ETV Bharat / state

Nutana Unnata Abhilasha Scheme: ନୂତନ ଉନ୍ନତ ଅଭିଲାଷା ଓଡ଼ିଶା ନିର୍ବାଚନୀ ଥୋପ !

author img

By

Published : Aug 12, 2023, 5:13 PM IST

Updated : Aug 12, 2023, 6:58 PM IST

୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୮ରେ ରାଜ୍ୟ ସରକାର ଗଠନ କରିଥିଲେ ବିଜୁ ଯୁବ ବାହିନୀ । ରାଜ୍ୟ ରଜକୋଷରୁ ବ୍ୟୟ ବରାଦ ହୋଇଥିଲା ୪୫୦ କୋଟି ଟଙ୍କା । ନିର୍ବାଚନ ବର୍ଷ ୨୦୧୯/୨୦ ରେ କେବଳ ବିଜୁ ଯୁବ ବାହିନୀ ପାଇଁ ଖର୍ଚ୍ଚ ହୋଇଥିଲା ୧୩୦ କୋଟି ଟଙ୍କା । ବିଜୁ ଯୁବ ବାହିନୀରେ ୨ ଲକ୍ଷ ୭୯ ହାଜର ୨୬୮ ଯୁବକ ଯୁବତୀଙ୍କୁ ସାମିଲ କରାଯାଇଥିଲା । ଅଧିକ ପଢନ୍ତୁ

Nutana Unnata Abhilasha Scheme
Nutana Unnata Abhilasha Scheme

ନୂତନ ଉନ୍ନତ ଅଭିଲାଷା ଓଡ଼ିଶା ନିର୍ବାଚନୀ ଥୋପ !

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଆଣିଛନ୍ତି ନୂଆ ଯୋଜନା ନୂତନ ଉନ୍ନତ ଅଭିଲାଷା ବା NUA ଓଡ଼ିଶା । ଆସନ୍ତା ୩ ବର୍ଷରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିପାଇଁ ୩୮୫ କୋଟି ଟଙ୍କା ବ୍ୟୟକୁ କ୍ୟାବିନେଟ ମୋହର ମାରିଛି । ଏଥିରେ ରାଜନୈତିକ ଗନ୍ଧ ବାରୁଛନ୍ତି ବିରୋଧୀ । ଯୁବ ଭୋଟରଙ୍କୁ ନିର୍ବାଚନ ଆକୃଷ୍ଟ କରିବା ଲାଗି ଏହା ନିର୍ବାଚନୀ ଥୋପ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ଜବାବ ରଖିଛି ଶାସକ ଦଳ ।

ଏହାବି ପଢନ୍ତୁ- Nutana Unnata Abhilasha Scheme: ‘ନୂଆ ଓଡିଶା’କୁ କ୍ୟାବିନେଟ ମୋହର, ଜାଣନ୍ତୁ କଣ ଏହି ଯୋଜନା

ବିଜୁ ଯୁବ ବାହିନୀ ପରି ରାଜ୍ୟ ସରକାରଙ୍କ ନୂଆ ଓଡିଶା ଥୋପ । ବିଜେଡି ଫୋକ୍ସରେ ଯୁବ ଭୋଟର । ଦକ୍ଷତା ବିକାଶ ନାଁ'ରେ ଯୁବ ବର୍ଗଙ୍କୁ ଆକୃଷ୍ଟ କରିବା ଲାଗି ପ୍ରୟାସ । ଏଥିପାଇଁ ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା ନୂତନ ଉନ୍ନତ ଅଭିଲାଷା ବା NUA ଓଡ଼ିଶା । ଯୋଜନାକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ । ଆସନ୍ତା ୩ ବର୍ଷରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିପାଇଁ ୩୮୫ କୋଟି ଟଙ୍କା ବ୍ୟୟକୁ ମୋହର ମାରିଛି କ୍ୟାବିନେଟ । ଉନ୍ନତମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହନ ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ । ରାଜ୍ୟର ୩୦ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦକ୍ଷତା ଅନୁଷ୍ଠାନ, ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ମାଧ୍ୟମରେ ଦକ୍ଷତା, Reskilling ଏବଂ Upskilling ସୁଯୋଗ ଯୋଗାଇ ଦିଆଯିବ ।

୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୮ରେ ରାଜ୍ୟ ସରକାର ଗଠନ କରିଥିଲେ ବିଜୁ ଯୁବ ବାହିନୀ । ରାଜ୍ୟ ରଜକୋଷରୁ ବ୍ୟୟ ବରାଦ ହୋଇଥିଲା ୪୫୦ କୋଟି ଟଙ୍କା । ନିର୍ବାଚନ ବର୍ଷ ୨୦୧୯/୨୦ ରେ କେବଳ ବିଜୁ ଯୁବ ବାହିନୀ ପାଇଁ ଖର୍ଚ୍ଚ ହୋଇଥିଲା ୧୩୦ କୋଟି ଟଙ୍କା । ବିଜୁ ଯୁବ ବାହିନୀରେ ୨ ଲକ୍ଷ ୭୯ ହାଜର ୨୬୮ ଯୁବକ ଯୁବତୀଙ୍କୁ ସାମିଲ କରାଯାଇଥିଲା । କିନ୍ତୁ ନିର୍ବାଚନ ପରେ ବନ୍ଦ ହୋଇଯାଇଥିଲା ବିଜୁ ଯୁବ ବାହିନୀ ଯୋଜନା । ଠିକ ୨୦୧୯ ପରି ୨୦୧୪ ନିର୍ବାଚନ ଦଖଲ କରିବା ଲାଗି ପୁଣି ଥରେ ଯୁବ ଭୋଟଙ୍କୁ ମୋହରା କରିଛନ୍ତି ବିଜେଡି ସରକାର । ନିର୍ବାଚନ ଆଗରେ ଥିବାରୁ ନୂଆ ଓଡ଼ିଶା ଯୋଜନା ଫାସରେ ଯୁବ ବର୍ଗଙ୍କୁ ପକାଇବାକୁ ସରକାର ଯୋଜନା କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ଏହାବି ପଢନ୍ତୁ- Odisha Cabinet Meeting: 12ଟି ବିଭାଗର 19ଟି ପ୍ରସ୍ତାବକୁ ସ୍ବୀକୃତି, 1ବର୍ଷରେ ଦକ୍ଷ ହେବେ 1ଲକ୍ଷ ଯୁବକ ଯୁବତୀ

ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଉଛି ଓଡିଶା ଏକ ଆର୍ଥିକ ସ୍ବଚ୍ଛଳ ରାଜ୍ୟ । ତେଣୁ ରାଜ୍ୟ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବର୍ଗଙ୍କୁ ଆକୃଷ୍ଟ କରିବା ଲାଗି ଯୋଜନା ଅଣୁଛନ୍ତି । ମହିଳା, ଯୁବକ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରୟାସ କରୁଛନ୍ତି । କିଛି ଯୋଜନା ଯୋଗୁଁ ସରକାରଙ୍କୁ ନିର୍ବାଚନରେ ଫାଇଦା ମିଳୁଛି । ଆଉ କିଛି ନିର୍ବାଚନ ପରେ ଯୋଜନା ବନ୍ଦ ହୋଇଯାଉଛି । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୋଜନା କରାଯାଉଛି । ଯୁବ ବର୍ଗଙ୍କ ପାଇଁ ଏହା ଆଉ ଏକ ପଦକ୍ଷେପ । ବିରୋଧୀ ଦଳ ତଥାକଥିତ ଢଙ୍ଗରେ ଏହାକୁ ବିରୋଧ କରିବେ । ଏହା କିଛି ଫରକ ପକାଇବ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଯୁବ ବାହିନୀ ଗଠନ କରି ନିର୍ବାଚନ ପରେ ବନ୍ଦ ହୋଇଗଲା ଯୋଜନା । ୨୦୨୪ ପାଇଁ ଆରମ୍ଭ ହୋଇଥିବା ଯୋଜନା କେତେ ସଫଳ ହେବ ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 12, 2023, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.