ETV Bharat / state

ପିଣ୍ଟୁ ନନ୍ଦଙ୍କୁ ସହାୟତାର ହାତ ବଢ଼ାଇଲା ଓଡିଆ ସିନେ ଆସୋସିଏସନ

author img

By

Published : Feb 2, 2023, 10:41 PM IST

ପିଣ୍ଟୁ ନନ୍ଦଙ୍କ ଅସୁସ୍ଥତାକୁ ନେଇ ସହାୟତାର ହାତ ବଢ଼ାଇଲା ଓଡ଼ିଆ ସିନେ ଆସୋସିଏସନ । ଏନେଇ ସଭାପତି ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଅଧିକ ପଢନ୍ତୁ

cine association meeting
cine association meeting
cine association meeting

ଭୁବନେଶ୍ବର: ପିଣ୍ଟୁ ନନ୍ଦଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଆ ସିନେ ଆସୋସିଏସନ । ପିଣ୍ଟୁ ନନ୍ଦଙ୍କ ଅସୁସ୍ଥତାକୁ ନେଇ ଓଡ଼ିଶା ସିନେ ଆସୋସିଏସନ୍ ର ବୈଠକ। ସଭାପତି ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ। ବୈଠକରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ କିଭଳି ସମସ୍ତେ ସହାୟତାର ହାତ ବଢାଇବେ ସେନେଇ ଚାଲିଛି ଆଲୋଚନା। ତେବେ ପିଣ୍ଟୁ ନନ୍ଦ ଜଣେ କଳାକାର ନୁହନ୍ତି ସେ ଆମ ଭାଇ ପରି ତେଣୁ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଚିକିତ୍ସାରେ ଆମେ କେମିତି ସହାୟତା କରି ପାରିବୁ ସେଥିପାଇଁ ଆମେ ସମସ୍ତେ ଏକାଠି ହେଇଛୁ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ।

କାରଣ ପିଣ୍ଟୁ ନନ୍ଦ ଗତ କିଛିଦିନ ହେବ ଆକ୍ୟୁଟ ହେପାଟାଇଟିସ ଯୋଗୁଁ ଲିଭର ସୋରୋସିସ ରୋଗରେ ପୀଡିତ ହୋଇ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଯକୃତ ପ୍ରତିରୋପଣ ପାଇଁ ଡାକ୍ତରର ପରମର୍ଶ ଦେଇଥିବା ବେଳେ ୬ ମାସ ଭିତରେ ଅସ୍ତ୍ରପୋଚାର କରିବାକୁ କହିଛନ୍ତି । ଆଉ ଏଥିପାଇଁ ୫୦ ଲକ୍ଷରୁ ଉର୍ଦ୍ଧ୍ବ ତାଙ୍କର ଆବଶ୍ୟକ ରହିଛି । ତେଣୁ ତାଙ୍କ ପରିବାର ଓ କଳାକାର ମାନେ ମିଶି ଏନେଇ ସହାୟତା ପାଇଁ ଅଣ୍ଟା ଭିଡିଥିବା ବେଳେ ପିଣ୍ଟୁଙ୍କ ସହାୟତା ପାଇଁ ସିନେ କଳାକାର ପକ୍ଷରୁ ଏଭଳି ବୈଠକ କରାଯାଇଛି ।

ତେବେ କିଭଳି ଭାବେ ସେମାନେ ପିଣ୍ଟୁଙ୍କ ସହାୟତା କରିବେ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ବେଳେ ନିଷ୍ପତ୍ତି ହେଲା ପରେ କହିବେ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର । ଅତୀତରେ ଅନେକ କଳାକାର ଙ୍କ ଚିକିତ୍ସାର ସହାୟତା ପାଇଁ ସିନେ ଆସୋସିଏସନ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧମରେ ଟଙ୍କାର ବ୍ୟବସ୍ଥା ବା ଯୋଗାଡ କରାଯାଇଛି । ତେଣୁ ପିଣ୍ଟୁ ନନ୍ଦ ଜଣେ ଲୋକପ୍ରିୟ ଓ ଜଣାଶୁଣା ଅଭିନେତା ହୋଇଥିବା ବେଳେ ତାଙ୍କର ଏହି ଦୂରଦିନରେ ସହାୟତା କରିବା ସହ ତାଙ୍କ ପରିବାରକୁ ସହ ଛିଡା ହେବ ପାଇଁ ନିଷ୍ପତ୍ତି ନେଇଛି ଆସୋସିଏସନ । ଏହି ବୈଠକରେ ସିଦ୍ଧାନ୍ତ ମହାପାତ୍ର ସ୍ୱରୀତମ ଦାସ ପୁଷ୍ପ ପଣ୍ଡା ଅରିନ୍ଦମ ବବି ମିଶ୍ର ଜୀନା ସମ୍ବିତ ପୁନମ ଦେବାଶିଷଙ୍କ ସମେତ ଅନେକ ବରିଷ୍ଠ କଳକାର ମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.