ETV Bharat / state

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ଭୁବନେଶ୍ବର-ଦିଲ୍ଲୀ ବିମାନ

ଜରୁରୀ ଅବତରଣ କଲା ଭୁବନେଶ୍ବର-ନୂଆଦିଲ୍ଲୀ ଇଣ୍ଡିଗୋ ବିମାନ । ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ଭୁବନେଶ୍ବର-ନୂଆଦିଲ୍ଲୀ ବିମାନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 4, 2023, 9:38 AM IST

Updated : Sep 4, 2023, 12:14 PM IST

delhi Bhubaneswar flight emergency landing
ଜୁରୁରୀ ଅବତରଣ କଲା ଭୁବନେଶ୍ବର-ଦିଲ୍ଲୀ ବିମାନ
delhi Bhubaneswar flight emergency landing

ଭୁବନେଶ୍ବର: ମଝି ଆକାଶରେ ବିମାନରେ ତ୍ରୁଟି । ଅଧା ରାସ୍ତାରୁ ଫେରିଲା ବିମାନ । ଜରୁରୀ ଅବତରଣ କଲା ଭୁବନେଶ୍ବର- ନୂଆଦିଲ୍ଲୀ ଇଣ୍ଡିଗୋ ବିମାନ । ଭୁବନେଶ୍ବର ବିମାନବନ୍ଦରରେ ଭୁବନେଶ୍ବର-ନୂଆଦିଲ୍ଲୀ ବିମାନ ଜରୁରୀ ଅବତରଣ କରିଛି । ଉଡଣାର ଅଳ୍ପ କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବିମାନଟି ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି । ବିମାନଟି ବର୍ତ୍ତମାନ ଭୁବନେଶ୍ବରରେ ରହିଛି । ଡିଜିସିଏ ଅନୁମତି ଅପେକ୍ଷାରେ ରହିଛି । DGCA ଅନୁମତି ଦେଲେ ବିମାନ ଛାଡିବା ନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ଇଣ୍ଡିଗୋ ବିମାନ 6E 2065 ଉଡାଣ ଭରିଥିଲା । ଉଡାଣର ମାତ୍ର କିଛି ସମୟ ମଧ୍ୟରେ ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏହା ପରେ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ ପାଇଲଟ । ଫଳରେ ଅଧା ରାସ୍ତାରୁ ଫେରି ଆସିଥିଲା ଇଣ୍ଡିଗୋ ବିମାନ 6E 2065 । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡ଼ାଣର ପ୍ରାୟ 20ରୁ ୨୫ ମିନିଟ ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ବିମାନଟିକୁ ଜରୁରୀ ଅବତରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତ୍ରୁଟି ଖବର ଶୁଣି ବିମାନଯାତ୍ରୀ ଭୟଭୀତ ହୋଇଯାଇଥିଲା । ମାତ୍ର ସମସ୍ତେ ଭୟଭୀତ ନ ହୋଇ ଅସୁବିଧାର ସାମ୍ନା କରି ସରୁକ୍ଷିତ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ।

ଏହା ବି ପଢନ୍ତୁ...କୋଲକାତା ଯାଉଥିବା ଏୟାର ଏସିଆ ବିମାନର ଲକ୍ଷ୍ନୌରେ ଜରୁରୀ ଅବତରଣ

ଏହା ବି ପଢନ୍ତୁ...ମଝି ଆକାଶରେ ଫାଟିଲା ଯାତ୍ରୀଙ୍କ ମୋବାଇଲ୍‌, ଏମରଜେନ୍ସିଂ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ

ଉଡାଣର କିଛି ସମୟ ପରେ ମଝି ଆକାଶରୁ ଇଣ୍ଡିଗୋ ବିମାନ 6E 2065 ଫେରି ଆସିଥିଲେ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଭୁବନେଶ୍ବରରେ ପହଞ୍ଚିଥିବା ସୂଚନା ମିଳିଛି । DGCA ଅନୁମତି ଦେଲେ ମିଳିବା ପରେ 6E 2065 ଇଣ୍ଡିଗୋ ବିମାନ ପୁଣି ଉଡାଣ ଭରିବ । ଯାତ୍ରୀମାନେ କିପରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ଓ ଇଣ୍ଡିଗୋ ପକ୍ଷରୁ ଏନେଇ କଣ ବ୍ୟବସ୍ଥା କରାଯାଉଛି ତାହା ଜଣାପଡିନାହିଁ । ତେବେ ଯାତ୍ରୀମାନେ କିପରି ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ନେଇ ଚିନ୍ତାରେ ରହିଛନ୍ତି । ବିମାନଟି 180ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା । କଣ ପାଇଁ ଯାନ୍ତ୍ରିକ ତ୍ରୁଟି ଦେଖାଗଲା ତାହା ଜଣାପଡିନାହିଁ । ତେବେ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକ ଥର ଯାନ୍ତ୍ରିକ ତ୍ରୁଟି ପାଇଁ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 4, 2023, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.