ETV Bharat / state

ନବନିଯୁକ୍ତ ଯୁବ କଂଗ୍ରେସ ସଭାପତିଙ୍କ ଗର୍ଜନ: କହିଲେ ବେକାର ଯୁବବର୍ଗଙ୍କ ପାଇଁ ହେବ ଆନ୍ଦୋଳନ

author img

By ETV Bharat Odisha Team

Published : Dec 23, 2023, 9:59 PM IST

Odisha Youth Congress President: ଓଡ଼ିଶା ଫେରିଲେ ନବନିଯୁକ୍ତ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର । ଭୁବନେଶ୍ବର ବିମାନ ବନ୍ଦରରୁ ପାଛୋଟି ଆଣିଲେ କଂଗ୍ରେସ କର୍ମୀ । ବିଶାଳ ଶୋଭାଯାତ୍ରାରେ କଂଗ୍ରେସ ଭବନରେ ପହଞ୍ଚିବା ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ ରଣଜିତ । ଅଧିକ ପଢ଼ନ୍ତୁ

ଓଡ଼ିଶା ଫେରିଲେ ନବନିଯୁକ୍ତ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର

ଭୁବନେଶ୍ବର: ଆଜି ପ୍ରଦେଶ ଯୁବ କଂଗ୍ରେସର ନବନିଯୁକ୍ତ ସଭାପତି ରଣଜିତ ପାତ୍ର ଦିଲ୍ଲୀରୁ ଫେରିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାପରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିମାନ ବନ୍ଦର ଠାରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ନବନିଯୁକ୍ତ ଯୁବ କଂଗ୍ରେସ ସଭାପତିଙ୍କୁ ବିମାନ ବନ୍ଦର ଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା । ତେବେ ଓଡ଼ିଶାରେ ପାଦ ଦେଉ ଦେଉ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର । ଯୁବ କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାର ବେକାର ଯୁବକ ଯୁବତୀଙ୍କର ସଂଗ୍ରାମକୁ ତୀବ୍ରତର କରିବ ବୋଲି ସେ କହିଛନ୍ତି ।

ନବନିଯୁକ୍ତ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ ରାଉତରାୟ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ, ଦେବାଶଷ ପଟ୍ଟନାୟକ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ନବ ନିଯୁକ୍ତ ଯୁବ କଂଗ୍ରେସ ସଭାପତିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'କଂଗ୍ରେସ ଧର୍ମ ନାଁରେ ରାଜନୀତି କରେନାହିଁ, ପରିକ୍ରମା ପ୍ରକଳ୍ପରେ ଅଣଓଡ଼ିଆ ଠିକାଦାର ପୋସା ହେଉଛନ୍ତି'

ଏହି ଅବସରରେ ରଣଜିତ କହିଛନ୍ତି, "ଯୁବ କଂଗ୍ରେସ ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କର ଦାବି ହାସଲ ପାଇଁ ଦୁର୍ବାର ଆନ୍ଦୋଳନ କରିବ । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଯୁବକ ଯୁବତୀ ନବୀନ ଶାସନର ଉଦାସୀନତାର ଶିକାର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର କାର୍ଯ୍ୟକ୍ରମରେ ଯୁବକ ମାନଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଉନାହାନ୍ତି । ବିଜେଡି ଓ ବିଜେପି ଉପରେ ଓଡ଼ିଶାର ଯୁବ ସମାଜ ଆସ୍ଥା ତୁଟାଇ ସାରିଲେଣି । କାରଣ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କଲେ ନାହିଁ । ବର୍ଷକୁ ୨ ଲକ୍ଷ ୨୬ ହଜାର ସରକାରୀ ପଦବୀ ଖାଲି ପଡ଼ୁଛି । ୪୫୦ କୋଟି ଟଙ୍କା ବ୍ୟୟରେ ନବୀନ ସରକାର ଯେଉଁ ବିଜୁ ଯୁବବାହିନୀ ଗଠନ କରିଥିଲେ ତାହାକୁ ଏବେ ବନ୍ଦ କରିଦେଇଛନ୍ତି । ନବୀନ ସରକାର ଯେଉଁ ନିଯୁକ୍ତି ମେଳା କରିଥିଲେ, ତାହା ଏବେ ପ୍ରହସନରେ ପରିଣତ ହୋଇଛି ।"

ସେ ଆହୁରି କହିଛନ୍ତି, "ଓଡ଼ିଶାର ୯ ଲକ୍ଷ ବେକାର ଯୁବକ ଯୁବତୀ ଏବେ ନାମ ପଞ୍ଜିକରଣ କରାଇ ବେକାର ବସିଛନ୍ତି । ସେହିପରି ନରେନ୍ଦ୍ର ମୋଦି କହିଥିଲେ ବର୍ଷକୁ ୨ କୋଟି ନିଯୁକ୍ତି ଦେବାକୁ । ଏବେ କେନ୍ଦ୍ର ସରକାରରେ ୧୦ ଲକ୍ଷ ପଦବୀ ଖାଲି ପଡ଼ିଛି । ମୋଦି କହୁଛନ୍ତି "ପକୋଡା ବିକ୍ରି" ମଧ୍ୟ ନିଯୁକ୍ତିର ଅଂଶ । ଏଣୁ ଓଡ଼ିଶାର ବେକାର ଯୁବକ ଯୁବତୀ ଏବେ ଆନ୍ଧ୍ର, ସୁରାଟ ଯାଇ ପେଟ ପୋଷୁଛନ୍ତି, ଦାଦନ ଖଟୁଛନ୍ତି । ଯୁବ କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାର ବେକାର ଯୁବକ ଯୁବତୀଙ୍କର ସଂଗ୍ରାମକୁ ତୀବ୍ରତର କରିବ । ନବୀନ ଓ ମୋଦି ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଏବଂ ବେକାର ଯୁବକ ଯବୁତୀମାନଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ତୃଣମୂଳସ୍ତରରୁ ଆନ୍ଦୋଳନ ହେବ ।" ଦିଲ୍ଲୀରୁ 'ନିଯୁକ୍ତି ଦିଅ, ନହେଲେ ଜେଲ ନିଅ' ଆହ୍ବାନ ନେଇ ଆସିଛନ୍ତି ରଣଜିତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.