ETV Bharat / state

ବାଇକରେ ଦୁଃସାହସିକ ଭାରତ ଭ୍ରମଣ, ସଫଳତା ହାତେଇଲେ ଓଡ଼ିଆ ବୋହୂ - ସଫଳତା ହାତେଇଲେ ଓଡ଼ିଆ ବୋହୂ ଅମିତା

ବାଇକରେ ଦୁଃସାହସିକ ଭାରତ ଭ୍ରମଣ କରି ଓଡ଼ିଶା ଫେରିଲେ ଓଡ଼ିଆ ବୋହୂ ଅମିତା ସିଂ । ଭୁବନେଶ୍ବର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଅଧିକ ପଢନ୍ତୁ

ବାଇକରେ ଦୁଃସାହସିକ ଭାରତ ଭ୍ରମଣ, ସଫଳତା ହାତେଇଲେ ଓଡ଼ିଆ ବୋହୂ ଅମିତା

author img

By

Published : Nov 26, 2022, 8:58 PM IST

ଭୁବନେଶ୍ବର: ଓଡିଶା ଫେରିଲେ ବାଇକରାଣୀ ଅମିତା ସିଂ (Odia bike rider Amita Singh) । ବାଇକରେ ଦୁଃସାହସିକ ଭାରତ ଭ୍ରମଣ କରି ଓଡ଼ିଆ ବୋହୂ ଅମିତା ଜାତୀୟ ସ୍ତରରେ ଓଡିଶାର ଗୌରବ ବୃଦ୍ଧି କରିଛନ୍ତି (Odia Bride visits India by riding bike) । ରାଜ୍ୟରେ ପହଞ୍ଚିବା ପରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ସଫଳତା ହାତେଇଲେ ଓଡ଼ିଆ ବୋହୂ

ଅମିତା ବାଇକ ଆରୋହୀ ସହ ଜଣେ ସମାଜସେବୀ । ଗତ ସେପ୍ଟେମ୍ବର ୬ ତାରିଖରୁ ଅମିତା ଓଡିଶାରୁ ବାହାରି ଦିଲ୍ଲୀରୁ ୯ ତାରିଖରୁ ବାଇକରେ ଆରମ୍ଭ କରିଥିଲେ ଭାରତ ଭ୍ରମଣ ଯାତ୍ରା । ସ୍ବାଧୀନତାର ୭୫ବର୍ଷ ଅବସରରେ ଫ୍ରିଡମ ମୋଟୋ ରାଇଡ ପକ୍ଷରୁ ଆୟୋଜିତ ଏକ ମୋଟୋର ରାଇଡ କାର୍ଯ୍ୟକ୍ରମରେ ଓଡିଶାରୁ ଜଣେ ମହିଳା ବାଇକ ରାଇଡ଼ର ଭାବେ ସେ ପ୍ରତିନିଧିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାରା ଦେଶର ୭୫ ବାଇକ ରାଇଡ଼ର ଯାଇଥିଲେ। ଆଉ ଏହି ୭୫ ବାଇକ ରାଇଡ଼ର ଦେଶର ୨୯ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳର ୭୫ଟି ଐତିହ୍ୟ ସ୍ଥଳ ଓ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଛନ୍ତି।

ଏହା ବି ପଢନ୍ତୁ- ଓଡିଆ ବୋହୂଙ୍କ କମାଲ, ବାଇକରେ ବୁଲି ବାଣ୍ଟୁଛନ୍ତି ବାର୍ତ୍ତା

ଓଡ଼ିଆ ବୋହୂ ଭାବରେ ଆମ ରାଜ୍ୟ ପାଇଁ ପ୍ରତିନିଧିତ୍ଵ କରି ଅମିତା ଯାଇଥିବାରୁ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ଅମିତା ଦିଲ୍ଲୀରୁ ଲଦାଖ ବାଇକରେ ୫ ହଜାର କିଲୋମିଟର ବାଇକ ଚଳାଇ ଓଡି଼ଶାର ନାମ ସୁନାମ ଅର୍ଜନ କରିଥିଲେ। ଚଳିତ ବର୍ଷ ଏହି କ୍ୟାମ୍ପେନର ମୁଖ୍ୟ ଥିମ ଥିଲା" ଗୋ ମୋଟିଭେଟ ଦି ପିପୁଲ ଫର ଫିଟନେସ ଏବଂ ଅନେକତାରେ ଏକତା ।" ଏ ନେଇ ଅମିତା ଓଡିଶା ଫେରିବା ପରେ ତାଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ଜଜବା ଟ୍ରଷ୍ଟ ସମେତ ବିଭିନ୍ନ ଅନୁଷ୍ଠାନ ଓ ନିଜର ଶୁଭେଚ୍ଛୁଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି ।

ଅମିତା ପୂର୍ବରୁ ମଧ୍ୟପ୍ରଦେଶରେ ଟୁରିଷ୍ଟ ଆମ୍ବସାଡର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏଥିସହ ମହିଳା ବାଇକ୍ ରାଇଡ଼ର ଭାବେ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ମଧ୍ୟ ବହୁ ସମ୍ମାନ ପାଇଛନ୍ତି । ଓଡ଼ିଶା ବାଇକ୍ ରାଣୀ ଅନୁଷ୍ଠାନ ଜରିଆରେ ଯୁବତୀଙ୍କୁ ବାଇକ ଶିଖାଇବା ସହ ସଡକ ସୁରକ୍ଷା ଅଭିଯାନରେ ମଧ୍ୟ ସେ ସାମିଲ ହୋଇଛନ୍ତି । ଓଡିଶାକୁ ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇ ରାଜ୍ୟ ପାଇଁ ଗୌରବ ଆଣିବା ପାଇଁ ତାଙ୍କ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଅମିତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.