ETV Bharat / state

Odisha Weather: ପଶ୍ଚିମା ଝଡ ପ୍ରଭାବ, କାଲି ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

author img

By

Published : Jan 17, 2023, 7:49 PM IST

ରାଜ୍ୟରେ ଏବେ ପାଗ ଶୁଖିଲା ରହିଛି । ମାତ୍ର ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Odisha Weather
Odisha Weather
ପଶ୍ଚିମା ଝଡ ପ୍ରଭାବ, କାଲି ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ କିଛି ମାତ୍ରାରେ ଶୀତର ପ୍ରଭାବ କମିଛି । ମାତ୍ର ଗତ ୨୪ ଘଣ୍ଟାରେ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏବେ ଶୀତର ପ୍ରକୋପ କମିଥିବା ବେଳେ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଛି । ଫଳରେ ଦିନ ତାପମାତ୍ରା ବୃଦ୍ଧି ପାଉଛି । ତେବେ ୧୯ ତାରିଖରୁ ପୁଣି ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ବାସଙ୍କ ଏନେଇ ସୂଚନା ଦେଇ କହିଛନ୍ତି, "ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା । ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଜମିଥିବା ଦେଖିବାକୁ ମିଳିଛି । ଏବେ ରାଜ୍ୟରେ ଅନେକ ସ୍ଥାନରେ ସ୍ବାଭାବିକ ତାପମାତ୍ରାଠାରୁ ୨-୩ ଡିଗ୍ରୀ ଅଧିକ ତାପମାତ୍ରା ରହିଛି । ଭୁବନେଶ୍ବରରେ ୧୮.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ବେଳେ ଏହା ସ୍ବାଭାବିକଠାରୁ ୩ ଡିଗ୍ରୀ ଅଧିକ ରହିଛି । ତେବେ ଆଜିଠାରୁ ବୁଧବାର ମଧ୍ୟରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାଗୁଡ଼ିକରେ ବର୍ଷାର ସମ୍ଭାବନା ରହିଛି ।"

ଏହା ବି ପଢନ୍ତୁ- ମୁକୁଳା ଡ୍ରେନରେ ପଡି ଛାତ୍ର ମୃତ୍ୟୁ ଘଟଣା, ପରିବାର ଲୋକଙ୍କୁ ଭେଟିଲା CMC

୧୭ ଜାନୁଆରୀରେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ବର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ୧୮ ଜାନୁଆରୀରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ ମଧ୍ୟ ଗୋଟିଏ ୨ଟି ସ୍ଥାନରେ ବର୍ଷା ହୋଇପାରେ । ଗତକାଲି ରାତି ଓ ଭୋର ସମୟରେ ଦୃଶ୍ୟମାନ ଦୂରତା କଟକ, ପାରାଦ୍ବୀପ, ଖୋର୍ଦ୍ଦା ୫୦ ମିଟର ଥିବା ବେଳେ ନୟାଗଡ଼ରେ ୩୦ ମିଟର, ସେପଟେ ଚାନ୍ଦବାଲିରେ ୧୦୦ ମିଟର ରହିଥିଲା ବୋଲି ବିଶ୍ବାସ ସୂଚନା ଦେଇଛନ୍ତି ।

ସେହିପରି ଜଗତସିଂହପୁର, କେନ୍ଦ୍ରାପଡାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ଥିବା ବେଳେ ଢେଙ୍କାନାଳରେ ୧୫୦ ମିଟର ଥିଲା । ଘନ କୁହୁଡି ଅନୁଭୂତ ହେଉଥିବାରୁ ଦିନ ତାପମାତ୍ରା ବୃଦ୍ଧି ପାଉଛି । ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି । ବର୍ଷା ପରେ ପାଣିପାଗରେ ସାମାନ୍ୟ ପରିଵର୍ତ୍ତନ ହୋଇପାରେ । ଗୁରୁଚାପ ପ୍ରଭାବରେ ଘନ କୁହୁଡି ଦେଖାଦେବ, ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.