ETV Bharat / state

ରାଜ୍ୟରେ ଆଉ 2 ସଂକ୍ରମିତ ଚିହ୍ନଟ, ସକ୍ରିୟ ସଂଖ୍ୟା 5କୁ ବୃଦ୍ଧି - ଭୟ ବଢାଉଛି କୋରୋନା

Odisha Corona Cases Rising: ଲଗାତାର ତୃତୀୟ ଦିନରେ ରାଜ୍ୟରେ ଚିହ୍ନଟ ହେଲେ କୋଭିଡ ସଂକ୍ରମିତ । ଗତ 24 ଘଣ୍ଟାରେ ରାଜ୍ୟରୁ ପୁଣି 2 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 5ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

Odisha Corona Update
Odisha Corona Update
author img

By ETV Bharat Odisha Team

Published : Dec 27, 2023, 11:54 AM IST

ଭୁବନେଶ୍ବର: ରାଜ୍ୟରେ ଭୟ ବଢ଼ାଉଛି କୋରୋନା ଭାଇରସ । ଦେଶର ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଡରାଇଲାଣି ଓଡିଶାର କୋରୋନା ଗ୍ରାଫ୍‌ । ଗତ 3 ଦିନ ହେବ ଓଡ଼ିଶାରେ ଚିହ୍ନଟ ହେଉଛନ୍ତି କୋରୋନା ସଂକ୍ରମିତ । ଗତ 24 ଘଣ୍ଟାରେ ଓଡ଼ିଶାରୁ ପୁଣି 2 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା 5ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ସପ୍ତାହରେ 5ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏକ ପ୍ରକାର ଚିନ୍ତା ବୃଦ୍ଧି ପାଇଛି ।

ପ୍ରଥମ ଥର ଡିସେମ୍ବର 23 ତାରିଖରେ ପ୍ରଥମ ମାମଲା ସାମ୍ନାକୁ ଆସିଥିବା ବେଳେ ସେମବାର ଦ୍ବିତୀୟ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମଙ୍ଗଳବାର ପୁଣି ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲଗାତାର ତୃତୀୟ ଦିନରେ ଅର୍ଥାତ ଗତ 24 ଘଣ୍ଟାରେ ପୁଣି ଦୁଇଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ପ୍ରଥମ ଦୁଇ ସଂକ୍ରମିତ କଟକର ହୋଇଥିବା ବେଳେ ଆଉ 3 ସଂକ୍ରମିତଙ୍କ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ତେବେ ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ରହିନଥିବା ବେଳେ ଅନ୍ୟମାନଙ୍କର ଯାଞ୍ଚ ଚାଲିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଦେଶରେ କୋରୋନାର ନୂଆ ଭାରିଆଣ୍ଟ ଜେଏନ1 ବ୍ୟାପିବାରେ ଲାଗିଥିବା ବେଳେ ଏହି ସଂକ୍ରମିତ ଜେଏନ 1ରେ ଆକ୍ରାନ୍ତ କି ନୁହେଁ ସେ ନେଇ ଆଶଙ୍କା ବୃଦ୍ଧି ପାଉଛି । ସମସ୍ତ ନମୂନା ଜିନେମ ସ୍ବିକେନ୍ସ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ । ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ପ୍ରଥମ 3 ଜଣଙ୍କ ଲକ୍ଷଣ କମ୍ ରହିଥିବା ବେଳେ ସମସ୍ତେ ଘରେ ରହି ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ, ତୃତୀୟଙ୍କ ଯାଞ୍ଚ ଚାଲିଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ପ୍ରକାଶଥାଉକି, କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଚିନ୍ତା ବଢ଼ାଇଛି କୋଭିଡ୍‌ ଜେଏନ 1 । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି । ତେବେ ଯେଉଁ ନୂଆ ଭାରିଆଣ୍ଟ କଥା କୁହାଯାଉଛି ତାହା ନାଚୁରାଲ୍‌ । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ କରିଛି। ଅନ୍ୟପଟେ କର୍ଣ୍ଣାଟକ ସରକାର ମଧ୍ୟ ଗାଇଡଲାଇନ୍‌ ଜାରି କରିଛନ୍ତି । ତେବେ ଆବଶ୍ୟକ ପଡିଲେ ଓଡିଶାରେ ମଧ୍ୟ ଗାଇଡଲାଇନ୍‌ ଜାରି କରାଯାଇ ପାରେ ବୋଲି କୁହାଯାଇଛି । ତେବେ ଏବେ ବି ସର୍ଭେଲାନ୍ସ ଜାରି ରହିଛି । ଯେଉଁ ମାନଙ୍କର ଥଣ୍ଡା କାଶ ଜ୍ଵର ଅଧିକ ଦିନ ରହୁଛି, ସେମାନେ ବାହାରେ ବୁଲାବୁଲି ନକରିବା ସହିତ କୋଭିଡ ଟେଷ୍ଟ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.