ETV Bharat / state

ଓଡ଼ିଶାରେ ମାତିଛନ୍ତି କୁଖ୍ୟାତ ବାୱରିଆ ଗ୍ୟାଙ୍ଗ, ଲଜରେ ଲୁଚିଥିବାବେଳେ ମାଡିବସିଲା କମିଶନରେଟ ପୋଲିସ

author img

By

Published : May 22, 2023, 10:02 PM IST

କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ଅନ୍ତର୍ଜାତୀୟ ଦୁର୍ଦ୍ଦାନ୍ତ ଅପରାଧୀ ବାୱରିଆ ଗ୍ୟାଙ୍ଗ । ଅଧିକ ପଢ଼ନ୍ତୁ

bawariya gang arrested in odisha
କୁଖ୍ୟାତ ବାୱରିଆ ଗ୍ୟାଙ୍ଗ ଗିରଫ
କୁଖ୍ୟାତ ବାୱରିଆ ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ହାର୍ଡକୋର ଅପରଧୀ । ଭୁବନେଶ୍ୱରରେ ଏକ ଲଜରେ ଲୁଚିଥିବା ବେଳେ ଧରିଲା ସ୍ପେଶାଲ ସ୍କ୍ବାର୍ଡ । ଏମାନଙ୍କ ଠାରୁ ୧୬ଟି ସୁନା ଚେନ ସହ ଦୁଇଟି ମୋବାଇଲ ଫୋନ ଓ ଦୁଇଟି ବାଇକ ଜବତ କରିଛି କମିଶନରେଟ ପୋଲିସ । ଏମାନେ ଉତ୍ତରପ୍ରଦେଶର କୁଖ୍ୟାତ ବାୱରିଆ ଗ୍ୟାଙ୍ଗର ସଦସ୍ୟ ହୋଇଥିବା ଜଣାପଡ଼ିଛି । ଏହି ଚାରିଜଣିଆ ଗ୍ୟାଙ୍ଗକୁ ଗିରଫ ପରେ ଚାରି ଜିଲ୍ଲାର ୨୮ କ୍ରାଇମ ରେକର୍ଡ ସାମ୍ନାକୁ ଆସିଛି ।

ରାଜଧାନୀରେ ଲୁଟର ଆତଙ୍କ ମଚାଇଛନ୍ତି ଏହି ବାୱରିଆ ଗ୍ୟାଙ୍ଗ । ଭୁବନେଶ୍ୱରର ନୟାପଲ୍ଲୀ, ସହିଦନଗର, ଏୟାରଫିଲ୍ଡ, ବଡଗଡ଼ ଥାନା ଅଞ୍ଚଳରେ ଏକାଧିକ ସ୍ଥାନରେ ଏମାନଙ୍କ ଅପରାଧର ଇତିହାସ ରହିଛି । ରାସ୍ତାରେ ଯାଉଥିବା ଏକାକୀ ମହିଳାଙ୍କୁ ପିଛା କରି ଏକୁଟିଆ ଦେଖି ସୁନା ଚେନ, ପର୍ସ ଆଦି ଝାମ୍ପି ଆତଙ୍କ ରଚିଥାନ୍ତି । ଡକାୟତି କରିବା ପାଇଁ ସେମାନେ ଦିଲ୍ଲୀ ନମ୍ବର ଥିବା ଗାଡ଼ି ବ୍ୟବହାର କରୁଥିଲେ । ଯାହାକି ସେମାନଙ୍କୁ ଧରିବା ଏତେଟା ସହଜ ନଥିଲା । ଭୁବନେଶ୍ବରର ବିଭିନ୍ନ ଥାନାରେ କ୍ରମାଗତ ଭାବେ ଲୁଟ ଅଭିଯୋଗ ପରେ ସିସିଟିଭି ଫୁଟେଜ ସଂଗ୍ରହ କରି ଏମାନଙ୍କୁ ଟ୍ରାକ କରିଥିଲା ପୋଲିସ । ପରେ ଏମାନଙ୍କୁ ପିଛା କରି କରି ଏକ ଲଜରେ ଲୁଚିଥିବା ବେଳେ ଧରିବାରେ ସଫଳ ହୋଇଥିଲା । ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, "ବାଓ୍ବରିଆ ଏକ କୁଖ୍ୟାତ ଗ୍ୟାଙ୍ଗ । ବିଭିନ୍ନ ରାଜ୍ୟରେ ଏମାନଙ୍କ ଅପରାଧ ଇତିହାସ ରହିଛି । ଉକ୍ତ ଗ୍ୟାଙ୍ଗ ନାଁରେ ବାଲେଶ୍ବର, ଭଦ୍ରକ, କଟକ, ଭୁବନେଶ୍ୱରରେ ୨୮ଟି ମାମଲା ରହିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୧୬ଟି ଚେନ ଜବତ ହୋଇଛି । ଏହି ଘଟଣାରେ ତଦନ୍ତ ଚାଲିଛି ଆବଶ୍ୟକ ପଡିଲେ ସେମାନଙ୍କୁ ରିମାଣ୍ଡରେ ନିଆଯିବ ।

କିଏ ଏହି ବାଓ୍ବରିଆ ଗ୍ୟାଙ୍ଗ?

ଉତ୍ତରପ୍ରଦେଶର ସୋମାଲି ଜିଲ୍ଲାରେ ଏମାନଙ୍କ ଘର । ପ୍ରଥମ ଥର ପାଇଁ ତାମିଲନାଡୁ ପୋଲିସ ଏହି ଦୁର୍ଦ୍ଦାନ୍ତ ଡକାୟତି ଗ୍ୟାଙ୍ଗକୁ ଠାବ କରିଥିଲା । ୧୯୯୫ ରୁ ୨୦୦୬ ମଧ୍ୟରେ ଜାତୀୟ ରାଜପଥରେ ବିଶେଷ କରି ଲୋରି ଓ ହାଇଓ୍ବା ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟପାଟ କରୁଥିଲେ । ଦେଶର ଏକାଧିକ ରାଜ୍ୟରେ ଅପରାଧ ଘଟାଇ ସାଜିଥିଲେ ଦୁର୍ଦ୍ଦାନ୍ତ ଅପରାଧୀ । ଲୁଟ ବେଳେ ଅତି ନୃଶଂସ ଭାବେ ବୟସ୍କ ଓ ମହିଳାଙ୍କୁ ଆକ୍ରମଣ କରିଥାନ୍ତି । ଏପରିକି ମହିଳାଙ୍କୁ ଦୁଷ୍କର୍ମ କରି ଘରେ ଲୁଟପାଟ କରୁଥିବା ଅଭିଯୋଗ ରହିଛି । ଦୀପାବଳୀ ପୂଜା କରି ଏମାନେ ଏପରି ଲୁଟପାଟ ପାଇଁ ବାହାରନ୍ତି । ଯାଯାବର ପରି ରୁହନ୍ତି, ଅପରାଧ ଘଟାଇବା ପରେ ସ୍ଥାନ ବଦଳାନ୍ତି । ଏକକାଳୀନ ୫ ରୁ ୧୦ଜଣିଆ ଟିମ ହୋଇ ଗୋଟେ ଗୋଟେ ସହରରେ ପଶି ଡକାୟତି କରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.