ETV Bharat / state

ଉଭୟ ଆସନରୁ ଜିତିଲେ ନବୀନ, ଦଳ ଓ କର୍ମକର୍ତ୍ତାଙ୍କୁ ଦେଲେ ଶ୍ରେୟ

ରାଜ୍ୟରେ ମୋଦି ହାଓ୍ବା ଫିକା ପଡ଼ିଛି । ବିଜେଡ଼ିକୁ ରାଜ୍ୟବାସୀ ସମର୍ଥନ ଦେଇଛନ୍ତି । ଏଥିପାଇଁ ମୁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଉଛି ବୋଲି ନବୀନ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏଣିକି ସମଦୂରତ୍ବ ନାରା ନୂହେଁ, ଗଠନମୂଳକ ସହଯୋଗର ହାତ ବଢାଇଲେ ଆମେ ତାଙ୍କୁ ସମର୍ଥନ କରିବୁ ।

author img

By

Published : May 23, 2019, 9:40 PM IST

Updated : May 23, 2019, 11:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ମୋଦି ହାଓ୍ବା ଫିକା ପଡ଼ିଛି । ବିଜେଡ଼ିକୁ ରାଜ୍ୟବାସୀ ପୂର୍ଣ୍ଣ ବହୂମତ ଦେଇଛନ୍ତି । ଏଥିପାଇଁ ମୁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏଣିକି ସମଦୂରତ୍ବ ନାରା ନୂହେଁ, ଗଠନମୂଳକ ସହଯୋଗର ହାତ ବଢାଇଲେ ଆମେ ତାଙ୍କୁ ସମର୍ଥନ କରିବୁ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେ ଆହୁରି ମଧ୍ୟ କହିଛନ୍ତି କି, ପୂର୍ବଭଳି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କେନ୍ଦ୍ର ନିକଟରେ ଜାରି ରହିବ । ତେବେ ଗତ 10 ବର୍ଷ ଧରି ବିଜେଡ଼ି ସୁପ୍ରିମୋ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତାର ଯେଉଁ ଆଭିମୂଖ୍ୟ ଗ୍ରହଣ କରିଥିଲେ, ଏଥିରେ ପରିବର୍ତ୍ତନ ହୋଇଛି । ଏବେ ନବୀନ ଆଉ ସମଦୂରତା କଥା ନ କହି କେନ୍ଦ୍ର ସହ ଗଠନମୂଳକ ସହଯୋଗର ଆଭିମୂଖ୍ୟ ଗ୍ରହଣ କରିଛନ୍ତି । ରାଜ୍ୟର ବିକାଶ ପାଇଁ ନବୀନ ନିଜ ଆଭିମୂଖ୍ୟରେ ପରିବର୍ତ୍ତନ ଆଣିଥିବା କହିଛନ୍ତି । ନବୀନ କହିଛନ୍ତି,
ରାଜ୍ୟରେ ଏକ ସ୍ଥାୟୀ ସରକାର ରହିଥିବାରୁ ରାଜ୍ୟର ଆହୁରି ଉନ୍ନତି ହେବ ବୋଲି ସେ କହିଥିଲେ । କେନ୍ଦ୍ରରେ ବିଜେଡ଼ିର ଆଭିମୁଖ୍ୟ କଣ ରହିବ ବୋଲି ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ, ଦେଖନ୍ତୁ ଓ ଅପେକ୍ଷା କରନ୍ତୁ ।

ଅଧିକ ପଢନ୍ତୁ: ଦେଶ ଦେଖୁଛି ନବୀନଙ୍କ ଜଲୱା

ଦଳର ପ୍ରଦର୍ଶନକୁ ନେଇ ସେ କହିଥିଲେ କି, ଦଳ ରାଜ୍ୟରେ ଭଲ ପ୍ରଦର୍ଶନ କରିଛି । କିନ୍ତୁ ଲୋକସଭା ଆସନରେ କିଛିଟା ସିଟ ଆମେ ହରାଇଛୁ ବୋଲି ନବୀନ କହିଥିଲେ । ସେ କହିଛନ୍ତି କି ବିଜେଡ଼ିକୁ ବାରମ୍ବାର ବିଜୟୀ କରାଉଥିବାରୁ ରାଜ୍ୟବାସୀଙ୍କୁ ଅନେକ ଅନେକ ଧନ୍ୟବାଦ । ଏହା ସହିତ ଦଳର କର୍ମକର୍ତ୍ତା ଓ ନେତାମାନଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ । ରାଜ୍ୟର ମହିଳାମାନଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ । ସେମାନେ ଏହି ନିର୍ବାଚନରେ ଦଳକୁ ଜିତାଇବା ପାଇଁ ମୁଖ୍ୟ ଭୂମିକା ଦାୟିତ୍ବ ତୁଲାଇଥିଲେ ।

ଅଧିକ ପଢନ୍ତୁ: ଏଥର ଦୋହଲିବ ବିଧାନସଭା !

2019 ସାଧାରଣ ନିର୍ବାଚନରେ ବିପୁଳ ମାତ୍ରା ବିଜେଡ଼ି ବିଜୟ ଲାଭ କରିଛି । ତେବେ ପ୍ରଥମ ଥର ପାଇଁ ବିଜେପୁର ଓ ହିଞ୍ଜିଳିରୁ ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଆସନରୁ ବିଜୟ ଲାଭ କରିଛନ୍ତି ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

Intro:Body:Conclusion:
Last Updated : May 23, 2019, 11:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.