ETV Bharat / state

Annual Bird census: ଚିଲିକାରେ ବୃଦ୍ଧି ପାଇଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା - ପକ୍ଷୀ ଗଣନା କାର୍ଯ୍ୟକ୍ରମ

ଚିଲିକାରେ ବୃଦ୍ଧି ପାଇଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ଏନେଇ ବୁଧବାର ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ । ଅଧିକ ପଢନ୍ତୁ

chilika Annual Bird census
chilika Annual Bird census
author img

By

Published : Jan 5, 2023, 9:27 AM IST

chilika Annual Bird census

ଖୋର୍ଦ୍ଧା: ବୁଧବାର ଚିଲିକାରେ ଆରମ୍ଭ ହୋଇଥିଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ କମ ଥିବା ସତ୍ତ୍ୱେ ମଧ୍ୟ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ ବଢିଥିବାର ଜଣାପଡିଛି । ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ରାମସ୍ୱାମୀ ପିଙ୍କ ସୂଚନା ମୁତାବକ, "ଚଳିତ ବର୍ଷ ଚିଲିକାରେ ସମୁଦାୟ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଛନ୍ତି । ନଳବଣରେ ଅଧିକ ପକ୍ଷୀ ପରିଲକ୍ଷିତ ହୋଇଛି । ଗତ ବର୍ଷ ଠାରୁ ଚଳିତ ବର୍ଷ ୫୭ ହଜାରରୁ ଅଧିକ ପକ୍ଷୀ ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ଲୋକାର୍ପଣ ହେବ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ସୂଚନାଥାଉକି, ମଙ୍ଗଳବାର ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲୁରହିଥିଲା । ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୨୧ ଟି ଟିମ ନିୟୋଜିତ ହୋଇଥିଲେ। ଏବଂ ପ୍ରତି ଟିମରେ ୬-୭ ଜଣ ସଦସ୍ୟ ରହିଥିଲେ । ଟାଙ୍ଗୀ ଜୋନରେ ୮ଟି ଟିମ, ବାଲୁଗାଁରେ ୬ ଟି, ସାତପଡ଼ାରେ ୪ ଟି, ରମ୍ଭାରେ ୨ ଟି ଏବଂ ଚିଲିକାରେ ୧ ଗୋଟି ଟିମ ନିୟୋଜିତ ରହିଥିଲେ । ତେବେ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିବା ବେଳେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଙ୍ଗ, ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: Annual Bird census: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଟିମ ନିୟୋଜିତ

ଗତବର୍ଷ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ଥିଲେ । ସେହିପରି ଚଳିତବର୍ଷ ସମୁଦାୟ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ହଜାର ୯୨୯ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ ହଜାର ୮ ଶହ ୮୦ ଗୋଟି ସ୍ଥାନୀୟ ପକ୍ଷୀ ଅଛନ୍ତି ।

ପ୍ରକାଶଥାଉକି, ପକ୍ଷୀଗଣନା ଏକକ ପଦ୍ଧତି ଏବଂ ବ୍ଲକ ପଦ୍ଧତିରେ କରାଯାଇଥାଏ । ଯେଉଁଠି ସ୍ବଳ୍ପ ସଂଖ୍ୟକ ପକ୍ଷୀ ଦୃଷ୍ଟିଗୋଚର ହୋଇଥାନ୍ତି, ସେଠାରେ ୧,୨ କ୍ରମରେ ପକ୍ଷୀସଂଖ୍ୟା ଏବଂ ପ୍ରଜାତି ଗଣନା ହୋଇଥାଏ । ଏହାକୁ ଏକକ ପଦ୍ଧତି କୁହାଯାଇଥାଏ । ଯେଉଁଠି ପକ୍ଷୀ ଗଣିହୁଏ ନାହିଁ ଏବଂ ଅସଂଖ୍ୟ ମାତ୍ରାରେ ସମାଗମ ହୋଇଥାନ୍ତି, ସେଠାରେ ବ୍ଲକ ପଦ୍ଧତି ମାଧ୍ୟମରେ ପକ୍ଷୀ ଗଣନା କରାଯାଇଥାଏ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.