ETV Bharat / state

ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା, ୨୦୨୨-୨୩ ବର୍ଷରେ ରାଜ୍ୟରେ ୧୮୮ ଶିଶୁଙ୍କୁ ମିଳିଛି ପରିବାର

ଓଡ଼ିଶା ମହିଳା ଶିଶୁ ବିକାଶ ଆନୁକୁଲ୍ୟରେ ଷ୍ଟେଟ ଆଡପସନ ରିସୋର୍ସ ଏଜେନ୍ସି ତରଫରୁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଛି ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ
ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ
author img

By ETV Bharat Odisha Team

Published : Nov 22, 2023, 10:58 PM IST

ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ

ଭୁବନେଶ୍ବର: ପିଲାମାନେ ହେଉଛନ୍ତି ଉତ୍ସାହର ପ୍ରତୀକ । ଆମ ଦେଶର ଭବିଷ୍ୟତ । ସବୁ ଶିଶୁଙ୍କର ସ୍ନେହ ଯତ୍ନ ପାଇବାର ଅଧିକାର ଅଛି । ଯଦିଓ ଅନେକ ପିଲାମାନେ ଖୁସି ଏବଂ ଯତ୍ନ ପାଇବାର ସୌଭାଗ୍ୟ ଲାଭ କରନ୍ତି । କିନ୍ତୁ ଏହା ଅତ୍ୟନ୍ତ ଦୁଃଖର କଥା ଯେ ପ୍ରତିବର୍ଷ ବିଭିନ୍ନ ପାରିବାରିକ ଓ ସାମାଜିକ କାରଣରୁ ବହୁ ଛୋଟ ଛୋଟ ପିଲାମାନେ ପରିବାରରୁ ବିଛିନ୍ନ ହୋଇଯାଆନ୍ତି । ଯାହା ଫଳରେ ସେମାନେ ମାନବ ଚାଲାଣ ଏବଂ ଯୌନ ହିଂସା ଭଳି ବିପଦର ଶିକାର ହୋଇପଡନ୍ତି । ଏହି କଥାର ମର୍ମକୁ ବୁଝି ପ୍ରତିବର୍ଷ ନଭେମ୍ବର ମାସକୁ ସାରା ଭାରତରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଭାବେ ପାଳନ କରାଯାଇଥାଏ । ଏନେଇ ଓଡ଼ିଶା ମହିଳା ଶିଶୁ ବିକାଶ ଆନୁକୁଲ୍ୟରେ ଷ୍ଟେଟ ଆଡପସନ ରିସୋର୍ସ ଏଜେନ୍ସି ତରଫରୁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ୬ ରୁ ୧୮ ବର୍ଷ ବୟସ୍କ ଶିଶୁମାନଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା । ପୋଷ୍ୟ ଗ୍ରହଣ ପ୍ରକ୍ରିୟା ବିଷୟରେ ସଚେତନତା ସୃଷ୍ଟି କରି ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହନ ଦେବା । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ରାଜ୍ୟରେ ଶିଶୁ ସୁରକ୍ଷାର ପରିଭାଷା ବଦଳିଯାଇଛି । ଆମ ରାଜ୍ୟ ଜେ.ଜେ ଆଇନ, ୨୦୧୫ର ପ୍ରଭାବଶାଳୀ କାର୍ଯ୍ୟକାରିତାକୁ ପୂର୍ଣ୍ଣ ଭାବରେ ସମର୍ଥନ କରୁଛି । ପୋଷ୍ୟସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ କ୍ଷେତ୍ରରେ ଆମ ରାଜ୍ୟ ଜାତୀୟ ସ୍ତରରେ ପ୍ରଶଂସନୀୟ ।

୨୦୨୨-୨୦୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୮୮ ଜଣ ଶିଶୁଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରାଯାଇଛି । ଆମର ପ୍ରତିବଦ୍ଧତା କେବଳ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ସୀମିତ ନୁହେଁ ବରଂ ପୋଷ୍ୟ ସନ୍ତାନମାନଙ୍କର ସାମଗ୍ରିକ ସୁସ୍ଥତା ଆମର ପ୍ରାଥମିକତା । ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ସପୋର୍ଟ ନେଟୱାର୍କ ଅଫ ଆଡପ୍ଟିଭ ଫାମିଲିଜ ଇନ ଓଡ଼ିଶାର କାର୍ଯ୍ୟକାରିତାକୁ ସକ୍ରିୟ ଭାବରେ ବିକଶିତ କରାଯାଇଛି ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଶୁଭା ଶର୍ମା । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଚେୟାରମ୍ୟାନ ମନ୍ଦାକିନୀ କର ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି । ଏହା ସହ ଅନ୍ଧବିଶ୍ୱାସ ଦୂର କରି ବାଛବିଚାର ନକରି ସଦଭାବନରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଚିନ୍ତାଧାରାକୁ ସେ ସ୍ୱାଗତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ବହୁ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବାହନଗା ଟ୍ରେନ ଘଟଣାରେ ନିଜ ୨୨ ବର୍ଷ ପୁଅକୁ ହରାଇଥିବା ବାଲେଶ୍ୱରର ଲକ୍ଷ୍ମୀଧର ଜେନା ନିଜ ପରିବାରକୁ ଖୁସି ଫେରାଇ ଆଣିବା ପାଇଁ ୧୫ ବର୍ଷର ପୁଅ ଓ ୧୩ ବର୍ଷ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ଘଟଣା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଜଣେ ଦମ୍ପତି କହିଛନ୍ତି ଯେ, ବାହାଘର ୧୦ ବର୍ଷ ପରେ ନିସନ୍ତାନ ରହିବାର କଷ୍ଟ ଏହି ପୋଷ୍ୟ ସନ୍ତାନ ଯୋଗୁଁ ଦୂର ହେଇପାରିଛି । ସ୍ନେହ ମମତା ପାଇଲେ ସବୁ ପିଲା ମଣିଷ ହେଇପାରିବେ ବୋଲି କହି ସେ ଷ୍ଟେଟ୍‌ ଆଡପସନ୍‌ ରିସୋର୍ସ ଏଜେନ୍ସିକୁ ଧନ୍ୟବାଦ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......ପିତାମାତା ପାଇଲେ ଦୁଇ କନ୍ୟାରତ୍ନ, ସ୍ପେନ୍ ଦମ୍ପତିଙ୍କ ପୂରା ହେଲା ପରିବାର

କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ ଜଗତସିଂହପୁରର କାହ୍ନୁ ଚରଣ ରାଉତ, ଶ୍ରେଷ୍ଠ ସୁରକ୍ଷା ଅଧିକାରୀ ଭାବେ ଯାଜପୁରର ଅର୍ଚ୍ଚନା କୁମାରୀ ସାମନ୍ତ, ଶ୍ରେଷ୍ଠ ଆଉଟରିଚ କର୍ମକର୍ତ୍ତା ଭାବେ ମୟୂରଭଞ୍ଜର ଜିଲ୍ଲାର ଶଙ୍କର ଚନ୍ଦ୍ର କର, ଶ୍ରେଷ୍ଠ ସମାଜ ସେବୀ ତଥା କାଉନସେଲର ଭାବେ ନୂଆପଡ଼ାର ଶ୍ରୀନିବାସ ବେହେରା ଓ ଶ୍ରେଷ୍ଠ ଯତ୍ନ ପ୍ରଦାନକାରୀ ଭାବେ କନ୍ଧମାଳ ଜିଲ୍ଲାର ଆୟା ସୁରେଖା ଭୋଇଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଛି । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁମିତ୍ର ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥାର ପରିଚାଳକ ଓ ସମାଜସେବୀ, ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଥିବା ଅଭିଭାବକ ଓ ସମ୍ଭାବ୍ୟ ପୋଷ୍ୟ ସନ୍ତାନ ଗ୍ରହଣକାରୀ ଅଭିଭାବକମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.