ETV Bharat / state

ବିବାହର 3 ମାସ ନପୁରୁଣୁ ନବଦମ୍ପତିଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି - Newly married Couple suicide

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରି ଗାଁରେ ନବଦମ୍ପତିଙ୍କ ଆତ୍ମହତ୍ୟା । ବିବାହର ତିନି ମାସ ନପୁରୁଣୁ ଉଭୟ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିିଧି, ଖୋର୍ଦ୍ଧା
author img

By

Published : Oct 4, 2019, 1:56 PM IST

ଖୋର୍ଦ୍ଧା: ପାରିବାରିକ କଳହ ଓ ଆର୍ଥିକ ଅନଟନ ନେଲା ନବଦମ୍ପତିଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରି ଗାଁରେ । ମୃତ ଦମ୍ପତି ହେଲେ ନଇରି ଗାଁ ବଡ଼ସାହିର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ସନାତନ ସାହୁ(୨୦) ଏବଂ ବସନ୍ତପୁର(ବିଜିପୁର) ଗାଁର ବାଜିଆ ଜେନାଙ୍କ ଝିଅ ଶିବାନୀ ।

ଭିଡିଓ ସୌଜନ୍ୟ: ପ୍ରତିନିିଧି, ଖୋର୍ଦ୍ଧା

ସୂଚନାନୁସାରେ ଗତ ତିନି ମାସ ତଳେ ସନାତନ ଶିବାନୀଙ୍କୁ ପ୍ରେମ ବିବାହ କରି ନିଜ ଗାଁରେ ରହୁଥିଲେ । ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ସନା ଗତ 4 ଦିନ ତଳେ ନିଜ ଘର ଛାଡ଼ି ନିକଟସ୍ଥ ପଞ୍ଚାୟତ ପଛ ଅଞ୍ଚଳରେ ଏକ ଘର ଭଡାରେ ନେଇ ଶିବାନୀ ସହ ରହୁଥିଲେ । ସନା ଘରେ ନଥିବାବେଳେ କୌଣସି କାରଣରୁ ଶିବାନୀ ଗୁରୁବାର ରାତି 10ଟାରେ ଘର ଓରାରେ ଶାଢିରେ ଆତ୍ମହତ୍ୟା କରିଥିଲା । ସେ ଘରେ ପହଞ୍ଚି ଶିବାନୀକୁ ଏଭଳି ଅବସ୍ଥାରେ ଦେଖି ତା' ମୃତଦେହକୁ ନିଜ ବଡ଼ସାହି ଘରକୁ ନେଇଥିଲା । ସେଠାରେ ସେ ଦୁଃଖରେ ଭାଙ୍ଗି ପଡ଼ି ନିଜେ ମଧ୍ୟ ସେହିଭଳି ରଶି ଦେଇ ଆତ୍ମହତ୍ୟା କରିଥିଲା ।

ଖବର ପାଇ ଚିଲିକାର ଅତିରିକ୍ତ ତହସିଲଦାର ଅର୍ଣ୍ଣପୂର୍ଣ୍ଣିଆ ଭୋଇଙ୍କ ସମେତ ବାଣପୁର ପୋଲିସ ଅଧିକାରୀ ସଞ୍ଜୟ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଭୟ ଦମ୍ପତିଙ୍କ ମୃତଦେହକୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି । ତେବେ ନବଦମ୍ପତିଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସଠିକ୍ ଭାବେ ଜଣାପଡିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଦମ୍ପତିଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା : ପାରିବାରିକ ଅଭୁଜାମଣା ଓ ଆର୍ଥିକ ଅନଟନ କାରଣରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ନଇରି ଗାଁରେ ନବ ଦମ୍ପତି ଆତ୍ମହତ୍ୟା କରିଛନ୍ତି । Body:ସୂଚନାରୁ ପ୍ରକାଶ ନଈରୀ ଗାଁ ର ବଡ଼ସାହିର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ସନାତନ ସାହୁ (୨୦) ଗତ ତିନିମାସ ତଳେ କଣାସ ଥାନା ବସନ୍ତପୁର ( ବିଜିପୁର ) ଗାଁର ବାଜିଆ ଜେନାଙ୍କ ଝିଅ ସିବାନୀଙ୍କୁ ପ୍ରେମ ବିବାହ କରି ନିଜ ଗାଁ ରେ ରହୁଥିଲେ । ମୁଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ସନା ଗତ ୪ଦିନ ତଳେ ନିଜ ଘର ଛାଡ଼ି ନିକଟସ୍ତ ପଂଚାୟତ ପଛ ଅଞ୍ଚଳରେ ଘରଭଡା ନେଇ ସ୍ତ୍ରୀ ସିବାନିଙ୍କୁ ଧରି ରହୁଥିଲେ ।ଉକ୍ତ ଭଡାଘରେ ସନା ଘରେ ନଥିବା ବେଳେ କୌଣସି କାରଣରୁ ସିବାନୀ ଗତକାଲି ରାତି ୧୦ ଟା ବେଳେ ଘର ଓରାରେ ଶାଢି ରେ ଆତ୍ମହତ୍ୟା କରିଦେଇଥିଲେ । ଘରେ ପହଞ୍ଚି ସନା ରୁମ କବାଟ ଭାଙ୍ଗି ସିବାନୀଙ୍କୁ ଓହ୍ଲାଇ କାନ୍ଧରେ ବୋହି ନେଇ ନିଜ ଘର ବଡ଼ସାହି ଘରକୁ ନେଇ ଉପାୟ ଶୂନ୍ୟ ହୋଇ ଦୁଃଖରେ ଭାଙ୍ଗି ପଡ଼ି ନିଜେ ମଧ୍ୟ ସେହି ଭଳି ଘରେ ବେକରେ ରସି ଦେଇ ଆତ୍ମହତ୍ୟା କରିଦେଇଥିଲେ । ଖବର ପାଇ ଚିଲିକାର ଅତିରିକ୍ତ ତହସିଲଦାର ଅର୍ଣ୍ଣପୁର୍ନଆ ଭୋଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । Conclusion:ବାଣପୁର ପୋଲିସ ଅଧିକାରୀ ସଂଜୟ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଓ ଉଭୟ ଶବକୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ।ଉପରୋକ୍ତ ନବ ଦମ୍ପନ୍ତି ଙ୍କ ଆତ୍ମହତ୍ୟା ପଛରେ ପ୍ରକୁତ କାରଣ କଣ ରହିଛି ବୋଲି କେହି କହିପାରୁନାହାନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.