ETV Bharat / state

ରାଜ୍ୟପାଳଙ୍କ ନିଯୁକ୍ତି ସ୍ପଷ୍ଟ କରିବ ଓଡିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ

author img

By

Published : Jun 3, 2023, 11:04 PM IST

ଗତ ସୋମବାର ଶେଷ ହୋଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ଗଣେଶୀ ଲାଲଙ୍କ ସ୍ଥାନ କିଏ ନେବେ ସେ ନେଇ କୌଣସି ଘୋଷଣା ହୋଇନାହିଁ । ରାଷ୍ଟ୍ରପତି ଭବନରୁ ନୂଆ ରାଜ୍ୟପାଳ ନିଯୁକ୍ତି ନେଇ ଘୋଷଣା ନହେବା ପର୍ଯ୍ୟନ୍ତ ଗଣେଶୀ ଲାଲ ଏହି ଭୂମିକାରେ ରହିବେ । ତେବେ ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କ ନିଯୁକ୍ତି ସ୍ପଷ୍ଟ କରିବ ଓଡିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ
ରାଜ୍ୟପାଳଙ୍କ ନିଯୁକ୍ତି ସ୍ପଷ୍ଟ କରିବ ଓଡିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ
ରାଜ୍ୟପାଳଙ୍କ ନିଯୁକ୍ତି ସ୍ପଷ୍ଟ କରିବ ଓଡିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ

ଭୁବନେଶ୍ବର: ସରିଛି ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୂର୍ଣ୍ଣାଙ୍ଗ କାର୍ଯ୍ୟକାଳ । ବିଧିବଦ୍ଧ ଭାବେ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ହୋଇନଥିବାରୁ ସେ ଦାୟିତ୍ବରେ ରହିଛନ୍ତି । ତେବେ କିଏ ହେବେ ନୂଆ ରାଜ୍ୟପାଳ? ନା ଗଣେଶୀ ଲାଲଙ୍କୁ ପୁନଃ ନିଯୁକ୍ତି ମିଳିବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ରାଜ୍ୟପାଳଙ୍କ ନିଯୁକ୍ତି ସ୍ପଷ୍ଟ କରିବ ଆଗାମୀ ଦିନରେ ଓଡିଶା ପ୍ରତି କେନ୍ଦ୍ର ଆଭିମୁଖ୍ୟ କଣ ରହିଛି ।

ଗତ ସୋମବାର ଶେଷ ହୋଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ । ଗଣେଶୀ ଲାଲଙ୍କ ସ୍ଥାନ କିଏ ନେବେ ସେ ନେଇ କୌଣସି ଘୋଷଣା ହୋଇନାହିଁ । ରାଷ୍ଟ୍ରପତି ଭବନରୁ ନୂଆ ରାଜ୍ୟପାଳ ନିଯୁକ୍ତି ନେଇ ଘୋଷଣା ନହେବା ପର୍ଯ୍ୟନ୍ତ ଗଣେଶୀ ଲାଲ ଏହି ଭୂମିକାରେ ରହିବେ । ତେବେ ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଗଣେଶୀ ଲାଲ ପୁଣି ତାଙ୍କ ପଦବୀରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏନେଇ ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ନୂଆ ରାଜ୍ୟପାଳ ନିଯୁକ୍ତି ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି କରିବେ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଏହା ହେବ । ସେପଟେ ବିଜେଡିର ବରିଷ୍ଠ ବିଧାୟକ ଅମର ଶତପଥୀ କହିଛନ୍ତି ଯେ, କେନ୍ଦ୍ରରେ ଯେଉଁମାନେ ଅଛନ୍ତି ସେମାନେ ସାମ୍ବିଧାନିକ ବିଧିବ୍ୟବସ୍ଥାର ଉଲଂଘନ କରୁଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ନିଯୁକ୍ତି ଦିଆଯିବ ବୋଲି ଆଶା କରୁଛୁ ।

ଦେଶର ବିଭିନ୍ନ ପ୍ରଦେଶରେ ରାଜ୍ୟପାଳ ଓ ସ୍ଥାନୀୟ ସରକାରଙ୍କ ମଧ୍ୟରେ ବିବାଦ କଥା ସମ୍ନାକୁ ଆସିଛି । ପଶ୍ଚିମବଙ୍ଗରେ ମମତା ସରକାର ଓ ତତ୍କାଳୀନ ରାଜ୍ୟପାଳ ଜଗଦୀଶ ଧନକର, ମହାରାଷ୍ଟ୍ରରେ ମହାଅଘାଡି ସରକାର ଓ ରାଜ୍ୟପାଳ ଭଗତସିଂ କୋଶ୍ୟାରିଆଙ୍କ କଳି କାହାକୁ ଅଛପା ନାହିଁ । ତେଲେଙ୍ଗାନାରେ କେସିଆର ସରକାର ଓ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ଓ ଏଲଜି ଭିନାୟ କୁମାର ସକ୍ସେନା ମତାନ୍ତର ଲାଗି ରହିଛି । କିନ୍ତୁ ଓଡ଼ିଶାରେ ସେଭଳି ସମସ୍ୟା ଅନୁଭୂତ ହୋଇନାହିଁ । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଥିବାରୁ ପରବର୍ତ୍ତୀ ରାଜ୍ୟପାଳଙ୍କ ଭୂମିକା ଚ୍ୟାଲେଞ୍ଜିଂ ହେବ । ରାଜ୍ୟପାଳଙ୍କ ନିଯୁକ୍ତି ନେଇ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ଯେ, ଓଡିଶା ମିଶନ ନେଇ କେନ୍ଦ୍ରୀୟ ବିଜେପି ସିରିୟସ ଥିବା ଜଣାପଡୁନାହିଁ । ରାଜ୍ୟରୁ ଅଧିକ ଲୋକସଭା ସିଟ ହାତେଇବା ଲାଗି ବିଜେପି ଜୋର ଦେଉଛି । ତେଣୁ ଓଡିଶା ସରକାରଙ୍କ ସହ ବଡ଼ଧରଣର ପଙ୍ଗା ନେଉ ନାହାଁନ୍ତି କି ନେବା ପାଇଁ ଇଛୁକ ଥିବା ପରି ଲାଗୁନାହିଁ । ଯଦି ସେମିତି ଥା'ନ୍ତା, ତେବେ ଜଣେ ଟାଣୁଆ ବ୍ୟକ୍ତିଙ୍କୁ ରାଜ୍ୟପାଳ ଭାବେ ନିଶ୍ଚୟ ନିଯୁକ୍ତି ମିଳିସାରିଥାନ୍ତା ।

ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହେବେ ନା ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ ତାହା କେନ୍ଦ୍ରର ଓଡିଶା ଆଭିମୁଖ୍ୟ ଉପରେ ନିର୍ଭର କରିବ । ଓଡ଼ିଶା ଉପରେ ଯଦି କେନ୍ଦ୍ର ଫୋକ୍ସ କରେ ବା କଠୋର ହୁଏ, ତେବେ ଯାଇ ଗଣେଶୀ ଲାଲ ବଦଳିବେ ବୋଲି ଚର୍ଚ୍ଚା ହେଉଛି । ହେଲେ ସାମ୍ପ୍ରତିକ ସ୍ଥିତିରେ ଏପରି ଲାଗୁ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.