ETV Bharat / state

ହାତୀ କରିଡ଼ର ବିଜ୍ଞପ୍ତି ପ୍ରସଙ୍ଗ, ବନ୍ୟପ୍ରାଣୀ PCCFଙ୍କୁ NGTଙ୍କ କାରଣ ଦର୍ଶାଅ ନୋଟିସ

author img

By

Published : Mar 16, 2023, 10:48 PM IST

ହାତୀ କରିଡ଼ର ପ୍ରସଙ୍ଗ । ବନ୍ୟପ୍ରାଣୀ PCCFଙ୍କୁ କାରଣ ଦର୍ଶାଅ ନୋଟିସ ଦାଖଲ କରିବା ଲାଗି NGT ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

elephant corridor notification
elephant corridor notification

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ NGT ଛାଟ । ରାଜ୍ୟରେ ୧୪ ହାତୀ କରିଡ଼ର ନେଇ ବିଜ୍ଞପ୍ତି ଜାରି ନକରିବା ପ୍ରସଙ୍ଗ । ବନ୍ୟପ୍ରାଣୀ PCCFଙ୍କୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (NGT)ଙ୍କ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । କାହିଁକି NGT ଆଇନ ଧାରା ୨୬ ଅନୁସାରେ PCCFଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବ, ଏନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ ମାସ ଭିତରେ ବିଜ୍ଞପ୍ତି ଜାରି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସରକାର ବିଜ୍ଞପ୍ତି ଜାରି କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ଉପରେ ଅସନ୍ତୋଷ ପ୍ରକାଶ କରି ଏନଜିଟି କାରଣ ଦର୍ଶାଅ ନୋଟିସ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

NGTଙ୍କ କାରଣ ଦର୍ଶାଅ ନୋଟିସ
NGTଙ୍କ କାରଣ ଦର୍ଶାଅ ନୋଟିସ

ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ହାତୀ କରିଡ଼ର ନେଇ ବିଜ୍ଞପ୍ତି ଜାରି କରିବାକୁ ୨୦୨୧ ଅଗଷ୍ଟ ୧୭ରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ NGT । ଏଥିପାଇଁ ୨ ମାସ ସମୟ ଦେଇଥିଲେ । ତେବେ ଧାର୍ଯ୍ୟ ସମୟ ମଧ୍ୟରେ ସରକାର ବିଜ୍ଞପ୍ତି ଜାରି କରିବାରେ ବିଫଳ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରି ଏହି ନିର୍ଦ୍ଦେଶ ଦେଇଛନ୍ତି NGT । ୨ ମାସ ଭିତରେ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଥିଲେ ମଧ୍ୟ ତାହା ହୋଇନଥିବା ଏନଜିଟିରେ ଅଭିଯୋଗ ହୋଇଥିଲା । ସରକାର ବିଜ୍ଞପ୍ତି ଜାରି କରିବାରେ ବିଫଳ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରି ବନ୍ୟପ୍ରାଣୀ ପିସିସିଏଫଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି NGT ।

ଏହା ବି ପଢନ୍ତୁ- ଜଙ୍ଗଲ ନିଆଁ ମନୁଷ୍ୟକୃତ, ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି: ଜଙ୍ଗଲ ପରିବେଶ ମନ୍ତ୍ରୀ

ରାଜ୍ୟରେ ଥିବା ସମସ୍ତ ହାତୀ କରିଡ଼ରକୁ ପ୍ରଥମେ ଚିହ୍ନଟ କରାଯିବ । ହାତୀ ଚଳ ପ୍ରଚଳ କରୁଥିବା ଅଞ୍ଚଳରେ ଏହି କରିଡ଼ରଗୁଡ଼ିକୁ ଚିହ୍ନଟ କରାଯାଇ ସ୍ଥାନୀୟ ଜନସାଧାରଣଙ୍କୁ ହାତୀ ସୁରକ୍ଷାକୁ ନେଇ ସଚେତନ କରାଯିବ । ହାତୀ ମୃତ୍ୟୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଛି ଆକ୍ସନ ପ୍ଲାନ । ବିଦ୍ୟୁତ ଆଘାତ ଜନିତ ହାତୀ ମୃତ୍ୟୁ ଏବଂ ରେଳ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ରୋକିବା ପାଇଁ ଉଦ୍ୟମ କରାଯିବ ।

ଏପରିକି ଟ୍ରେନ ଲାଇନ ନିକଟରେ ଥିବା ହାତୀଙ୍କ ଚଲାପଥ ସ୍ଥାନ ଚିହ୍ନଟ କରାଯିବ। ଏହା ସହ ସେହି ଟ୍ରେନ ଲାଇନ ଉପରେ ବ୍ରିଜ କରାଯିବ । ଯାହା ସେଥିରେ ଜଙ୍ଗଲର ପରିବେଶ କରାଯିବ । ଯାହା ଫଳରେ ହାତୀମାନେ ଟ୍ରେନ ଲାଇନ ଉପରେ ନ ଯାଇ ବ୍ରିଜ ଉପରେ ଚଳପ୍ରଚଳ କରିବେ । କିନ୍ତୁ ଏପର୍ଯ୍ୟନ୍ତ ହାତୀ କରିଡ଼ର ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.