ETV Bharat / state

ପରଦାରେ ପାଟଣାଗଡ ପାର୍ସଲବୋମା କାହାଣୀ, ଆସୁଛି ମାଇଣ୍ଡଗେମ - ଅକ୍ଟୋବର ୬ ତାରିଖରେ ରିଲିଜ ମାଇଣ୍ଡଗେମ

ଖୁବଶୀଘ୍ର ରିଲିଜ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ମାଇଣ୍ଡଗେମ । ଏହି ଫିଲ୍ମ ଏକ ସତ ଘଟଣାକୁ ଆଧାର କରି ନିର୍ମିତ ହୋଇଥିବା ବେଳେ ଫିଲ୍ମଟି ଅକ୍ଟୋବର 6ରେ ପ୍ରେକ୍ଷାଳୟରେ ରିଲିଜ ହେବ। ଅଧିକ ପଢନ୍ତୁ

ପରଦାକୁ ଆସୁଛି ଆଉ ଏକ ସତ ଘଟଣା ଉପରେ ଆଧାରିତ ଫିଲ୍ମ 'ମାଇଣ୍ଡଗେମ', ଏହି ଦିନ ହେବ ରିଲିଜ

author img

By ETV Bharat Odisha Team

Published : Sep 20, 2023, 5:55 PM IST

ପରଦାକୁ ଆସୁଛି ଆଉ ଏକ ସତ ଘଟଣା ଉପରେ ଆଧାରିତ ଫିଲ୍ମ 'ମାଇଣ୍ଡଗେମ', ଏହି ଦିନ ହେବ ରିଲିଜ

ଭୁବନେଶ୍ବର: ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ଏକ ସତ ଘଟଣାକୁ ନେଇ ଆଧାରିତ ଫିଲ୍ମ 'ମାଇଣ୍ଡଗେମ' ବଡ ପରଦାରେ ଆସିବାକୁ ଯାଉଛି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଲେ ବର୍ତ୍ତମାନ ଫିଲ୍ମର ରିଲିଜ ତାରିଖ ଗୋଷଣା କରିଛନ୍ତି ନିର୍ମାତା । ଏହି ଫିଲ୍ମ ଅକ୍ଟୋବର ମାସରେ ସର୍ବଭାରତୀୟ ସ୍ତରରେ 4ଟି ଭାଷାରେ ଅର୍ଥାତ୍ ଓଡ଼ିଆ, ସମ୍ବଲପୁରୀ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ ।

ବହୁ ଚର୍ଚ୍ଚିତ ପାଟଣାଗଡ଼ର ପାର୍ସଲ ବୋମା ବିସ୍ପୋରଣକୁ ଆଧାରକରି ସିନେମାଟି ପ୍ରସ୍ତୁତ ହୋଇଛି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଏହାକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ । ହେଲେ ଫିଲ୍ମର ନାଁ ଓ ଘଟଣାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କ ଅଭଯୋଗକୁ ଆଧାର କରି ବାଦ ବିବାଦରେ ସିନେମାଟି ରହିଥିବା ବେଳେ ଏହା ରିଲିଜ ହେବ କି ନାହିଁ ଦର୍ଶକ ଦ୍ବନ୍ଦରେ ଥିଲେ । ହେଲେ ଏହି ଦ୍ଵନ୍ଦକୁ ଦୂର କରି ଶେଷରେ ରିଲିଜ ହେବାକୁ ଯାଉଛି ଚଳଚ୍ଚିତ୍ର ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଚରିତ୍ରରେ ଥିବା ଓଲିଉଡ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର ଓ ପ୍ରଯୋଜକ ଶ୍ରୀଧର ମାର୍ଥା ।

ହାଇ ବଜେଟରେ ନିର୍ମିତ ହୋଇଛି ମାଇଣ୍ଡଗେମ । ଏହି ଚଳଚ୍ଚିତ୍ରରେ ବଲିଉଡ଼ର ବେଶ ଜଣାଶୁଣା ଓ ପ୍ରତିଷ୍ଠିତ ଅଭିନେତା ଅତୁଲ କୁଲକରନୀ, ଯଶପାଲ ଶର୍ମାଙ୍କ ସମେତ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ, ପସରା ରାଣୀ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ରାଜେଶ ଟଚରିଭର । ବଲିଉଡର ଅଭିନେତା ଅତୁଲ ମଧ୍ୟ ଏଥିରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ଫିଲ୍ମଟି ଭଲ ହେବ ବୋଲି କହିଛନ୍ତି ପ୍ରଯୋଜକ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ

ସେହିପରି ଅଭିନେତା ମନୋଜ ମିଶ୍ର କହିଛନ୍ତି ଚଳଚ୍ଚିତ୍ରଟି ଏକ ଓଡ଼ିଶାର ସତ୍ୟ ଘଟଣା ଓ ବାସ୍ତବବାଦୀ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଯେଉଁଥିରେ ସଚେତନତାର ବାର୍ତ୍ତା ସହ ଓଡ଼ିଶା ପୋଲିସର କର୍ତ୍ତବ୍ୟର ନିପୁଣତା ଦେଖିବାକୁ ମିଳିଛି । ତେଣୁ ଏହା ପ୍ରତିଟି ସିନେପ୍ରେମୀଙ୍କୁ ଭଲ ଲାଗିବ ସହ ହୃଦୟକୁ ଛୁଇଁବା ବୋଲି କହିଛନ୍ତି ମନୋଜ ମିଶ୍ର । ଏଥିସହ ସମସ୍ତଙ୍କୁ ଫିଲ୍ମ ଦେଖିବାକୁ ନିବେଦନ କରିଛନ୍ତି ଅଭିନେତା ଏବଂ ପ୍ରୟୋଜକ । ତେବେ ଫିଲ୍ମ ଅକ୍ଟୋବର 6ରେ ଓଡ଼ିଆ ଏବଂ ସମ୍ବଲପୁରୀ ରିଲିଜ ହେଉଥିବା ବେଳେ ଏହାର ଦୁଇ ସପ୍ତାହ ପରେ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ ଫିଲ୍ମ ।

ଏହା ମଧ୍ୟ ପଢନ୍ତୁ: ଗଣେଶ ଚତୁର୍ଥୀରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ଓଲିଉଡ ସେଲିବ୍ରିଟି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.