ETV Bharat / state

ବେଆଇନ ଖଣି ଖାଦାନକୁ NGT ଛାଟ, କ୍ଷତିଭରଣା ଆଦାୟ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ

author img

By

Published : May 5, 2023, 3:43 PM IST

ଖଣି ଖାଦାନକୁ ନେଇ ଜାତୀୟ ଗ୍ରୀନ ଟ୍ରବୁନାଲ ଖପ୍ପା । କ୍ଷତିଭରଣା ଆଦାୟ ପାଇଁ ଟାଙ୍ଗୀ ତହସିଲଦାରଙ୍କୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

national green tribunal
national green tribunal

ଖୋର୍ଦ୍ଧା : ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ଖଣି ଖାଦାନ । ପଥର ମାଫିଆ ଭୂସ୍ୱର୍ଗ ପାଲଟିଛି ଖୋର୍ଦ୍ଧା ଜିଲ୍ଲା । ବେଆଇନ ଖଣିଖାଦାନକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ ଖପ୍ପା । ଫଳରେ ଚଞ୍ଚକତା କରି ବେଆଇନ ଭାବେ ଖଣିଖାଦନ କରିଥିବା ଲିଜ୍‌ଧାରୀ ଏବେ ହରଡଘଣାରେ । ସମସ୍ତ ସରକାରୀ ନୀତିନିୟମ ଫୁ' କରି ଖଣି ଖୋଳିବା ସହ ମାଙ୍କଡ଼ା ପଥର ଓ ମୋରମ ଚାଲାଣ ଲିଜଧାରୀଙ୍କୁ ମହଙ୍ଗା ପଡ଼ିଛି । ଏ ସମ୍ପର୍କିତ ଏକ ଅଭିଯୋଗ ଉପରେ ଏନଜିଟି ଲିଜଧାରୀଙ୍କୁ ଶକ୍ତ ଝଟକା ଦେଇଛନ୍ତି ।

ବେଆଇନ ଖଣି ଖୋଦାନ ନେଇ ସବୁ ଜାଣି ମଧ୍ୟ ପୋଲିସ ଏବଂ ରାଜସ୍ବ ବିଭାଗ ଅଭିନୟ କରୁଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ରାଜସ୍ୱ ଓ ପୋଲିସ ବିଭାଗର କେତେକ ଅସାଧୁ କର୍ମଚାରୀ ଓ ଖଣିମାଫିଆଙ୍କ ସଲାସୁତରାରେ କୋଟି କୋଟି ଟଙ୍କାର ବେଆଇନ ଲଘୁଖଣିଜ ଦ୍ରବ୍ୟ ଚାଲାଣ ଅଭିଯୋଗ ସତ୍ତ୍ୱେ ପଥର ମାଫିଆଙ୍କୁ ଗିରଫ କରିବାରେ ପ୍ରଶାସନ ବିଫଳ । ଖାଲି ହାତଗଣତି କେତେକ ଖଣିଜଦ୍ରବ୍ୟ ଚାଲାଣ ଗାଡ଼ି ଡ୍ରାଇଭରଙ୍କୁ ଗିରଫ କରି ପ୍ରଶାସନ ବାହାବା ମାରୁଥିବା ବେଳେ ସମ୍ପୃକ୍ତ ଲିଜଧାରୀଙ୍କଠାରୁ 7କୋଟି 25 ଲକ୍ଷ ଟଙ୍କା 60 ହଜାର ଟଙ୍କା କ୍ଷତିପୂରଣ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ଏହା ଛଡ଼ା ତୁରନ୍ତୁ ଭକ୍ତ ପ୍ଲଟ ଉପରେ ଧାରା 144 ଜାରି କରି ଖଣି ଖନନ ବନ୍ଦ କରିବାକୁ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ NGT ନିର୍ଦ୍ଦେଶ ଦେଇଛନ୍ତି ।

ଟାଙ୍ଗୀ ବ୍ଲକ ସହାଡ଼ାଘାଇ ଖଣି ନିଲାମରେ ଭାଗନେଇ ପତିତପାବନ ବାରିକ 6.328 ଏକର ( ପ୍ଳଟ ନ - 719 ) ଲିଜ୍‌ ନେଇଥିଲେ । ତାଙ୍କ ପାଖରେ ପରିବେଶ ବିଭାଗର ଅନୁମତି ଥିଲା କିନ୍ତୁ ଖଣି ଖନନ ପାଇଁ ଅନୁମତି ପାଇନଥିଲେ । ଏହାସତ୍ତ୍ବେ ସବୁ ସରକାରୀ ନିୟମ କାନୁନ୍‌କୁ ପାଦରେ ଦଳି ସେ ଖଣି ମାଙ୍କଡ଼ା ଓ ମୋରମ ଖନନ କରିଥିଲେ । ଏ ସମ୍ପର୍କରେ NGTରେ ଅଭିଯୋଗ ପରେ ଅଦାଲତ ଯୁଗ୍ମ କମିଟି ଗଠନ କରି ସରଜମିନ ତଦନ୍ତ ପାଇଁ ରାୟ ଦେଇଥିଲେ । NGT ଆଦେଶ କ୍ରମେ ଜିଲ୍ଲା ପ୍ରଶାସନ କମିଟି ଗଠନ କରିବା ସହ ସାହାଡ଼ାଘାଇ ଖଣିକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଏଥିରେ ଜଣାପଡ଼ିଥିଲା ସମ୍ପୃକ୍ତ ଖଣି ନିଲାମଧାରୀ ପତିତପାବନ ବାରିକ 719 ନଂ ପ୍ଲଟରୁ କୌଣସି ପ୍ରକାର ଖଣିଜ ଦ୍ରବ୍ୟ ଉତ୍ତୋଳନ କରିନଥିଲେ । ବରଂ 712 , 713 , 714 , 716 ଓ 717 ନଂ ପ୍ଲଟରୁ ମନଇଚ୍ଛା ମୋରମ ଓ ମାଙ୍କଡ଼ା ପଥର ଉତ୍ତୋଳନ ପରେ ଚାଲାଣ କରିଛନ୍ତି । ଏହି ବେଆଇନ ମାଙ୍କଡା ପଥର ଓ ମୋରମ ଚାଲାଣ ପରିମାଣ ଆକଳନ ପରେ ନିଲାମଧାରୀ ପ୍ରାୟ 6 କୋଟି 98 ହଜାର ଟଙ୍କା ମାଙ୍କଡ଼ା ଓ 1 ଲକ୍ଷ 24 ହଜାର ଟଙ୍କା ମୋରମ ଚାଲାଣ କରିଥିବା ଜଣାପଡ଼ିଥିଲା । ତେଣୁ ସେ କ୍ଷତିଭରଣା ବାବଦକୁ 7 କୋଟି 25 ଲକ୍ଷ 60 ହଜାର 301 ଟଙ୍କା ଦାଖଲ କରିବାକୁ ଏନଜିଟି ନିର୍ଦ୍ଦେଶ ହୋଇଥିବା ଜଣାପଡ଼ିଛି । କ୍ଷତିଭରଣା ଅର୍ଥ ଆଦାୟ କରିବାକୁ ଟାଙ୍ଗୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.