ETV Bharat / state

ଆଦିବାସୀ ଦମ୍ପତିଙ୍କ ନୂଆ ବସା ବାନ୍ଧିବାର କାହାଣୀ "ନୂଆ" - bhubneswar

ରବିନ୍ଦ୍ର ମଣ୍ଡପରେ ପରିବେଷିତ ହୋଇଯାଇଛି ନାଟକ "ନୂଆ" । ନାଟକଟି ଏପରି ଜୀବନ୍ତ ହୋଇଥିଲା ସତେ ଲାଗୁଥିଲା କେଉଁ ସରକାରୀ ଯୋଜନାଠାରୁ ବହୁ ଦୂରରେ ଥିବା ଆଦିବାସୀ ଗ୍ରାମ ରବୀନ୍ଦ୍ର ମଣ୍ଡପକୁ ଉଠି ଆସିଛି । ଯାହାକୁ ଉପସ୍ଥିତ ଦର୍ଶକମାନେ ଭରପୁର ଉପଭୋଗ କରିଥବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Apr 29, 2019, 3:17 AM IST

ଭୁବନେଶ୍ୱର: ଆଦିବାସୀ ଦମ୍ପତି ମେଳଛା ଓ ଗୁରୁବାରୀ ନୂଆ ସଂସାର କରିଛନ୍ତି ସତ । କିନ୍ତୁ ଗରିବ ହୋଇଥିବାରୁ ଗୋଟେ ଘର କରି ପାରି ନାହାନ୍ତି କି ଭଲ ଗଣ୍ଡେ ଖାଇବାକୁ ପାଇ ନାହାନ୍ତି । ସମସ୍ତ ସରକାରୀ ଯୋଜନା ଏବେବି ସେମାନଙ୍କ ପାଇଁ ଅପହଞ୍ଚ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ନିଜ ହାତ ତିଆରି ଘରକରଣା ଜିନିଷର ଆଦର କମି ଯିବାରୁ ନିଜ ରୋଜଗାର ମଧ୍ୟ ହେଉନି । ଫଳରେ ପେଟରେ ଓଦା କପଡା ପକାଇ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଜୀବନ କାଟୁଛନ୍ତି । ନାରୀମାନେ ସବୁବେଳେ ଛୁଆ ପାଇଁ ବ୍ୟାକୁଳ ହେଉଥିବା ବେଳେ ପେଟକୁ ଦାନା ନ ମିଳିବା ସେମାନଙ୍କୁ ଅନେକ ଦୁଃଖ ଦେଇଛି । ଶେଷରେ ଗାଁର ସରକାରୀ ଦଳର ଚାମଚା ସାଜିଥିବା ରାଜୁର କଥାରେ ସରକାରୀ ଯୋଜନାରେ ଘୁଷୁରୀ ପାଳିବାକୁ ରାଜି ହୋଇଛି ।

ଘୁଷୁରୀ ଏକା ଥରକେ 16 ଟା ଛୁଆ ଦେଲେ ତାକୁ ବିକି ଭଲ ଖାଇବା ସହିତ ଘର କରି ରହିବାକୁ ସେମାନେ ଅନେକ ଆଶାରେ ଗଛମୂଳେ ଅନେଇ ବସିଛନ୍ତି । ନାଟ୍ୟକାର ତଥା ଗାଳ୍ପିକ ଗୌରହରି ଦାସ ନିଜ ଗଳ୍ପ ନୂଆ ଠିକଣାର ଏହା ହେଉଛି ନାଟ୍ୟ ରୂପ । ଯାହାକୁ ନିଜ ଶୈଳୀରେ ନିର୍ଦ୍ଦେଶନା ଦେଇଛନ୍ତି ସୁବୋଧ । ରବିନ୍ଦ୍ର ମଣ୍ଡପରେ ପରିବେଷିତ ଏହି ନାଟକଟି ଏପରି ଜୀବନ୍ତ ହୋଇଥିଲା ସତେ ଲାଗୁଥିଲା କେଉଁ ସରକାରୀ ଯୋଜନାଠାରୁ ବହୁ ଦୂରରେ ଥିବା ଆଦିବାସୀ ଗ୍ରାମ ରବୀନ୍ଦ୍ର ମଣ୍ଡପକୁ ଉଠି ଆସିଛି । ଯାହାକୁ ଉପସ୍ଥିତ ଦର୍ଶକମାନେ ଭରପୁର ଉପଭୋଗ କରିଥବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.