ETV Bharat / state

ଇଞ୍ଜିନିଅରଙ୍କୁ ନିଜ ଜିଲ୍ଲା ଓ ସବଡିଭିଜନରେ ମିଳିବନି ପୋଷ୍ଟିଂ - new policy of engineer posting

ପୂର୍ତ୍ତ ବିଭାଗରେ ଜାରି ହେବ ନୂଆ ବଦଳି ନୀତି । ଏହି ନିୟମ ଅନୁସାରେ, ଇଞ୍ଜିନିୟର ମାନଙ୍କୁ ନିଜ ଜିଲ୍ଲା ଓ ସବଡିଭିଜନରେ ମିଳିବନି ପୋଷ୍ଟିଂ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ
author img

By

Published : Sep 24, 2019, 9:18 PM IST

ଭୁବନେଶ୍ବର: ଖୁବଶୀଘ୍ର ପୂର୍ତ୍ତ ବିଭାଗରେ ଜାରି ହେବ ନୂଆ ବଦଳି ନୀତି । ପ୍ରସ୍ତାବିତ ଚୁଡାନ୍ତ ନୀତି ପାଇଁ ଚାଲିଛି ପ୍ରସ୍ତୁତି । ଏହାମଧ୍ୟରେ ବିଭାଗ ପକ୍ଷରୁ ଏକ ମଧ୍ୟବର୍ତ୍ତିକାଳୀନ ବଦଳି ନୀତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ 5‘ଟି’ ମନ୍ତ୍ରର ପୃଷ୍ଠଭୂମିରେ ଏହି ନୀତି ପ୍ରସ୍ତୁତ ହୋଇଛି ।

new policy
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଣିକି ଏହି ନୂତନ ବଦଳି ନୀତି ଆଧାରରେ ଓଡିଶା ଇଞ୍ଜିନିଅରିଂ ସର୍ଭିସ ଓ ଓଡିଶା ଡିପ୍ଲୋମା ଇଞ୍ଜିନିଅର୍ସ ସର୍ଭିସ କ୍ୟାଡର ଯନ୍ତ୍ରୀଙ୍କ ବଦଳି କରାଯିବ । ବିଶେଷ କରି ବ୍ୟକ୍ତିଗତ ଏବଂ ପ୍ରଶାସନିକ ଆବଶ୍ୟକତା,ପ୍ରଶାସନିକ ଆବଶ୍ୟକତାରେ ବିଭିନ୍ନ କ୍ଷେତ୍ରୀୟ କାର୍ଯ୍ୟାଳୟର ଆବଶ୍ୟକତା ଓ ବ୍ୟକ୍ତିଗତ ଆଧାର, ସ୍ବାସ୍ଥ୍ୟ କିମ୍ବା ଅନ୍ୟ ବ୍ୟକ୍ତିଗତ କାରଣ ପାଇଁ ବଦଳି କରାଯିବ ।

new policy
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ସାଧାରଣ ଭାବେ ଗୋଟିଏ ସ୍ଥାନ ଓ ଗୋଟିଏ ପଦବୀରେ ତିନି ବର୍ଷ କାମ କରିବା ପରେ ଇଞ୍ଜିନିଅରଙ୍କୁ ବଦଳି ହେବ । କିନ୍ତୁ କୌଣସି ଅଧିକାରୀ ଗୋଟିଏ ସ୍ଥାନ କିମ୍ବା ପଦରେ 5 ବର୍ଷରୁ ଅଧିକ ରହିପାରିବେ ନାହିଁ । ଏହାବାଦ୍‌ ଓଡିଶା ଇଞ୍ଜିନିଅରିଂ ସର୍ଭିସ କ୍ୟାଡର ଅଧିକାରୀମାନେ ଗୋଟିଏ ରାଜସ୍ବ ଜିଲ୍ଲାରେ 10 ବର୍ଷରୁ ଅଧିକ ରହି କାମ କରିପାରିବେ ନାହିଁ । ସେହିପରି ଓଡିଶା ଡିପ୍ଲୋମା ଇଞ୍ଜିନିଅର ସର୍ଭିସ କ୍ୟାଡର ପାଇଁ ଏହି ସମୟ ସୀମା ରହିଛି 15 ବର୍ଷ । ଓଡିଶା ଇଞ୍ଜିନିଅରିଂ ସର୍ଭିସ କ୍ୟାଡର ଅଫିସର ନିଜ ଜିଲ୍ଲାରେ ଏବଂ ଓଡିଶା ଡିପ୍ଲୋମା ଇଞ୍ଜିନିଅରିଂ ସର୍ଭିସ କ୍ୟାଡର ଇଞ୍ଜିନିଅର ନିଜ ସବଡିଭିଜନରେ ପୋଷ୍ଟିଂ ପାଇପାରିବେ ନାହିଁ ।

ସେହିପରି ଅବସରକୁ ଦୁଇ ବର୍ଷ ଥିବା ଅଧିକାରୀଙ୍କ ବଦଳି କରାଯିବ ନାହିଁ । କିନ୍ତୁ ପ୍ରଶାସନିକ ଆବଶ୍ୟକତା କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ବଦଳି କରାଯାଇପାରିବ । ଡେପୁଟେସନରେ ଅନ୍ୟ ବିଭାଗରେ 10 ବର୍ଷ ଧରି କାମ କରିଥିବା ଇଞ୍ଜିନିଅରଙ୍କୁ ସେମାନଙ୍କ ମୂଳ ବିଭାଗକୁ ଫେରାଇ ଅଣାଯିବ । ତେବେ ଏହିସବୁ ବଦଳି ନୀତି ସାଧାରଣ ଲୋକଙ୍କ ସ୍ବାର୍ଥ କିମ୍ବା ସଂପୃକ୍ତ ଇଞ୍ଜିନିଅରଙ୍କ ପରିବାର ଲୋକଙ୍କ ସ୍ବାସ୍ଥ୍ୟଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋହଳ କରାଯାଇପାରିବ ।

ଏହି ବଦଳିର ନୂଆ ନିୟମର କାର୍ଯ୍ୟକାରିତା ଏବଂ ଆବଶ୍ୟକତାକୁ ବିଚାର କରିବା ପାଇଁ କେତେକ କମିଟି ଗଠନ କରାଯାଇଛି । ଏହି କମିଟିର ସୁପାରିଶ ଆଧାରରେ କର୍ତ୍ତୃପକ୍ଷ ଆବଶ୍ୟକ ନିଷ୍ପତ୍ତି ନେବେ । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବଦଳି ସଂକ୍ରାନ୍ତ ନିଷ୍ପତ୍ତି କମିଶନର-କମ-ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ନେବେ । ସେହିପରି ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସଂପର୍କରେ ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ନେବେ । ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ସଂକ୍ରାନ୍ତ ନିଷ୍ପତ୍ତି ପାଇଁ ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆବଶ୍ୟକ ସୁପାରିଶ କରିବ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

SG

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.