ETV Bharat / state

ଶୁଭାରମ୍ଭ ହେଲା ଶିଶୁଲେଖା ପତ୍ରିକା, ୫୦ ହଜାର ବିଦ୍ୟାଳୟକୁ ବଣ୍ଟାଯିବ - ଶିଶୁଲେଖା ପତ୍ରିକା

ବିଦ୍ୟାଳୟକୁ ଶିଶୁଲେଖା ପତ୍ରିକା ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ୫୦ ହଜାର ବିଦ୍ୟାଳୟକୁ ବଣ୍ଟାଯିବ ଏହି ଶିଶୁଲେଖା ପତ୍ରିକା । ଅଧିକ ପଢନ୍ତୁ

sisulekha
sisulekha
author img

By

Published : Feb 5, 2023, 8:06 AM IST

ଭୁବନେଶ୍ବର: ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ 'ଶିଶୁଲେଖା' ପତ୍ରିକା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଲୋକପ୍ରିୟ ଶିଶୁ ପତ୍ରିକା ଶିଶୁଲେଖାକୁ ଓଡିଶାର ୫୦ହଜାର ବିଦ୍ୟାଳୟକୁ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଶିଶୁଲେଖା ପଠନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ, ସୃଜନଶୀଳତା ଏବଂ ଭାଷା ପ୍ରୀତି ଆଗ୍ରହ ପ୍ରକାଶ ପାଇବ ।

ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ଓସେପାଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓସେପାର ନିର୍ଦ୍ଦେଶକ ଅନୁପମ ଶାହାଙ୍କ ଦ୍ୱାରା ‘ଶିଶୁଲେଖା’ ପତ୍ରିକାକୁ ଓଡ଼ିଶାର ସମସ୍ତ ବିଦ୍ୟାଳୟକୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି 'ଶିଶୁଲେଖା' ପତ୍ରିକାକୁ ଓଡ଼ିଶାର ୫୦ ହଜାର ବିଦ୍ୟଳୟକୁ ବଣ୍ଟନ ଯିବ । ଏହା ସମେତ ଓଡ଼ିଶାର ୩୧୪ ଟି ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ ଅଧୀନରେ ଥିବା ବିଦ୍ୟାଳୟସମୂହ ପାଇଁ 'ଶିଶୁଲେଖା' ଯୋଗାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ୪୧ ବ୍ଲକ୍‌କୁ ଶିଶୁଲେଖା ଯୋଗାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ନବ ଦାସ ହତ୍ୟା ମାମଲା: ହସ୍ତଲେଖା ବ୍ୟୁରୋକୁ ଗଲା ଗୋପାଳର ହାତଲେଖା, ମାନସିକ ସ୍ଥିତି ଯାଞ୍ଚ କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ

ପ୍ରତି ବିଦ୍ୟାଳୟରେ ଶିଶୁଲେଖାର ବିଷୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପଠନ କରାଯାଇ ଆଲୋଚନା କରାଯିବ । ଏ ସଂପର୍କରେ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି 'ଶିଶୁଲେଖା'ର ପ୍ରକାଶନ ଏବଂ ବଣ୍ଟନ କାର୍ଯ୍ୟକୁ ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଛି । 'ଶିଶୁଲେଖା' ପଠନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ, ସୃଜନଶୀଳତା ଏବଂ ଭାଷା ପ୍ରୀତି ଆଗ୍ରହ ପ୍ରକାଶ ପାଇବ ବୋଲି ଏପରି ପଦକ୍ଷେପ ନିଆଯାଉଛି । ଏହି କାର୍ଯ୍ୟକ୍ରମରେ ଓସେପାର ଉପନିର୍ଦ୍ଦେଶିକା ଆରତୀ ରାଉତ, ଓଡିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରେମାନନଦ ମହାପାତ୍ର ଏବଂ ଡ, ଫଣୀନ୍ଦ୍ର ଭୂଷଣ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ: Ramayan Ram In Puri: ମହାପ୍ରଭୁଙ୍କୁ ଦର୍ଶନ କଲେ ଅରୁଣ ଗୋଭିଲ, ଭୁବନେଶ୍ୱରରୁ ଆରମ୍ଭ ହେବ ସୁନୋ ଶ୍ରୀରାମ କାହାନୀ

ଶିଶୁଲେଖା ପଠନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ, ସୃଜନଶୀଳତା ଏବଂ ଭାଷା ପ୍ରୀତି ଆଗ୍ରହ ପ୍ରକାଶ ପାଇବ ବୋଲି ଆଶା ପ୍ରକଟ କରାଯାଉଛି । ଓଡ଼ିଶାର ୩୧୪ ଟି ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ ଅଧୀନରେ ଥିବା ବିଦ୍ୟାଳୟସମୂହ ପାଇଁ 'ଶିଶୁଲେଖା' ଯୋଗାଇ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.