ETV Bharat / state

Banakalagi Ritual: କାମ ଦେଲାନି ଚେତାବନୀ, ନିଜ ଜିଦରେ ଅଟଳ ଦତ୍ତମହାପାତ୍ର ସେବାୟତ !

author img

By

Published : Jul 26, 2023, 7:41 PM IST

ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଏବେବି ଆଶା ଆଶଙ୍କା ଲାଗି ରହିଛି । ଦତ୍ତମହାପାତ୍ର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଶ୍ରୀମନ୍ଦିର ସ୍ଵତ୍ଵଲିପିକୁ ନେଇ ଚାଲି ଥିବା ବିବାଦର କୌଣସି ସମାଧାନ ହୋଇପାରିନାହିଁ । ଫଳରେ ଆଜି ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ହେବ କି ନାହିଁ ଅସ୍ପଷ୍ଟ । ଅଧିକ ପଢନ୍ତୁ

କାମ ଦେଲାନି ଚେତାବନୀ, ନିଜ ଜିଦରେ ଅଟଳ ଦତ୍ତମହାପାତ୍ର ସେବାୟତ !

ପୁରୀ: କାମ ଦେଲାନି ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ । ଖାତିରେ କଲେ ନାହିଁ ଭକ୍ତଙ୍କ ଆକୁଳ ନିବେଦନ । ଶ୍ରୀମନ୍ଦିର ପ୍ରଶାସନର ତମାମ ପ୍ରୟାସ ହେଲା ନିଷ୍ଫଳ । ଉଭୟ ପକ୍ଷର ଅହଙ୍କାର ଓ ଆତ୍ମବଡିମା ପାଇଁ ଆଜି(ବୁଧବାର) ମଧ୍ୟ ହୋଇପାରିଲା ନାହିଁ ଓଡିଆ ଜାତିର ମଉଡମଣୀଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି । ଶ୍ରୀମନ୍ଦିରରେ ନୀତିକାନ୍ତିର ଉଡୁଛି ଧଜିଆ । ଭକ୍ତଙ୍କ ଭାବାବେଗକୁ ଲାଗିଛି ଶକ୍ତ ଧକ୍କା । ଜିଦ ପାଇଁ ସମୟେ ସମୟେ ଅଖିଆ ଅପିଆ ଅନିଦ୍ରା ରହୁଛନ୍ତି ବିଶ୍ବବ୍ରହ୍ମାଣ୍ଡ । ସପ୍ତାହ ସପ୍ତାହ ଧରି ହୋଇପାରୁନାହିଁ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର । ଯାହାକୁ ନେଇ ସାରା ଓଡିଶାରେ ଭକ୍ତ ମହଲରେ ଜନଅସନ୍ତୋଷ ବଢିବାରେ ଲାଗିଛି ।

ଏହାବି ପଢନ୍ତୁ- ବୁଧବାର ହେବ ତ ଶ୍ରୀଜିଉଙ୍କ ବନକଲାଗି ନୀତି ? ହୋଇନାହିଁ ବିବାଦର ସମାଧାନ

ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଏବେବି ଆଶା ଆଶଙ୍କା ଲାଗି ରହିଛି। ଦତ୍ତମହାପାତ୍ର ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଶ୍ରୀମନ୍ଦିର ସ୍ଵତ୍ଵଲିପିକୁ ନେଇ ଚାଲି ଥିବା ବିବାଦର କୌଣସି ସମାଧାନ ହୋଇପାରିନାହିଁ। ଫଳରେ ଆଜି ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ହେବ କି ନାହିଁ ଅସ୍ପଷ୍ଟ । ଶ୍ରୀମନ୍ଦିର ସ୍ଵତଲିପି ଅନୁଯାୟୀ ଗୁରୁବାର ଦିନ ହିଁ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରକୃଷ୍ଟ ଦିବସ ବୋଲି ଦତ୍ତମହାପାତ୍ର ନିଯୋଗ କହୁଛି। ସେହିପରି ଗୁରୁବାର ଦିନ ହିଁ ମହାଲକ୍ଷ୍ମୀଙ୍କ ଏକାନ୍ତ ନୀତି ଅନୁଷ୍ଠିତ ହୋଇଥାଏ। ଏଣୁ ପରମ୍ପରା ମୁତାବକ ଗୁରୁବାର ଦିନ ହିଁ ବନକଲାଗି ନୀତି ହେବା ଉଚିତ।

ଆଜି ବୁଧବାର ବନକଲାଗି ନୀତି କରାନଗଲେ ଶୃଙ୍ଖଳାଗତ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଚିଠି ଲେଖି ଯାହାର ଜବାବ ଦେଇଛନ୍ତି ଦତ୍ତମହାପାତ୍ର ସେବାୟତ । ଦତ୍ତମହାପାତ୍ର ସେବାୟତ ପକ୍ଷରୁ କୁହାଯାଇଛି ଯେ, ‘‘ବନକଲାଗି ନୀତି ପାଇଁ ଆବଶ୍ୟକ ଥିବା ପାରମ୍ପରିକ ଦ୍ରବ୍ୟର ପ୍ରସ୍ତୁତି ପାଇଁ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟର ଆବଶ୍ୟକତା ରହିଛି। ତେଣୁ ଆଜି ଏହାକୁ ପ୍ରସ୍ତୁତ କରାଯାଇ ବନକଲାଗି ନୀତି କରାଯିବା ସମ୍ଭବପର ନୁହେଁ । ଆସନ୍ତାକାଲି ଗୁରୁବାର ବନକଲାଗି ନୀତି କରାଯିବ ।’’

ସେପଟେ ବୁଧବାର ଦିନ ହିଁ ମହାପ୍ରଭୁଙ୍କ ବନକଲାଗି ନୀତି ହେବା ଯଥାର୍ଥ ବୋଲି ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ଏବଂ ବାମଦେବ ସଂହିତାରେ ଉଲ୍ଲେଖ ଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ୨୦୧୮ ମସିହାରୁ ବୁଧବାର ଦିନ ବନକଲାଗି ନୀତି କରାଯିବା ନେଇ ସମସ୍ତ ସେବାୟତ ନିଯୋଗର ମତାମତ ନିଆଯାଇ ସର୍ବସମ୍ମତି ନିଷ୍ପତ୍ତି ହୋଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରାଯାଇ ବୁଧବାର ଦିନ ହିଁ ଏହି ନୀତି ହୋଇଆସୁଛି। ତେବେ ଏହା ଜାଣି ମଧ୍ୟ ଦତ୍ତମହାପାତ୍ର ନିଯୋଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେ ଆହୁରି କହିଛନ୍ତି ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ଧାରା ୩୩ ଅନୁଯାୟୀ ଏହି ନୀତି ଦତ୍ତମହାପାତ୍ର ନିଯୋଗ ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ବିକଳ୍ପ ଭାବେ ସୁଦ୍ଧସୁଆର ମାନେ ଏହି ନୀତି କରିପାରିବେ। ତେବେ ଦତ୍ତମହାପାତ୍ର ନିଯୋଗ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ମହାପ୍ରଭୁଙ୍କ ବନକଲାଗି ନୀତି କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି। କିନ୍ତୁ ଖବର ଲେଖା ହେବା ପର୍ଯ୍ୟନ୍ତ ବନକଲାଗି ନୀତି ଆଜି ହେଉଥିବା ନେଇ କୌଣସି ସୂଚନା ନାହିଁ ।

ସୂଚନାଯୋଗ୍ୟଯେ ନିଳାଦ୍ରୀ ବିଜେ ପରଠାରୁ ହୋଇନାହିଁ ଦାରୁବ୍ରହ୍ମଙ୍କ ଶ୍ରୀମୁଖ ଶୃଙ୍ଗାର । ମଳିନ ପଡିଲାଣି ଓଡିଆ ଜାତିର ମଉଡମଣୀଙ୍କ ଶ୍ରୀମୁଖ। ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ବଡ ଠାକୁରଙ୍କ ଶ୍ରୀମୁଖ ଦର୍ଶନ କରି ଧନ୍ୟ ହୋଇଥାନ୍ତି ଭକ୍ତ । ଶ୍ରୀଜିଉଙ୍କ ଶ୍ରୀମୁଖ ଟିକିଏ ଦର୍ଶନ ପାଇଗଲେ ଭକ୍ତ ହୋଇଥାଏ କୃତ୍ୟ କୃତ୍ୟ । ହେଲେ ବିବାଦ ପାଇଁ ଏବେ ସେହି କଳାଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇପାରୁନାହିଁ । ନିଳାଦ୍ରୀ ବିଜେକୁ ଆଜି ପୁରିଲାଣି 26 ଦିନ । ବନକଲାଗି ନୀତି ହେବା ତ ଦୂରର କଥା । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ବଢିଚାଲିଛି ବିବାଦ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.