ETV Bharat / state

Dotpen: ଫିଲ୍ମ ଫ୍ରାଇଡରେ ‘ଡଟପେନ୍‌’ ରିଲିଜ, ସାଇକୋ କିଲର କାହାଣୀ ଭରୁଛି ରୋମାଞ୍ଚ - Dotpen

ପରଦାକୁ ଆସିଲା ପୁଣି ଆଉ ଏକ ସତ ଘଟଣାକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ଡଟପେନ୍‌ । ଆଜି ଅର୍ଥାତ୍ ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ଏହି ଫିଲ୍ମ । ପ୍ରଥମ ଦିନରେ ଥିଏଟରରେ ହାଉସଫୁଲ ଦେଖିବାକୁ ମିଳିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା । ଅଧିକ ପଢନ୍ତୁ,

ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଓଡ଼ିଆ ଫିଲ୍ମ ‘ଡଟପେନ୍‌’

author img

By ETV Bharat Odisha Team

Published : Oct 13, 2023, 5:36 PM IST

ଫିଲ୍ମ ଫ୍ରାଇଡରେ ରିଲିଜ ହେଲା ଓଡ଼ିଆ ଫିଲ୍ମ ‘ଡଟପେନ୍‌’

ଭୁବନେଶ୍ବର: ଫିଲ୍ମ ଫ୍ରାଇଡ ଅର୍ଥାତ୍ ଅକ୍ଟୋବର ୧୩ରେ ରିଲିଜ ହେଲା ବହୁ ପ୍ରତିକ୍ଷୀତ ଓଡ଼ିଆ ଫିଲ୍ମ ‘ଡଟପେନ୍‌’ । ଭୁବନେଶ୍ବରର କେଶରୀ ସିନେମା ହଲରେ ଫିଲ୍ମର ପ୍ରିମିୟର ହୋଇଥିବା ବେଳେ ପ୍ରଥମ ଦିନରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି । ଫିଲ୍ମରେ ଭରି ରହିଛି ଆକ୍ସନ ଏବଂ ସପେନ୍ସ । ତେବେ ଜଣେ ସାଇକୋ କିଲର୍‌ର କାହାଣୀ ଉପରେ ଫିଲ୍ମଟି ନିର୍ମିତ ହୋଇଥିବା ବେଳେ ଓଡ଼ିଶାର ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ହୋଇଛି ଏହି ଫିଲ୍ମ ।

ଲଭ ରୋମାନ୍ସ ଆକ୍ସନ ଫାମିଲି ଡ୍ରାମା ଓ ଭରପୁର କମେଡିକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଥିବା ବେଳେ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ଜ୍ୟୋତିରଞ୍ଜନ । ତାଙ୍କ ବିପକ୍ଷରେ ରହିଛନ୍ତି ଓଡ଼ିଆ ନବାଗତା ଅଭିନେତ୍ରୀ ପ୍ରୀତି । ଏହି ଫିଲ୍ମ ସହ ପ୍ରୀତି ଓଲିଉଡରେ ଡେବ୍ୟୁ କରିଛନ୍ତି । ଅନ୍ୟପଟେ ଓଲିଉଡ ନବାଗତ ଅଭିନେତା ରୋହନଙ୍କ ସହ ଦିବ୍ୟା ମହାନ୍ତିଙ୍କ ଯୋଡି ଏଥିରେ ଦେଖିବାକୁ ମିଳିଛି । ପୂର୍ବରୁ ସେ ଏକାଧିକ ପ୍ରେମ କାହାଣୀ, ଆକ୍ସନ, ରହସ୍ୟ ରୋମାଞ୍ଚ ଆଧାରିତ ସିନେମାରେ ନଜର ଆସିଛନ୍ତି । କିନ୍ତୁ ଏଥର ‘ଡଟପେନ୍‌’ରେ ସେ ସାଇକୋ କିଲର୍‌ ଚରିତ୍ରରେ ଅଭିନୟ କରୁଛନ୍ତି ।

ତେବେ ଫିଲ୍ମର କାହାଣୀ ଜଣେ ଭାଇ, ଭଉଣୀ ଓ "ଡଟ୍‌ପେନ୍‌"ରୁ ଆରମ୍ଭ ହୋଇଛି । ଭାଇ ନିଜ ଭଉଣୀ ପାଇଁ ପ୍ରତିଶୋଧ ନେଉଛି ହେଲେ "ଡଟ୍‌ପେନ୍‌" ସହ ଏହି ଦୁଇଜଣଙ୍କର କ’ଣ ସମ୍ପର୍କ ରହିଛି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଆପଣ ଫିଲ୍ମରେ ଦେଖିଲେ ପାଇବେ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏଭଳି ନିଆରା କାହାଣୀକୁ ନେଇ ସିନେମାଟି ଗତିଶୀଳ ହୋଇଥିବା ବେଳେ ଓଡ଼ିଆ ଦର୍ଶକଙ୍କୁ ଭଲ ଲାଗିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।

ଏହା ମଧ୍ୟ ପଢନ୍ତୁ: କଲେଜ ଛାତ୍ରଛାତ୍ରୀଙ୍କ ଗହଣରେ ରିଲିଜ ହେଲା ଅଡିଓ

ଏହି ଫିଲ୍ମର ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଅଟନ୍ତି ଅଶ୍ବିନୀ ତ୍ରିପାଠୀ । ଫିଲ୍ମର କାହାଣୀ ଡୟ ଦୀପକ କୁମାର ଲେଖିଥିବା ବେଳେ ପ୍ରଣୟ ଜେଠୀ କ୍ରିଏଟିଭ ହେଡ ଓ ପବ୍ଲିସିଟି ଡିଜାଇନର ରହିଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ ଗୀତ ଗୁଡିକର ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପ୍ରକାଶ ପାଢ଼ୀ ଓ ଅର୍ପିତା । ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ସିନ କାମାକ୍ଷାନଗରରେ ସୁଟିଂ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.