ETV Bharat / state

ସହରରେ ମାତିଲେ ନୂଆ ଅପରାଧିକ ଗ୍ୟାଙ୍ଗ୍, ପରୀକ୍ଷା ସେଣ୍ଟର ସାମ୍ନାରୁ ଜିନିଷ ଚୋରି - ପରୀକ୍ଷା ସେଣ୍ଟର ସାମ୍ନାରୁ ଜିନିଷ ଚୋରି

ଟାର୍ଗେଟରେ କମ୍ପିଟେଟିଭ୍ ଛାତ୍ରଛାତ୍ରୀ । ସହରରେ ମାତିଛନ୍ତି ନୂଆ ଅପରାଧିକ ଗ୍ୟାଙ୍ଗ । ପରୀକ୍ଷା ସେଣ୍ଟର ସାମ୍ନାରୁ ଚୋରି କରୁଛନ୍ତି ଜିନିଷ । ଅଧିକ ପଢନ୍ତୁ

New lootera gang again active in Bhubaneswar

author img

By ETV Bharat Odisha Team

Published : Oct 28, 2023, 10:43 PM IST

ସହରରେ ମାତିଲେ ନୂଆ ଅପରାଧିକ ଗ୍ୟାଙ୍ଗ୍, ପରୀକ୍ଷା ସେଣ୍ଟର ସାମ୍ନାରୁ ଜିନିଷ ଚୋରି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ନୂଆ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଏମାନଙ୍କ ଟାର୍ଗେଟରେ ପାଠ ପଢୁଆ ଛାତ୍ରଛାତ୍ରୀ । ପରୀକ୍ଷା ସେଣ୍ଟରରରେ ବଢୁଛି ଏମାନଙ୍କ ଦୋରାତ୍ମ୍ୟ।ସାମ୍ନାକୁ ଆସିଛି ଏମାନଙ୍କ ଚୋରିର ଅଭିନବ ଉପାୟ । ଛୁଟି ଦିନରେ ହେଉଥିବା ବିଭିନ ପରୀକ୍ଷା କେନ୍ଦ୍ରରେ ଏମାନେ ବୁଲାଉଛନ୍ତି କଳାକନା । ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କର ସେଣ୍ଟର ବାହାରେ ଥିବା ଜିନିଷ ରହୁଛନ୍ତି ଗାଏବ । ଖାରବେଳ ନଗର ଥାନା ଅଞ୍ଚଳରୁ ୨ଟି ଘଟଣା ସାମ୍ନାକୁ ଆସିବା ପରେ‌ ପୋଲିସ ନଜରରେ ଏବେ ଏମାନେ।

ତେବେ ଥାନା ଅଧିକାରୀଙ୍କ ସୂଚନା ମୁତାବକ ଏମାନେ ବିଶେଷ କରି ବିଭିନ୍ନ ସମୟରେ ହେଉଥିବା ପରୀକ୍ଷା କେନ୍ଦ୍ର ଉପରେ ନଜର ପକାଉଛନ୍ତି । ଆଇଏଏସ, ଓଏଏସ, କମ୍ପିଟେଟିଭ ବା ବ୍ୟାଙ୍କିକ ପରୀକ୍ଷା ଅନେକ ସମୟରେ‌ ହୋଇଥାଏ । ଏନେଇ ଭୁବନେଶ୍ବର ତଥା ଭୁବନେଶ୍ବର ବାହାରୁ ପରୀକ୍ଷା ଦେବାକୁ ଅନେକ ଛାତ୍ରଛାତ୍ରୀ ଆସିଥାନ୍ତି । ତେବେ ପରୀକ୍ଷା କେନ୍ଦ୍ରରେ ଜିନିଷ ନେବା ପାଇଁ ଅନୁମତି ନଥାଏ । ଯେପରିକି ବ୍ୟାଗ ବା ପର୍ସ ବା ମୋବାଇଲ ଭଳି ଜିନିଷ । ତେଣୁ ଛାତ୍ରଛାତ୍ରୀ ନିଜର ବ୍ୟାଗରେ ବା ଗାଡ଼ିର ଡିକିରେ ଆବଶ୍ୟକୀୟ ଜିନିଷ ରଖି ପରୀକ୍ଷା କେନ୍ଦ୍ରକୁ ଯାଇଥାନ୍ତି ।

ଏହା ବି ପଢନ୍ତୁ- ଘର ଢିଙ୍କି କୁମ୍ଭୀର: କ୍ୟାପିଟାଲ ହସ୍ପିଟାଲରୁ 60 ଲକ୍ଷର ମେସିନ ଚୋରି କରିନେଲେ ସୁଇପର ଓ ସିକ୍ୟୁରିଟି ଗାର୍ଡ

ଏହାପରେ ପରୀକ୍ଷା କେନ୍ଦ୍ର ବାହାରେ ରଖାଯାଇଥିବା ଜିନିଷ ଉପରେ ନଜର ପକାଇଥାନ୍ତି ଏହି ଲୁଟେରାମାନେ। ଏମାନେ ବିଶେଷ କରି ଡୁପ୍ଲିକେଟ ଚାବି ଧରି ବୁଲୁଥିବା ଜଣାପଡ଼ିଛି। ବିଭିନ୍ନ ବାଇକର ଡିକି ଖୋଲିବା ପାଇଁ ଚେଷ୍ଟା କରୁଛନ୍ତି । ଡିକି ଖୋଲିଲେ ଛାତ୍ରଛାତ୍ରୀଙ୍କ ଜିନିଷ ଗାଏବ କରୁଛନ୍ତି । କେବଳ ସେତିକି ନୁହେଁ ବରଂ ଛାତ୍ରଛାତ୍ରୀ ବାହାରେ ରଖିକି ଯାଉଥିବା ବ୍ୟାଗରୁ ମଧ୍ୟ ଜିନିଷ ଗାଏବ କରୁଛନ୍ତି । ଏମାନଙ୍କର ଟାର୍ଗେଟ କେବଳ କ‌୍ୟାସ ଓ ମୋବାଇଲ । ଛାତ୍ରଛାତ୍ରୀ ଯାହାକୁ ପର୍ସରେ ଛାଡି ୟାଉଛନ୍ତି । ଏହିପରି ଢଙ୍ଗରେ ଗତ ୨୪ ତାରିଖରେ ରାଜ୍ୟରେ ଓଏଏସ ପରିକ୍ଷା ଚାଲିଥିବା ବେଳେ ଦୁଇ ଜଣ ଛାତ୍ର ଏଭଳି ଲୁଟର ଶିକାର ହୋଇଛନ୍ତି ।

ଏନେଇ ଖାରବେଳ ନଗରରେ ଜଣେ ପାହାଳ ଅଞ୍ଚଳର ଛାତ୍ରଟିଏ ଅଭିଯୋଗ କରିଥିବା ବେଳେ ଆଉ ଜଣେ ପିପିଲି ପୁରୀର ଜଣେ ଛାତ୍ର ମଧ୍ୟ ଅଭିଯୋଗ ଆଣିଥିଲେ। ଏମାନେ ପରୀକ୍ଷା ଦେଇଥିବା ବେଳେ ତାଙ୍କ ଗାଡ଼ିର ଡିକିରୁ ଟଙ୍କା ଓ ମୋବାଇଲ ନେଇ ଛୁ ମାରିଥିଲେ ଦୁର୍ବୃତ୍ତ । ପରୀକ୍ଷା ଦେଇ ଆସି ଦେଖିବା ପରେ ଡିକି ଚାବି ପଡିଛି ଭିତରୁ କିନ୍ତୁ ଜିନିଷ ଗାଏବ ହୋଇଛି । ତେବେ ୨ଜଣ ଏପରି ଲୁଟର ଶିକାର ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏନେଇ କ୍ୟାପିଟାଲ ହାଇସ୍କୁଲ ସାମ୍ନାରୁ ଚୋରି ହେବାର‌ ଖବର ଆଧାରରେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି ପୋଲିସ ।

ଏହି ଘଟଣା ସମ୍ପର୍କରେ ଖାରବେଳ ନଗର ଥାନାରେ ରିପୋର୍ଟ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି । ତେବେ ତଦନ୍ତ ଚାଲିଛି । ଅଫିସର ସ୍ପଟକୁ ଯାଇ ତଦନ୍ତ କରୁଛନ୍ତି । ବିଶେଷ କରି ଏପରି ପରୀକ୍ଷା କେନ୍ଦ୍ରକୁ ଆଲର୍ଟ ମଧ୍ୟ କରାଯାଇଛି । ଭୁବନେଶ୍ବରକୁ ଆସୁଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ ହୁସିଆର ଓ ସତର୍କ ରୁହନ୍ତୁ । ଏପରି ଚୋରିରୁ ବର୍ତ୍ତିବାକୁ ବିଶେଷ ଧ୍ୟାନ ଦିଅନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.