ETV Bharat / state

କ୍ୟାପିଟାଲ ହସ୍ପିଟାଲରେ ଖୁବ୍ ଶୀଘ୍ର ବର୍ଣ୍ଣ କେୟାର ୟୁନିଟ୍: ନିର୍ଦ୍ଦେଶକ

Burn care unit: କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବର୍ଣ୍ଣ କେୟାର ୟୁନିଟ ନାହିଁ । ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ଆଗକୁ ବର୍ଣ୍ଣ କେୟାର ୟୁନିଟ ଖୋଲାଯିବ ବୋଲି କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : Jan 11, 2024, 4:04 PM IST

Burn care unit
ସ୍ବତନ୍ତ୍ର ବର୍ଣ୍ଣ କେୟାର ୟୁନିଟ
ସ୍ବତନ୍ତ୍ର ବର୍ଣ୍ଣ କେୟାର ୟୁନିଟ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନାହିଁ ସ୍ବତନ୍ତ୍ର ବର୍ଣ୍ଣ କେୟାର ୟୁନିଟ । ଯାହାକୁ ନେଇ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହସ୍ପିଟାଲରେ ବର୍ଣ୍ଣ କେୟାର ୟୁନିଟ ନଥିବାରୁ ରୋଗୀଙ୍କୁ କେବଳ ପ୍ରାଥମିକ ଚିକିତ୍ସା ଦେଇ ଅନ୍ୟ ହସ୍ପିଟାଲକୁ ରେଫର କରୁଛନ୍ତି କ୍ୟାପିଟାଲ ହସ୍ପିଟାଲ ଡାକ୍ତର। ତେବେ ହଜାର ହଜାର ଲୋକ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରୁଥିବା ବେଳେ ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି ରୋଗୀ । ସେପଟେ ଆଗାମୀ ଦିନରେ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ ଗଠନ ହେବ ବୋଲି ମତ ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ । ନୂତନ ମାଷ୍ଟର ପ୍ଲାନରେ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ ବ୍ୟବସ୍ଥା ରହିବ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଅନେକ ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ସମସ୍ତ ହସ୍ପିଟାଲକୁ ରୂପାନ୍ତରଣ କରାଯାଉଛି। କିଭଳି ଭାବେ ଭଲ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ପଦକ୍ଷେପ ନିଆଯାଉଛି। ସେହିପରି ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଅନେକ ନୂଆ ନୂଆ ବିଭାଗ ଖୋଲାଯାଇଛି । ନୂଆ ନୂଆ ଅପରେସନ ମଡୁଲାର ଓଟି ଆରମ୍ଭ ହୋଇଛି । ହେଲେ ଏଠାରେ ବର୍ଣ୍ଣ ୟୁନିଟରେ ସଠିକ ଭାବରେ ଚିକିତ୍ସା ଯୋଗାଇ ଦିଆଯାଉ ନଥିବାରୁ ରୋଗୀମାନେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀମାନେ ହସ୍ପିଟାଲରୁ ସଠିକ ଭାବରେ ଚିକିତ୍ସା ପାଇ ପାରୁନାହାନ୍ତି । କେବଳ ବର୍ଣ୍ଣ ୟୁନିଟ ନୁହେଁ ଏପରିକି ଗୋଟିଏ ପରୀକ୍ଷା କରିବା ପାଇଁ ମଧ୍ୟ ରୋଗୀମାନେ ଏଣେ ତେଣେ ବୁଲୁଛନ୍ତି। ଆଉ ଅନେକ ସମୟରେ ଚିକିତ୍ସା ପାଇଁ ଦୀର୍ଘ ସମୟ ଏପରିକି ଦୀର୍ଘ ଦିନ ଧରି ଅପେକ୍ଷା କରି ରହୁଥିବା ଭଳି ଅନେକ ଅଭିଯୋଗ ଆସୁଥିବାର ନଜରକୁ ଆସିଛି।

ଏହା ମଧ୍ୟ ପଢନ୍ତୁ- ପୂରଣ ହେବ ଦୀର୍ଘ ଦିନର ଦାବି, ଏମକେସିଜିରେ ଖୋଲିବ ବର୍ଣ୍ଣ କେୟାର ୟୁନିଟ୍‌

ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଆମର ବର୍ଣ୍ଣ ଓ୍ବାର୍ଡରେ ୮ଟି ବେଡ ରହିଛି । ଏଠାରେ ଆମର ସ୍ବତନ୍ତ୍ର ବର୍ଣ୍ଣ କେୟାର ୟୁନିଟ ନାହିଁ । ଏଠି କେବଳ ଆମେ ପ୍ରାଥମିକ ଚିକିତ୍ସା କରିବା ପାରିବୁ । ୨୦ ରୁ ୩୦ ପ୍ରତିଶତ ପୋଡିଥିଲେ ଆମେ ଚିକିତ୍ସା କରିପାରିବୁ। ଆଉ ବର୍ଣ୍ଣ ପାଇଁ ଯେଉଁ ଆଇସିୟୁର ଆବଶ୍ୟକତା ଥାଏ ସେଥିପାଇଁ ଆମେ କଟକ ରେଫର କରିଥାଉ । ଆଗକୁ ଯେଉଁ ମାଷ୍ଟର ପ୍ଲାନ ହେବାକୁ ଅଛି ସେଥିରେ ବର୍ଣ୍ଣ କେୟାର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରଖାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.