ETV Bharat / state

Naveen@78: ଜନ୍ମ ଦିନରେ କଣ ରହିଛି ନବୀନଙ୍କ ପାଇଁ ରାଜନୈତିକ ଆହ୍ବାନ ? - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦନ

ସରଳ ଜୀବନ ଯାପନ କରୁଥିବା ନବୀନ ତାଙ୍କ ଭାବମୂର୍ତ୍ତୀକୁ ସ୍ବଚ୍ଛ ରଖିବାରେ ସଫଳ ହୋଇଛନ୍ତି । କମ କହୁଥିବା ନବୀନ ଜଣେ ଦେଶର ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀ ଭାବେ ସାରା ଦେଶରେ ପରିଚିତ । ଗତ କିଛି ବର୍ଷ ଧରି ଓଡିଶା ବିଭିନ୍ନ ପ୍ରାକୃତିକ ବପିର୍ଯ୍ୟୟର ସମ୍ମୁଖିନ ହୋଇଥିବାରୁ ନିଜ ଜନ୍ମ ଦିନ ପାଳନ କରିଥିନଥିଲେ ଏହି ଅପରାଜେୟ ରାଜନେତା । ହେଲେ କିଛି ଦିନ ତଳେ ନିଜର ଏକମାତ୍ର ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗକୁ ନେଇ ଦୁଃଖିତ ନବୀନ ଚଳିତ ଜନ୍ମଦିନକୁ ମଧ୍ୟ ପାଳନ କରୁନାହାଁନ୍ତି । ତଥାପି ତାଙ୍କର ସମର୍ଥକ ଶୁଭେଚ୍ଛୁ ମାନେ ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି । ତେବେ 78 ବର୍ଷରେ ପଦାର୍ପଣ କରିଥିବା ନବୀନ କଣ ପୁଣି ଥରେ ନିର୍ବାଚନ ଜିତି ଷଷ୍ଠ ଥର ପାଇଁକ୍ଷମତାକୁ ଆସିବେ କି? ଅଧିକ ପଢନ୍ତୁ

Naveen@78: ଜନ୍ମ ଦିନରେ କଣ  ରହିଛି  ନବୀନଙ୍କ ପାଇଁ ରାଜନୈତିକ ଆହ୍ବାନ?

author img

By ETV Bharat Odisha Team

Published : Oct 16, 2023, 4:51 PM IST

Updated : Oct 16, 2023, 5:14 PM IST

ନବୀନଙ୍କ ପାଇଁ ରାଜନୈତିକ ଆହ୍ବାନ

ଭୁବନେଶ୍ବର: ଅପ୍ରତିଦ୍ବନ୍ଦ୍ବୀ, ଅପରାଜେୟ ରାଜନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି 78 ବର୍ଷରେ ପଦାର୍ପଣ କରିଛନ୍ତି ଏହି ଜନନାୟକ । ପ୍ରାୟ 26 ବର୍ଷରୁ ଅଧିକ ସମୟ ଧରି ଜନସେବାରେ ଥିବା ନବୀନ ଜଣେ ସଫଳ ପ୍ରଶାସକ ତାହା ବାରମ୍ବାର ପ୍ରମାଣିତ କରିଛନ୍ତି । ଏହାସହ ଜନସେବାରେ ଏକାଧିକ ରେକର୍ଡ ସ୍ଥାପନ କରିଛନ୍ତି । ଜଣେ ସରଳ ଜୀବନ ଯାପନ କରୁଥିବା ନବୀନ ତାଙ୍କ ଭାବମୂର୍ତ୍ତୀକୁ ସ୍ବଚ୍ଛ ରଖିବାରେ ସଫଳ ହୋଇଛନ୍ତି । କମ କହୁଥିବା ନବୀନ ଜଣେ ଦେଶର ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀ ଭାବେ ସାରା ଦେଶରେ ପରିଚିତ । ଗତ କିଛି ବର୍ଷ ଧରି ଓଡିଶା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବାରୁ ନିଜ ଜନ୍ମ ଦିନ ପାଳନ କରିନଥିଲେ ଏହି ଅପରାଜେୟ ରାଜନେତା । ହେଲେ କିଛି ଦିନ ତଳେ ନିଜର ଏକମାତ୍ର ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗକୁ ନେଇ ଦୁଃଖିତ ନବୀନ ଚଳିତ ଜନ୍ମଦିନକୁ ମଧ୍ୟ ପାଳନ କରୁନାହାଁନ୍ତି । ତଥାପି ତାଙ୍କର ସମର୍ଥକ ଶୁଭେଚ୍ଛୁ ମାନେ ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି ।

ତେବେ 78 ବର୍ଷରେ ପଦାର୍ପଣ କରିଥିବା ନବୀନ କଣ ପୁଣି ଥରେ ନିର୍ବାଚନ ଜିତି ଷଷ୍ଠ ଥର ପାଇଁ କ୍ଷମତାକୁ ଆସିବେ କି ? ବୟସାଧିକ ବାଧକକୁ ଅତିକ୍ରମ କରି ନିଜ ରାଜନୈତିକ ଯାତ୍ରାକୁ ଜାରି ରଖିପାରିବେ କି ? 2024 ନିର୍ବାଚନରେ ପୁଣି ଥରେ ଦଳକୁ ଅପରାଜୟେ ରଖି ପାରିବେ କି ? ଏଭଳି ଅନେକ ପ୍ରଶ୍ନ ଏବେ ଉଠୁଥିବା ବେଳେ ଏନେଇ ରାଜନୈତିକ ସମୀକ୍ଷକ ମାନେ ଭିନ୍ନ ଭିନ୍ନ ମତ ଆକଳନ କରୁଛନ୍ତି ।

ଅଧିକ ପଢନ୍ତୁ- ଅଦ୍ବିତୀୟ ଅପରାଜେୟ ନବୀନ, 78 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ

ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ ‘‘କହିଛନ୍ତି କୌଣସି ସରକାର ଲମ୍ବା ସମୟ ଧରି କ୍ଷମତାରେ ରହିଲେ ସରକାର ବିରୋଧୀ ଫ୍ୟାକଟର କାମ କରେ । ନବୀନଙ୍କ କ୍ଷେତ୍ରରେ ମଧ୍ୟ ସେୟା ହେବାକୁ ଯାଉଛି । କିନ୍ତୁ ନବୀନଙ୍କ ବଡ ଉପଲବ୍ଧି ହେଲା ତାଙ୍କ ଶାସନ କାଳରେ ସେ ନିଜ ସମକକ୍ଷ ନେତା ତିଆରି କରିନାହାନ୍ତି କିମ୍ବା ରାଜ୍ୟରେ ଆଉ ଜଣେ ନେତା ତିଆରି ହୋଇନାହିଁ ଯିଏ ନବୀନଙ୍କ ସ୍ଥାନ ନେଇପାରିବ । ବଡ କଥା ହେଲା ବିଜେଡିର ନ୍ୟାରେଟିଭକୁ ଟକ୍କର ଦେଲା ଭଳିଆ ବିଜେପିର ନ୍ୟାରେଟିଭ ନାହିଁ । କଂଗ୍ରେସର ଜାତୀୟ ନ୍ୟାରେଟିଭ ରହିଛି । କିନ୍ତୁ ରାଜ୍ୟରେ କଂଗ୍ରେସ ନେତୃତ୍ବ ସେହି ନ୍ୟାରେଟିଭକୁ କାର୍ଯ୍ୟରେ ଲଗାଇବାରେ ବିଫଳ ହୋଇଛନ୍ତି । ତେଣୁ ସରକାର ବିରୋଧୀ ଫ୍ୟାକ୍ଟର କାମ କରିବା ସତ୍ତ୍ବେ ନବୀନଙ୍କ ପାଇଁ ବଡ ଆହ୍ବାନ ହେଲା ପୁଣି ଥରେ କ୍ଷମତାକୁ ଆସି ରେକର୍ଡ ସୃଷ୍ଟି କରିବା ।’’

ସେହିଭଳି ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ‘‘ନବୀନଙ୍କ ପାଇଁ ବଡ ଆହ୍ବାନ ହେଲା ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି । ସେ ବାଲେଶ୍ବରର ଉଦାହରଣ ଦେଇଛନ୍ତି । ଟିକେଟ ଆଶାୟୀଙ୍କ ସଂଖ୍ୟା ବଢିଛି । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଦଳ ଭିତରର ଅଡୁଆ ତୁଟାଇବା ନବୀନଙ୍କ ପାଇଁ ବଡ ଆହ୍ବାନ ହେବ । ଖାଲି ସେତିକି ନୁହେଁ, ରାଜ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ନବୀନଙ୍କୁ ହଟାଇବା ପାଇଁ ଦିଲ୍ଲୀ ଦରବାରରେ ଦାବି ଉପସ୍ଥାପନ କରୁଥିବା ବେଳେ କେନ୍ଦ୍ର ନେତୃତ୍ବ ଏହା ଚାହୁଁନାହିଁ ।’’

ତେଣୁ 2024 ପାଇଁ ରାଜ୍ୟ ବିଜେପି ସୁପ୍ତ ଅବସ୍ଥାରେ ରହିଛି । ବିଜେପିର ନା ମିଶନ ଅଛି ନା ମୋସନ ରହିଛି । ବିଜେପି ଭିତରେ ଆଭିମୁଖ୍ୟକୁ ନେଇ ରାଜ୍ୟ ନେତା ଓ କେନ୍ଦ୍ର ନେତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ପରି ମନେହେଉଛି । ଏପରି ସ୍ଥିତିରେ କଂଗ୍ରେସ କିନ୍ତୁ ବଳ ଗୋଟାଉଛି । ବିଶେଷ କରି ଦକ୍ଷିଣ ଓଢିଶାରେ କଂଗ୍ରେସ ପାଓ୍ବାର ସୋ କରିଛି । ରାୟଗଡା, ଗଜପତି, ସୁନ୍ଦରଗଡରେ କଂଗ୍ରେସ ତୃଣମୂଳ ସ୍ତରରେ ସଂଗଠନକୁ ସଜାଡିବା ସହିତ ସ୍ଥିତିକୁ ମଜବୁତ କରିଛି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ । ପୁରୀରେ ମଧ୍ୟ ବିଶାଳ ସମାବେଶ କରିବାକୁ ଯାଉଛି । ବିଜେପି ଆଡୁ ନବୀନଙ୍କୁ କୌଣସି ଥ୍ରେଟ ନଥିଲେ ମଧ୍ୟ କଂଗ୍ରେସ ଆଡୁ ରହିଛି । ପୁଣି ଦଳ ଭିତରେ ଏକାଧିକ ଆଶାୟୀ । 1995ରେ ବିଜୁ ପଟ୍ଟନାୟକଙ୍କ ସହିତ ଯାହା ଘଟିଥିଲା ଏବେ 2024ରେ ନବୀନଙ୍କ ସହ ମଧ୍ୟ ସେୟା ଘଟିପାରେ । କିନ୍ତୁ ନବୀନ ବିଜୁ ବାବୁଙ୍କ ଠାରୁ ମଧ୍ୟ ବିଚକ୍ଷଣ ନେତା । ସେ ଏହାକୁ କିପରି ଅତିକ୍ରମ କରି ନିର୍ବାଚନ ଜିତୁଛନ୍ତି ତାହା ବଡ କଥା।

ଅଧିକ ପଢନ୍ତୁ- CM Naveen Patnaik B'Day: ଏ ବର୍ଷ ଜନ୍ମଦିନ ପାଳିବେନି ନବୀନ

ଏହାବି ଭିତରେ ନବୀନଙ୍କ ଭୋଟ ବ୍ୟାଙ୍କକୁ କରାୟତ କରିବା ପାଇଁ ଗ୍ରାଉଣ୍ଡ ଓ୍ବାର୍କ ଶେଷ କରିଛନ୍ତି । ଦଳ ସଂଗଠନକୁ ସୃଦୃଢ କରିଥିବା ବେଳେ ମୋ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଟଙ୍କା ଦେଇ ନିଜର ଭୋଟ ବ୍ୟାଙ୍କକୁ ଅକ୍ତିଆର କରିନେଇଛି ବିଜେଡି । ପ୍ରତିଦିନ ଏକାଧିକ ଯୋଜନା ଘୋଷଣା କରିଚାଲିଛି ବିଜେଡି ସରକାର । ଦଳ ପାଇଁ ଗୋଟିଏ କାଳ ହେଲା ବିଜେଡି ଭିତରେ ଥିବା ଆଶାୟୀ । ଯଦି ନବୀନ ଏମାନଙ୍କୁ ନିୟନ୍ତ୍ରଣ କରି ନିଅନ୍ତି ତେବେ ବିରୋଧୀଙ୍କ ଗୋଟିଚାଳନା ଏତେଟା କାମ ଦେବନି । ବଡ ପ୍ରଶ୍ନ ହେଲା ଦଳ ଭିତରେ ଥିବା ବିରୋଧୀଙ୍କୁ କେମିତି ନିୟନ୍ତ୍ରଣ କରିବେ ନବୀନ । ଯାହାକି 2024 ନିର୍ବାଚନରେ ନବୀନଙ୍କ ପାଇଁ ସବୁଠୁ ବଡ ଆହ୍ବାନ ହୋଇ ଉଭା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2023, 5:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.