ETV Bharat / state

No Confidence Motion: ଇଣ୍ଡିଆ ନା ଏନଡିଏ ? ଅନାସ୍ଥା ନିର୍ଦ୍ଧାରଣ କରିବ ନବୀନଙ୍କ ଗତି ! - ବିଧାୟକ ଦେବୀ ପ୍ରସାଦ ମିଶ୍ର

ପ୍ରତ୍ୟେକ ଘଟଣାରେ ଟ୍ବିଟ ଜରିଆର ନିଜର ମତ ରଖନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ମଣିପୁର ଘଟଣାରେ ନବୀନ ଟ୍ବିଟ କରୁଛନ୍ତି ନା ଗଣମାଧ୍ୟମରେ ପଦୁଟିଏ କିଛି ବି କହି ନାହାନ୍ତି । ଇତି ମଧ୍ୟରେ ନବୀନ ଓଡ଼ିଶା ଟୁଇଟର ହ୍ୟାଣ୍ଡେଲରୁ ଏକାଧିକ ଟୁଇଟ ହୋଇଥିଲେ ବି ସେ ମଣିପୁର ଘଟଣାରେ ଟୁଇଟ ଟିଏ ମଧ୍ୟ କରିନାହାନ୍ତି । ଅଧିକ ପଢନ୍ତୁ

No Confidence Motion: ଇଣ୍ଡିଆ ନା ଏନଡିଏ ? ଅନାସ୍ଥା ନିର୍ଦ୍ଧାରଣ କରିବ ନବୀନଙ୍କ ଗତି !

author img

By

Published : Jul 29, 2023, 9:58 PM IST

No Confidence Motion: ଇଣ୍ଡିଆ ନା ଏନଡିଏ ? ଅନାସ୍ଥା ନିର୍ଦ୍ଧାରଣ କରିବ ନବୀନଙ୍କ ଗତି !

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଅବଗଣନା ଆରମ୍ଭ ହୋଇଯାଇଛି । ବିଜେପି ନେତୃତ୍ବରେ ଏନଡିଏ ପୁନର୍ବାର କ୍ଷମତା ଦଖଲ କରିବାକୁ ଯୋଜନା କରୁଛି । ସେହିପରି ମିଳିତ ବିରୋଧୀ କଂଗ୍ରେସ ଯୁକ୍ତ ଇଣ୍ଡିଆ ମାଧ୍ୟମରେ ପାୱାରକୁ ଫେରିବାକୁ ଆଶା ବାନ୍ଧିଛନ୍ତି । ତେବେ ଉଭୟ ଗୋଷ୍ଠୀରୁ ନିଜକୁ ଦୂରେଇ ରଖିଛି ବିଜୁ ଜନତା ଦଳ । ତେବେ ଆଗାମୀ ଦିନରେ ବିଜେଡିର ଗତି କଣ ହେବ ତାହା ନିର୍ଦ୍ଧାରଣ କରିବ କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନା । ଅନାସ୍ଥା ଆଲୋଚନାରେ ସାମିଲ ହେବା କିମ୍ବା କକ୍ଷତ୍ୟାଗ କରିବା ତାହା ବିଜେଡିର ମତି ଗତି ସ୍ପଷ୍ଟ କରିବ ।

ଏହାବି ପଢନ୍ତୁ- ନବୀନଙ୍କୁ ଭେଟିବାକୁ ଆସି ହଟହଟା ସଂଯୁକ୍ତା, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହାଜର

ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଜାରି ରହିଛି ହିଂସା । ଯାହା ସମସ୍ତଙ୍କୁ ବ୍ୟଥିତ କରିଛି । ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ କରି ଉଲଗ୍ନ କରି ରାସ୍ତାରେ ଚଲାଇ ନିଆଗଲା । ଏଭଳି ଅମଣିଷ ପଣିଆର ଭିଡିଓ ଭାଇରାଲ ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 79 ଦିନ ପରେ ମୁହଁ ଖୋଲିଲେ । ମୋସୁମୀ ଅଧିବେଶନ ବାଧାପ୍ରାପ୍ତ ହେଉଛି । ବିରୋଧୀଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ କରିଛନ୍ତି ଲୋକସଭାର ବାଚସ୍ପତି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ସାଧାରଣରେ ଓ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନୀରବମୁଦ୍ରା ଅବଲମ୍ବନ କରିଛି ।

ପ୍ରତ୍ୟେକ ଘଟଣାରେ ଟ୍ବିଟ ଜରିଆର ନିଜର ମତ ରଖନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ମଣିପୁର ଘଟଣାରେ ନବୀନ ଟ୍ବିଟ କରୁଛନ୍ତି ନା ଗଣମାଧ୍ୟମରେ ପଦୁଟିଏ କିଛି ବି କହି ନାହାନ୍ତି । ଇତି ମଧ୍ୟରେ ନବୀନ ଓଡ଼ିଶା ଟୁଇଟର ହ୍ୟାଣ୍ଡେଲରୁ ଏକାଧିକ ଟୁଇଟ ହୋଇଥିଲେ ବି ସେ ମଣିପୁର ଘଟଣାରେ ଟୁଇଟ ଟିଏ ମଧ୍ୟ କରିନାହାନ୍ତି । ସେହିପରି ଦିଲ୍ଲୀରେ ଥିବା ଦଳର ସାଂସଦ ସମୂହଙ୍କ କାହାର ବିବୃତ୍ତି ମଧ୍ୟ ଦେଖିବାକୁ ମିଳିନାହିଁ । ରାଜ୍ୟରେ ଥିବା ଦଳ ନେତା ଓ ମୁଖପାତ୍ର ଅହେତୁକ ନୀରବତା ଅବଲମ୍ବନ କରିଛନ୍ତି । ଏହାକୁ ନେଇ ରାଜ୍ୟ କଂଗ୍ରେସ ନିଜ ଟୁଇଟର ହ୍ୟାଣ୍ଡେଲରୁ ବିଜେଡି ଓ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛି । ବିଜେଡିର ମହିଳା ସଶକ୍ତୀକରଣ, ଗାନ୍ଧିବାଦୀ ଶାନ୍ତି ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହାବି ପଢନ୍ତୁ- Longest Serving CM: ଜ୍ୟୋତିଙ୍କୁ ଟପିଲେ ନବୀନ, ହେଲେ ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ

ସିବିଆଇ ଏବଂ ଇଡି ଡରରେ ନବୀନ ଓ ବିଜେଡି ଚୁପ: ଶରତ କହିଛନ୍ତି ଯେ, ମଣିପୁର ଘଟଣାରେ ବିଜେଡି କାହିଁକି ଚୁପ ବସିଛି । ନାରୀ ନିର୍ଯ୍ୟାତନା ଓ ଦଙ୍ଗା ଫସାଦ ଚାଲିଛି । ଆଦିବାସୀ ମହିଳାଙ୍କ ପ୍ରତି ଅନ୍ୟାୟ ହେଉଛି । ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ନିଆଯାଉଛି । ମଣିଷ ସମାଜ ପାଇଁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଭାରତବର୍ଷରେ ଏମିତି ଘଟଣା କେବେ ହୋଇନଥିଲା । ନବୀନ ବାବୁ ନାରୀ ସଶକ୍ତିକରଣ ଏବଂ ମା'କୁ ସମ୍ମାନ କଥା କହନ୍ତି । ଏବେ କୁଆଡେ ଗଲେ । ମଣିପୁର ପ୍ରସଙ୍ଗରେ ପଦୁଟିଏ କଥା ତାଙ୍କ ପାଟିରୁ ବାହାରୁ ନାହିଁ । ମଣିପୁର ଘଟଣାକୁ ନିନ୍ଦା କରୁନାହାଁନ୍ତି କାହିଁକି ? ତାଙ୍କୁ ସିବିଆଇ ଏବଂ ଇଡି ଡର ଥିବ । ପ୍ରସଙ୍ଗରେ କୁହ ବୋଲି ବିଜେପିର ନିର୍ଦ୍ଦେଶ କିଛି ଆସିନଥିବ । ତେଣୁ ସେ ଚୁପ ବସିଛନ୍ତି । ଭୋଟ ରାଜନୀତି ଛଡା ବିଜେଡି ଅନ୍ୟ କିଛି କରୁନାହିଁ । ଆମେ ଭୋଟରେ ଜିତୁବୁ ବୋଲି ଆକଳନ କରି ଯେତେ ପ୍ରସଙ୍ଗ ଆସିଲେ ସେମାନେ ଚୁପ ରହୁଛନ୍ତି ।

ଅନାସ୍ଥା ପ୍ରସ୍ତାବ ନେଇ ନିଷ୍ପତ୍ତି ନେବେ ନବୀନ : ମଣିପୁର ଘଟଣା ଆରମ୍ଭରୁ ଚୁପ ରହି ଆସିଥିବା ବିଜେଡି ନେତା ଅନାସ୍ଥା ପ୍ରସ୍ତାବକୁ ନେଇ ଘୋଷା ଶୁଆ ଭଳି କଥା କହୁଛନ୍ତି । ଦଳର ଉପସଭାପତି, ସାଂସଦ ଓ ବିଧାୟକଙ୍କ ଗୋଟିଏ କଥା ନବୀନ ନେବେ ନିଷ୍ପତ୍ତି । ଦଳର ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ବିଜେଡିର ଷ୍ଟାଣ୍ଡ କଣ ହେବ ତାହାର ନିଷ୍ପତ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ । ଆଉ ଉପଯୁକ୍ତ ସମୟରେ ସେ ଏହି ନିଷ୍ପତ୍ତି ନେବେ । ଏକ ଆଞ୍ଚଳିକ ଦଳ ଭାବେ ବିଜେଡିର ଦବଦବା ଦେଶରେ ଅକ୍ଷୁର୍ଣ୍ଣ ରଖିଛି । ନିରବଚ୍ଛିନ୍ନ ଭାବେ ଏହା ନବୀନ ବାବୁଙ୍କ ଦ୍ୱାରା ହେଉଥିବାରୁ ଜାତୀୟ ସ୍ତରରେ ଚର୍ଚ୍ଚା ହେବା ସ୍ୱାଭାବିକ କଥା । ନବୀନଙ୍କ ନିଷ୍ପତ୍ତିକୁ ସାଂସଦ ମାନେ କାର୍ଯ୍ୟକାରୀ କରିବେ । ପୁରୁଣା ଟ୍ରାକ ରେକର୍ଡ ଅନୁସାରେ ଆମେ ଅଛୁ । ଓଡିଶାର ସ୍ୱାର୍ଥ ପାଇଁ ଆମେ କେବଳ ପ୍ରସଙ୍ଗ ଭିର୍ତିକ ସମର୍ଥନ କରୁ । ସେହିପରି ଦଳର ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, ବିଜେଡି ସବୁବେଳେ ସମ ଦୂରତା ନୀତି ଆପଣାଇ ଆସିଛି । ଏଥିରେ ଦଳ ବିଶ୍ଵାସ କରେ । ଏନଡିଏ ଓ ୟୁପିଏ ଠାରୁ ସମାନ ଦୂରତା ରଖି ଆସିଛୁ । ପ୍ରସଙ୍ଗ ଭିତ୍ତିକି ନିଷ୍ପତ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନେଇଥାନ୍ତି । ଏହି ପ୍ରସଙ୍ଗରେ ମଧ୍ୟ ସେମିତି କିଛି ନିଷ୍ପତ୍ତି ନେବେ ।

ଅନ୍ୟପକ୍ଷରେ ମଣିପୁର ଘଟଣାକୁ ନେଇ ସଂସଦର ଉଭୟ ସଦନ ଚାଲିପାରୁନାହିଁ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି ଯେ, ହୋ ହାଲା ଭିତରେ ଅଳ୍ପ ସମୟ ଗୃହ ଚାଲି ମୂଳତବି ହେଉଛି । ଶୂନ୍ୟକାଳରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇ ପାରୁନାହୁଁ । ଯେତେବେଳେ ସୁଯୋଗ ମିଳିଛି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଛୁ । ଓଡ଼ିଶାର ସ୍ୱାର୍ଥ କଥା ଆମେ ସବୁବେଳେ ରାଜ୍ୟ ସଭାରେ ଉଠାଉଛୁ । ୟୁସିସି, ଅନ୍ୟାନ୍ୟ ବିଲ ଓ ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇନାହିଁ । ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରିବୁ । ସାରା ଭାରତ ବର୍ଷର ନଜର ବିଜେଡି ଉପରେ ଅଛି । ଆମ ନେତାଙ୍କ ନିର୍ଦ୍ଦେଶରେ ଆମେ କାର୍ଯ୍ୟ କରିବୁ । 2009 ରୁ ଆମେ ସମଦୂରତା ବଜାୟ ରଖିଛୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.