ETV Bharat / state

ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିରଞ୍ଜନ ପୂଜାରୀଙ୍କୁ ଅତିରିକ୍ତ ଦାୟିତ୍ୱ - ସ୍ୱାସ୍ଥ୍ୟମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ । ନବ ଦାସଙ୍କ ଦେହାନ୍ତ ପରେ ଖାଲି ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ନିରଞ୍ଜନ । ଅଧିକ ପଢନ୍ତୁ

Niranjan Pujari new health minister of Odisha

author img

By

Published : Jan 30, 2023, 1:33 PM IST

Updated : Jan 30, 2023, 2:13 PM IST

ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ନବକିଶୋର ଦାସଙ୍କ ଦେହାନ୍ତର 24 ଘଣ୍ଟା ଭିତରେ ପୂରଣ ହୋଇଛି ତାଙ୍କ ପଦବୀ । ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ଅର୍ଥ ସହ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାଇତ୍ୱ ତୁଲାଇବେ ନିରଞ୍ଜନ । ସ୍ୱାସ୍ଥ୍ୟ ମନ୍ତ୍ରୀ ପଦବୀ ପୂରଣ କରିବା ଲାଗି ରାଜ୍ୟପାଳଙ୍କୁ ନିରଞ୍ଜନ ପୂଜାରୀଙ୍କ ନାଁ ପ୍ରସ୍ତାବ ଦେଇଥିଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ତତ୍କାଳ ଅନୁମୋଦନ ଦେଇଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ ଅନୁମୋଦନ କରିବା ପରେ ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସଂକ୍ରମଣ ସ୍ଥିର ଥିଲେ ବି ବିପଦ ଟଳିନାହିଁ । ତେଣୁ ନିରଞ୍ଜନଙ୍କ ଲାଗି ଏହା ଏକ ବଡ଼ ଚ୍ୟାଲେଞ୍ଜ ରହିବ । ଅର୍ଥ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାଇତ୍ୱରେ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ତାଙ୍କ ଉପରେ ଚାପ ରହିବ । ଆଗାମୀ ଦିନରେ ରାଜ୍ୟ ସରକାର ବଜେଟ ଆଣିବାକୁ ଯାଉଛନ୍ତି । ତେଣୁ ଉଭୟ ବିଭାଗରେ ସମନ୍ୱୟ ରଖି ନିରଞ୍ଜନଙ୍କୁ କାର୍ଯ୍ୟ କରିବାକୁ ପଡିବ । ସେହିପରି କଟକ ଏମ୍ସ ପ୍ଲସ ହସ୍ପିଟାଲ, ଭୁବନେଶ୍ୱର କ୍ୟାନ୍ସର ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ଏହାର ମଧ୍ୟ ତାଙ୍କୁ ତଦାରଖ କରିବାକୁ ପଡିବ ।

ଗତକାଲି ପୂର୍ବାହ୍ନରେ ଝାରସୁଗୁଡା ବ୍ରଜରାଜନଗରର ଗାନ୍ଧି ଛକରେ ମନ୍ତ୍ରୀଙ୍କ ଉପରକୁ ଗୁଳି ମାଡ କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ ପ୍ରଥମେ ଝାରସୁଗୁଡା ପରେ ଏୟାର ଲିଫ୍ଟ ଯୋଗେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ବିମାନ ବନ୍ଦରରୁ ଗ୍ରୀନ କରିଡର ଯୋଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ଶେଷରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ଜଣା ପଡିବା ପରେ ପୁରା ରାଜ୍ୟ ସ୍ତବ୍ଦ ହୋଇ ଯାଇଥିଲା।

ଆଜି ସକାଳ ସମୟରେ ଭୁବନେଶ୍ବର ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଚଳି ଦେଇଥିଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ଏହାପରେ ସକାଳ 10ଟା ସମୟରେ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ନବ ଦାସଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହାପରେ ନବଙ୍କ ପାର୍ଥିବ ଶରୀରକୁ ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟକୁ ନିଆଯିବା ପରେ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ନିଆଯାଇଥିଲା ନବଙ୍କ ପାର୍ଥିବ ଶରୀର । କଡା ସୁରକ୍ଷାବଳ ମଧ୍ୟରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ଜନ୍ମ ମାଟିରେ ପହଞ୍ଚିଥିଲା ।

ଏହାପରେ ନବ ଦାସ ଅମର ରହେ ନାରାରେ କମ୍ପି ଉଠିଥିଲା ପୁରା ପରିବେଶ । ଶୋକରେ ବୁଡିଥିଲା ଝାରସୁଗୁଡା ଜିଲ୍ଲା । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ଶେଷକୃତ୍ୟ କରାଯିବ । ଏହି ସମୟରେ ରାଜ୍ୟ ସରକାରଙ୍କ ତିନି ଜଣ ମନ୍ତ୍ରୀ ଉପସ୍ଥିତ ରହିବେ । ସେପଟେ ଗୁଳାକାଣ୍ଡ ଘଟାଇଥିବା ପୋଲିସ କର୍ମୀଙ୍କୁ କ୍ରାଇମ ବ୍ରାଞ୍ଚ ଜେରା କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 30, 2023, 2:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.