ETV Bharat / state

ଚଳିତ ବର୍ଷ ରାଜ୍ୟରେ ୨୦ ହଜାର ହେକ୍ଟରରେ ନୂତନ କାଜୁ ଚାଷ ଲକ୍ଷ୍ୟ - କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା

ଭୁବନେଶ୍ବର ଲୋକସେବା ଭବନର କନଭେନସନ ସେଣ୍ଟରରେ ଆଜିଠାରୁ ଆରମ୍ଭ ହୋଇଛି କାଜୁ ସଂପର୍କିତ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ । ଭାରତ ସରକାରଙ୍କ କୋଚିନସ୍ଥିତ କାଜୁ ଓ କୋକୋ ଉନ୍ନୟନ ନିର୍ଦ୍ଦେଶାଳୟ ଏବଂ ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡର ମିଳିତ ଭାବେ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବୈଜ୍ଞାନିକ, ଶିକ୍ଷାବିତ, କାଜୁଚାଷୀ ଓ କାଜୁ ଶିଳ୍ପୋଦ୍ୟୋଗୀମାନେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ କାଜୁ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ଦିଗରେ ସମାଧାନର ପନ୍ଥା ନିର୍ଦ୍ଧାରଣ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଚଳିତ ବର୍ଷ ରାଜ୍ୟରେ ୨୦ ହଜାର ହେକ୍ଟରରେ ନୂତନ କାଜୁ ଚାଷ ଲକ୍ଷ୍ୟ

author img

By

Published : Jan 30, 2023, 10:25 PM IST

ଚଳିତ ବର୍ଷ ରାଜ୍ୟରେ ୨୦ ହଜାର ହେକ୍ଟରରେ ନୂତନ କାଜୁ ଚାଷ ଲକ୍ଷ୍ୟ

ଭୁବନେଶ୍ବର: ଓଡିଶା କାଜୁ ଉତ୍ପାଦନ ଏବଂ ପ୍ରକ୍ରିୟାକରଣରେ ଏକ ଅଗ୍ରଣୀ ରାଜ୍ୟ । କାଜୁ ଲକ୍ଷ ଲକ୍ଷ ଗରିବ ଲୋକଙ୍କୁ ବିଶେଷ କରି ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଥାଏ । ରାଜ୍ୟରେ କାଜୁ ଚାଷ ଓ ପ୍ରକ୍ରିୟାକରଣର ବ୍ୟାପକ ସୁଯୋଗ ରହଛି । ଏହା ସହିତ ମହିଳାମାନେ ରାଜ୍ୟରେ କାଜୁର ବିକାଶ ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଜୁ ସଂପର୍କିତ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଭୁବନେଶ୍ବର ଲୋକସେବା ଭବନର କନଭେନସନ ସେଣ୍ଟରରେ ଆଜିଠାରୁ ଆରମ୍ଭ ହୋଇଛି କାଜୁ ସଂପର୍କିତ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ । ଭାରତ ସରକାରଙ୍କ କୋଚିନସ୍ଥିତ କାଜୁ ଓ କୋକୋ ଉନ୍ନୟନ ନିର୍ଦ୍ଦେଶାଳୟ ଏବଂ ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡର ମିଳିତ ଭାବେ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ବୈଜ୍ଞାନିକ, ଶିକ୍ଷାବିତ, କାଜୁଚାଷୀ ଓ କାଜୁ ଶିଳ୍ପୋଦ୍ୟୋଗୀମାନେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ କାଜୁ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ଦିଗରେ ସମାଧାନର ପନ୍ଥା ନିର୍ଦ୍ଧାରଣ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ‘କାଜୁ ଉତ୍ପାଦନ ଓ ଉତ୍ପାଦିକତାରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ’ ଶୀର୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ । ସେ କହିଛନ୍ତି ଯେ, ‘‘ଓଡିଶାର ଜଳବାୟୁ ଓ ମୃତ୍ତିକା କାଜୁ ଚାଷ ନିମନ୍ତେ ଅତ୍ୟନ୍ତ ଉପଯୋଗୀ । ଚଳିତ ବର୍ଷ ରାଜ୍ୟର ୨୦ ହଜାର ହେକ୍ଟର ଜମିରେ ନୂତନ ଭାବରେ କାଜୁ ଚାଷ କରାଯିବା କାର୍ଯ୍ୟକ୍ରମ ହାତକୁ ନିଆଯିବ । ରାଜ୍ୟର ଜନଜାତି ଓ ପଛୁଆ ଜିଲ୍ଲା ଗୁଡ଼ିକରେ କାଜୁ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । କାଜୁ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ନିମନ୍ତେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହ ଉନ୍ନତ ମାନର ଚାରା ଓ ପରିଚାଳନା ଆବଶ୍ୟକ ରହିଛି ।’’

ଭାରତ ସରକାରଙ୍କ ଉଦ୍ୟାନ କୃଷି ବିଭାଗର କମିଶନର ଡ. ପ୍ରଭାତ କୁମାର କହିଛନ୍ତି ଯେ, କାଜୁରେ ନୂଆ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାରେ ଅନେକ ସୁଯୋଗ ରହିଛି । କାଜୁଚାଷ ନିମନ୍ତେ କ୍ଲଷ୍ଟରପନ୍ଥା ଆପଣାଇବା ସହିତ ମୂଲ୍ୟବୃଦ୍ଧି ବଜାରୀକରଣ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଜାତୀୟ ସମ୍ମିଳନୀ ଅବସରରେ କାଜୁର ବିକାଶ ଦିଗରେ “ଭୁବନେଶ୍ୱର ଘୋଷଣାନାମା’’ ପ୍ରକାଶନ କରିବା ନିମନ୍ତେ ସେ ପ୍ରସ୍ତାବ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ । ସେ କହିଛନ୍ତି ଯେ, ‘‘ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ଟି ହାଇବ୍ରିଡ କାଜୁ କିସମ ତିଆରି କରାଯାଇଛି । ଏଥି ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘କଳିଙ୍ଗ କାଜୁ-୧’ ନାମରେ ଏକ ନୂତନ ହାଇବ୍ରିଡ କିସମ ମଧ୍ୟ ଖୁବଶୀଘ୍ର ବାହାର କରାଯିବାର କାର୍ଯ୍ୟକ୍ରମ ରହିଛି । କାଜୁ ବଗିଚାରେ ଅନ୍ତଃଚାଷ ଭାବରେ ସାରୁ, ଭେଣ୍ଡି, ବାଇଗଣ ଇତ୍ୟାଦି ଚାଷ କଲେ ଚାଷୀଙ୍କ ରୋଜଗାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।’’

ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ କାଜୁ ମୁଖ୍ୟତଃ ଜୈବିକ ପ୍ରଣାଳୀରେ ଚାଷ କରାଯାଇଥାଏ । କୋରାପୁଟ କାଜୁର ଚାହିଦା ବିଶ୍ୱବଜାରରେ ରହିଛି । ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା କହିଛନ୍ତି ଯେ, ରାଜ୍ୟରେ ସଂପ୍ରତି ଏକ ଲକ୍ଷ ୨୦ ହଜାର ହେକ୍ଟର ଜମିରେ କାଜୁଚାଷ କରାଯାଉଛି । ରାଜ୍ୟରେ ବ୍ୟାପକ କାଜୁଚାଷ ଓ ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ କାଜୁର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି କରାଯାଇପାରିବ । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ୨୦୨୯-୩୦ ସୁଦ୍ଧା କାଜୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବ । ଘରୋଇ ଚାହିଦାକୁ ମେଣ୍ଟାଇବା ସହିତ ପୂର୍ବ ଓ ପଶ୍ଚିମ ଆଫ୍ରିକୀୟ ଦେଶଗୁଡ଼ିକରୁ କାଜୁ ଆମଦାନୀକୁ ହ୍ରାସ କରିବାର ଲକ୍ଷ୍ୟ ରଖିଛି । ଆୟୋଜିତ ସମ୍ମେଳନୀରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ଉନ୍ନତ ମାନର କାଜୁ ଚାରା ଉତ୍ପାଦନ, ସମନ୍ୱିତ ରୋଗ ପୋକ ନିୟନ୍ତ୍ରଣ, ଅମଳ ପରବର୍ତ୍ତୀ ପରିଚାଳନା, ମୂଲ୍ୟଯୁକ୍ତ, ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବଜାରୀକରଣ ଆଦି ଦିଗରେ ବିଶେଷଜ୍ଞମମାନଙ୍କ ଦ୍ୱାରା ଆଲୋଚନାର ନିଷ୍କର୍ସରୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ କାଜୁର ବିକାଶ ନିମନ୍ତେ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି ।

ଦେଶରେ ୧୯ଟି ରାଜ୍ୟରେ ପ୍ରାୟ ୧୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ କାଜୁ ଚାଷ କରାଯାଇ ବାର୍ଷିକ ମୋଟ ୭ ଲକ୍ଷ ୫୦ ହଜାର ଟନ କାଜୁ ଉତ୍ପାଦନ ହୋଇପାରୁଛି । ଦେଶରେ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ୪ ହଜାରରୁ ଉର୍ଦ୍ଧ୍ବ କାଜୁ ପ୍ରକ୍ରିୟାକରଣ ଶିଳ୍ପରେ ୧୭ ଲକ୍ଷ ଟନ କାଜୁ ପ୍ରକ୍ରିୟାକରଣ କରିବାର କ୍ଷମତା ରହିଛି । ଏଥି ନିମନ୍ତେ ବର୍ଷକୁ ପ୍ରାୟ ୯୦୦୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୯ ଲକ୍ଷ ଟନ କାଜୁ ଆମଦାନୀ କରିବାକୁ ପଡ଼ୁଛି । ଉତ୍ସବରେ କାଜୁ ଓ କୋକୋ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଭେଙ୍କଟେସ ଏନ ହୁବାଲ୍ଲୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । ରାଜ୍ୟ ତଥା ଦେଶର ଅଗ୍ରଣୀ କାଜୁଚାଷୀ, କାଜୁ ଶିଳ୍ପୋଦ୍ୟୋଗୀ, ଗବେଷଣା କେନ୍ଦ୍ର, କାଜୁ ନର୍ସରୀମାନଙ୍କୁ ଉଲ୍ଲେଖନୀୟ ସଫଳତା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଛି । ଦେଶର ୧୯ଟି ରାଜ୍ୟର ୨୫୦ରୁ ଉର୍ଦ୍ଧ୍ବ କାଜୁଚାଷୀ, ପ୍ରଫେସର, ବିଶେଷଜ୍ଞ, ବୈଜ୍ଞାନିକ, କାଜୁ ରପ୍ତାନୀକାରୀ ଏବଂ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.