସମିକ୍ଷକଙ୍କ ସହ ଚଳଚ୍ଚିତ୍ରଟିକୁ ଦେଖିଥିଲେ । ଏବଂ ଫିଲ୍ମଟି ସମସ୍ତ ଦର୍ଶକଙ୍କ ବି ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ନିର୍ମାତା ।

ବିକ୍ୟୁବ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ସମୀକ୍ଷା’ । ଚଳଚ୍ଚିତ୍ରଟି ଆସନ୍ତାବର୍ଷ ମୁକ୍ତିଲାଭ କରିବା ପାଇଁ ପ୍ରଯୋଜନା ସଂସ୍ଥା ଲକ୍ଷ୍ୟ ରଖିଥିବାବେଳେ ଏହାର ସ୍ବତନ୍ତ୍ର ସ୍କ୍ରିନିଂ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫିଲ୍ମର ପୁରା କାଷ୍ଟ ଏବଂ କ୍ରୁ ଫିଲ୍ମର ମଜା ନେଇଛନ୍ତି । ୨ ଘଣ୍ଟାର ଏହି ଫିଲ୍ମର କାହାଣୀ ଓଡ଼ିଶା ପାଣି ପବନ ଓ ମାଟିର କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ପ୍ରତିଟି ଚରିତ୍ର ନିଜର ଅଭିନୟ ବେଶ ନିଖୁଣତାର ସହ କରିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ, ବିକାଶ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀକାର ଅଛନ୍ତି ପ୍ରଭାସିନୀ ପାଟ୍ଟଯୋଶୀ । ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ବରିଷ୍ଠ ନିର୍ଦ୍ଦେଶକ ରଞ୍ଜନ ମିଶ୍ର । ସଂଳାପ ଓ ଗୀତ ରଚନା କରିଛନ୍ତି ସଚ୍ଚି ମହାନ୍ତି । ପଞ୍ଚାନନ ନାୟକ ମଧ୍ୟ ଏକ ଗୀତ ଲେଖିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯଜ୍ଞ ଦାଶ ଏବଂ ବିଦ୍ୟାଧର । କଣ୍ଠଦାନ କରିଛନ୍ତି ପଣ୍ଡିତ ଶିବ ରଥ ଏବଂ କରୁଣାକର । ବିଶେଷ କରି ଚଳଚ୍ଚିତ୍ରଟି ତ୍ୟାଗ ଓ ସଂଘର୍ଷକୁ ନେଇ ଆଗେଇଛି ।

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଜଣେ ଅସୁସ୍ଥ ବୃଦ୍ଧଙ୍କର ମାନସିକ ଓ ଶାରୀରିକ ସମସ୍ୟା ଏଥିରେ ପ୍ରତିଫଳିତ ହୋଇଛି । ପରିବର୍ତ୍ତିତ ସାମାଜିକ ସମସ୍ୟା କିପରି ଧୀରେ ଧୀରେ ବୟସ୍କଙ୍କୁ ଏକା ବଞ୍ଚିବାକୁ ଓ ମରିବାକୁ ବାଧ୍ୟ କରେ ଏବଂ କିପରି ଏହି ସମସ୍ୟାର ସମାଧାନ ହୋଇଛି, ତାହାକୁ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି । ଚଳଚ୍ଚିତ୍ର ମାଧ୍ୟମରେ ସମାଜ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ରହିଛି । ଏହାଦ୍ବାରା ଜଣେ ବ୍ୟକ୍ତି ନିଜ ଭୁଲକୁ ସୁଧାରିବା ସହିତ ଅବାଟରେ ଯାଉଥିବା ବ୍ୟକ୍ତିବିଶେଷ ନିଜକୁ ସୁଧାରି ପାରିବ ବୋଲି ଚଳଚ୍ଚିତ୍ରର ପ୍ରଯୋଜକ ବିକାଶ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା ଓଡ଼ିଆ ଫିଲ୍ମ ମାଲ୍ୟଗିରି, ଫିଲ୍ମର ସଫଳତା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୁରା ଟିମ୍

ଏହାସହ ଏହି ସିନେମାର କାହାଣୀ ଓ ପ୍ରସ୍ତୁତି ଜାତୀୟ ସ୍ତରରେ ମଧ୍ୟ ନାଁ କରିବ ବୋଲି ମଧ୍ୟ ସେ ଆଶା ରଖିଛନ୍ତି ପ୍ରଯୋଜକ । ସେପଟେ ଏଭଳି ସୁନ୍ଦର କାହାଣୀ ନିଶ୍ଚୟ ଓଡ଼ିଆ ସିନେମା ଶିଳ୍ପକୁ ନୂଆ ଏକ ଦିଗ ଦେବା ବୋଲି କହିଛନ୍ତି ଦର୍ଶକ । ଏହାସହ ଏକ ଶିକ୍ଷଣୀୟ ସିନେମା ହୋଇଥିବା ବେଳେ ପ୍ରତିଟି ଘରର କାହାଣୀ ଏଥିରେ ଦର୍ଶାଯାଇଛି । ଏହାକୁ ଦେଖିଲା ପରେ ସମସ୍ତେ ନିଜ ପରିବାରର କାହାଣୀ ଖୋଜି ପାଇବେ ବୋଲି କହିଛନ୍ତି ଉପସ୍ଥିତ ଦର୍ଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.