ETV Bharat / state

Naveen Politics: ଜାତୀୟ କ୍ରେଜ ନା ଚାପରେ ଚେପା ନବୀନ ! - ନୀତିଶ କୁମାର

ନବୀନଙ୍କୁ ଭେଟିବାକୁ ବିଭିନ୍ନ ରାଜନୈତିକ ଦଳର ନେତା ଭୁବନେଶ୍ବର ଆସିବାକୁ ଯେ କେବଳ ଏକ ସୌଜନ୍ୟ ସାକ୍ଷାତ କହିବା ସହଜରେ ସ୍ବୀକାର ଯୋଗ୍ୟ ନୁହେଁ । ନୀତିଶଙ୍କ ଗସ୍ତର ଠିକ ପରଦିନ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନୈତିକ ମହଲରେ ଆଉ ଏକ ଚର୍ଚ୍ଚାକୁ ମଧ୍ୟ ଜନ୍ମ ଦେଇଛି । ଜାତୀୟ ଓ ମେଣ୍ଟ ରାଜନୀତିରୁ ବିକାଶକୁ ଅଧିକ ଗୁରୁତ୍ବ ଦେଇଆସୁଛନ୍ତି ନବୀନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 10, 2023, 10:56 PM IST

ଭୁବନେଶ୍ବର: ନବୀନ-ନୀତିଶ ଭେଟ ନେଇ ଜାତୀୟ ଓ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । ରାଜନୈତିକ ଆଲୋଚନା ହୋଇନାହିଁ କହି ଉଭୟ ବରିଷ୍ଠ ନେତା ଦେଇଛନ୍ତି ବଡ଼ ରାଜନୈତିକ ବାର୍ତ୍ତା । ସାମ୍ପ୍ରତିକ ପରିସ୍ଥିତିରେ ରାଜନୀତିରେ ପୋଖତ ନବୀନ ଗୋଟି ଗୁଳିରେ କରିଛନ୍ତି ଅନେକ ଶିକାର । ସେହିପରି ନବୀନଙ୍କୁ ଭେଟିବା ଲାଗି ଅନେକ ନେତା ଓଡିଶା ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଏହାବି ପଢନ୍ତୁ- The Kerala Story: ରାଜ୍ୟ ସରକାରମାନେ କୌଣସି ଫିଲ୍ମ ବ୍ୟାନ କରିପାରିବେ କି ?

ନବୀନ ନିବାସରେ ନୀତିଶ:- ନବୀନଙ୍କ ସହ ଭେଟଘାଟ ନୂଆଦିଲ୍ଲୀରେ ସୃଷ୍ଟି କରିଛି ରାଜନୈତିକ କମ୍ପନ । ନୀତିଶ ଓ ନବୀନଙ୍କ ସାକ୍ଷାତରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ଉଭୟ କହିଥିଲେ ବି ଏଥିରେ ରହିଛି ଅନେକ ଦିଗ । ଝଡ଼ ପୂର୍ବର ନୀରବତା ପରି ମେଣ୍ଟ ସମ୍ପର୍କରେ ଉଭୟ ନେତାଙ୍କ ନୀରବତା ଅନେକ ଦିଗକୁ ଇଙ୍ଗିତ କରୁଛି । କିଛି ଦିନ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନବୀନ ନିବାସ ଆସିବା ଜାତୀୟ ରାଜନୀତିରେ ଚହଳ ସୃଷ୍ଟି କରିଛି । ଆଗକୁ ନବୀନଙ୍କୁ ଭେଟିବାକୁ ଆସିବାକୁ ଅଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଏନେଇ ଚୂଡାନ୍ତ ତାରିଖ ପ୍ରସ୍ତୁତ କରୁଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ନବୀନଙ୍କୁ ଭେଟିବାକୁ ବିଭିନ୍ନ ରାଜନୈତିକ ଦଳର ନେତା ଭୁବନେଶ୍ବର ଆସିବାକୁ ଯେ କେବଳ ଏକ ସୌଜନ୍ୟ ସାକ୍ଷାତ କହିବା ସହଜରେ ସ୍ବୀକାର ଯୋଗ୍ୟ ନୁହେଁ । ନୀତିଶଙ୍କ ଗସ୍ତର ଠିକ ପରଦିନ ନବୀନଙ୍କ ଦିଲ୍ଲୀ ଗସ୍ତ ରାଜନୈତିକ ମହଲରେ ଆଉ ଏକ ଚର୍ଚ୍ଚାକୁ ମଧ୍ୟ ଜନ୍ମ ଦେଇଛି । ଜାତୀୟ ଓ ମେଣ୍ଟ ରାଜନୀତିରୁ ବିକାଶକୁ ଅଧିକ ଗୁରୁତ୍ବ ଦେଇଆସୁଛନ୍ତି ନବୀନ । ସ୍ବଳ୍ପ ଭାସି ସହ ଶାନ୍ତ ଓ କୋମଳ ସ୍ଵଭାବର ପରିଲକ୍ଷିତ ହେଉଥିବା ନବୀନ ରାଜନୀତିରେ କଠୋର ନିଷ୍ପତ୍ତି ନିଅନ୍ତି ତାହା କାହାକୁ ଅଛପା ନାହିଁ । ବିଜେପି ହାତ ଧରି କ୍ଷମତାକୁ ଆସିଥିବା ନବୀନ ଶେଷରେ ସାମ୍ପ୍ରଦାୟିକ ଦଳ କହି ଗେରୁଆ ଶିବିରକୁ ପାଦରେ ଆଡେଇ ଥିଲେ । ଜାତୀୟ ରାଜନୀତିରେ ବିଶେଷ ରୁଚି ରଖୁନଥିବା ନବୀନ 2009ରୁ ସମଦୁରତାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିଆସିଛନ୍ତି ।

ଏହାବି ପଢନ୍ତୁ- Exit Polls In Karnataka: ଏଥର ଝୁଲା ସରକାର ! କିଙ୍ଗ୍‌ମେକର ହେବ JDS

ଆସନ୍ତା ସାଧାରଣ ନିର୍ବାଚନରେ ନବୀନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପାରେ । ସବୁଠୁ ଗୁରୁତ୍ବର୍ଣ୍ଣ କଥା ହେଉଛି ଜାତୀୟ ରାଜନୀତିରେ ନବୀନଙ୍କ ସ୍ୱଚ୍ଛ ଛବି ଥିବା ବେଳେ ସବୁ ଦଳର ନେତା ତାଙ୍କୁ ପସନ୍ଦ କରନ୍ତି । ଅନ୍ୟ ପଟେ ଦେଖିଲେ, ବିଜେପି ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ଦଳଙ୍କୁ ଇଡ଼ି, ସିବିଆଇ ଓ ଆଇଟି ଡର ଘାରିଛି । ଏହି କେନ୍ଦ୍ରୀୟ ସଂସ୍ଥାକୁ ରାଜନୈତିକ ବିରୋଧୀଙ୍କୁ ଦମନ କରିବା ଲାଗି ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି । ଅଭିଯୋଗକାରୀ ତାଲିକାରେ ସାମିଲ ଅଛନ୍ତି ଆପ, ବିଆରଏସ, ଟିଏମସି, କଂଗ୍ରେସ ଓ ଅନ୍ୟାନ୍ୟ ଦଳ । ଓଡିଶାରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି ।

ଆଗାମୀ ଦିନରେ ଓଡିଶାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସକ୍ରିୟ ହେବେ ବୋଲି ଓଡିଶା ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଖୁଲମ ଖୋଲା କହିଛନ୍ତି । ଯଦି ଏମିତି ହୁଏ ତେବେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ଲାଗି ଅକଳ ସୃଷ୍ଟି କରିବ । ତେଣୁ ଏହାକୁ ପ୍ରତିହତ କରିବା ଲାଗି ବିଜେଡି ନିଜକୁ ପ୍ରସ୍ତୁତ କରୁଛି । ସେଥିପାଇଁ କୌଣସି ବିଜେପି ବିରୋଧୀ ମେଣ୍ଟରେ ଏମିତି ଖୋଲାଖୋଲି ଭାବେ ବିଜେଡି ସାମିଲ ହେବନାହିଁ । କିମ୍ବା ବିଜେପି ବିରୋଧୀ ମନ୍ତବ୍ୟ ଦେବାରୁ ବିଜେଡି ନିବୃତ୍ତ ରହିବ । ସେହିପରି ବିରୋଧୀ ଜାତୀୟ ଦଳର ନେତାଙ୍କ ସହ ସାକ୍ଷାତ ଓ ଆଲୋଚନା ଜରିଆରେ କେନ୍ଦ୍ରୀୟ ବିଜେପିକୁ ଷ୍ଟ୍ରେସରେ ରଖିବାକୁ ଚାହୁଁଛି ବିଜେଡି । ବିଭିନ୍ନ କାରଣରୁ ଚାପରେ ରହିଛନ୍ତି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର । 2024 ରେ ସରକାରକୁ ଫେରିବା ବିଜେପି ଲାଗି ଚ୍ୟାଲେଞ୍ଜ ସୃଷ୍ଟି ହୋଇପାରେ । ତେଣୁ କିଛି ଆଞ୍ଚଳିକ ଦଳର ସହଯୋଗ ବିଜେପିକୁ ଆବଶ୍ୟକ ପଡିପାରେ । ତେଣୁ ବିଜେଡିକୁ ଅସନ୍ତୁଷ୍ଟ କରିବାକୁ ଚାହିଁବ ନାହିଁ କେନ୍ଦ୍ରୀୟ ବିଜେପି ।

ନୀତିଶ ନବୀନ ଭେଟଘାଟ ଓ ଅନ୍ୟ ରାଜନେତାଙ୍କ ଓଡିଶା ଗସ୍ତ ନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଓଡିଶାକୁ ଯେଉଁ ନେତା ବା ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ୍ତି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରନ୍ତି । ନବୀନ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୁହନ୍ତି, ସେ ଭାରତବର୍ଷର ଉଚ୍ଚ ନେତୃତ୍ବ । ତାଙ୍କ ପ୍ରତି ସବୁ ଦଳର ସବୁ ନେତାଙ୍କର ସମ୍ମାନ ଅଛି । ନବୀନ ଜଣେ ପୁରୁଖା ରାଜନେତା ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସଦସ୍ୟ ଥିଲେ । ଭାରତ ବର୍ଷର ସବୁ ନେତାଙ୍କ ସହ ତାଙ୍କର ପରିଚୟ ଅଛି । ନବୀନଙ୍କ ଏଜେଣ୍ଡା ମଧ୍ୟ ସ୍ପଷ୍ଟ ରହିଛି । ଆଲୋଚନା ପରେ ଉଭୟ ନବୀନ ଓ ନୀତିଶ କହିଛନ୍ତି ଯେ, କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ଏହା ବ୍ୟକ୍ତିଗତ ଓ ସୌଜନ୍ୟ ମୂଳକ ସାକ୍ଷାତ । ନବୀନ ଓ ନୀତିଶଙ୍କ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତା ରହିଛି । ରାଜ୍ୟର ସ୍ବାର୍ଥକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଓ ବିଜେଡି ନିଷ୍ପତ୍ତି ନିଏ ବୋଲି ପ୍ରସନ୍ନ କହିଛନ୍ତି ।

ତେବେ ନୀତିଶଙ୍କ ପରେ ଯେଉଁଭଳି ଭାବେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜନୈତିକ ଦଳର ମୁଖ୍ୟ ମାନେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପାଇଁ ଯୋଜନା କରୁଛନ୍ତି, ଚର୍ଚ୍ଚା ହେଉଛି ଆଗକୁ ନବୀନ ନିବାସରୁ ହିଁ ଦେଶର ରାଜନୀତିକୁ ନେଇ ହେବ ବଡ ନିଷ୍ପତ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.