ETV Bharat / state

ଜନତା ଦଳ ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ ନବୀନ ଓ ନୀତିଶ: କେସି ତ୍ୟାଗୀ - ଜେଡିୟୁ ଜାତୀୟ ସାଧାରଣ ସମ୍ପାଦକ କେସି ତ୍ୟାଗୀ

ଦେଶରେ ସାମାଜିକ ନ୍ୟାୟ ଆନ୍ଦୋଳନର ନେତୃତ୍ୱ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଅନ୍ତୁ ବୋଲି କହିଛନ୍ତି ଜେଡିୟୁ । ଅଧିକ ପଢ଼ନ୍ତୁ

ଦେଶରେ ଜନତା ଦଳକୁ ଏକାଠି କରିବାକୁ ପ୍ରୟାସ, ନବୀନ ଓ ନୀତିଶ ନେତୃତ୍ବ ନିଅନ୍ତୁ କହିଲେ କେସି ତ୍ୟାଗୀ

author img

By

Published : Dec 5, 2022, 11:01 PM IST

ଭୁବନେଶ୍ବର: ଦେଶରେ ସାମାଜିକ ନ୍ୟାୟ ଆନ୍ଦୋଳନର ନେତୃତ୍ବ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଅନ୍ତୁ ବୋଲି କହିଛନ୍ତି ଜେଡିୟୁ ଜାତୀୟ ସାଧାରଣ ସମ୍ପାଦକ କେସି ତ୍ୟାଗୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ବିଜୁ ପଟ୍ଟନାୟକଙ୍କ ପରି ସ୍ପଷ୍ଟ ଆଭିମୁଖ୍ୟ ରଖି ସମଦୂରତା ନୀତି ଛାଡି ବିହାର ପରି ଓଡିଶା ସରକାର ଜାତିଭିତ୍ତିକ ଜନଗଣନା କରନ୍ତୁ ବୋଲି ଉଭୟ ମତ ରଖିଛନ୍ତି ।

ମୋଦି ସରକାର ବିରୋଧରେ କଡ଼ା ମୁକାବିଲା ପାଇଁ ସାରା ଦେଶରେ ଆରମ୍ଭ ହୋଇଛି ଜନତା ଦଳ ପରିବାରକୁ ଏକଜୁଟ କରିବା ପ୍ରକ୍ରିୟା । ଏନଡିଏରୁ ନିଜକୁ ଅଲଗା କରି ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର । ମୂଳ ଜନତା ବା ସାମାଜିକ ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ଦଳକୁ ଏକଜୁଟ କରିବା ଲାଗି ଅଣ୍ଟା ଭିଡିଛନ୍ତି ନୀତିଶ । ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଓ ଦଳର ନେତୃତ୍ବ ସହ ଆଲୋଚନା କରିବା ନେଇ ବିଶ୍ବସ୍ତ ସହଯୋଗୀଙ୍କୁ ଦାୟିତ୍ବ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ବାବା ସାହେବ ଆମ୍ବେଦକର ଜୟନ୍ତୀ ଅବସରରେ ସାମାଜିକ ନ୍ୟାୟ ଆନ୍ଦୋଳନ ବ୍ୟାନରରେ ଏକଜୁଟ ହେବେ ଏକାଧିକ ଦଳ । ଏହି କାର୍ଯ୍ୟକ୍ରମରେ ବିଜେଡିକୁ ସାମିଲ ହେବାକୁ ମଧ୍ୟ ଆହ୍ବାନ ଦିଆଯାଇଛି ।

ଦେଶରେ ଜନତା ଦଳକୁ ଏକାଠି କରିବାକୁ ପ୍ରୟାସ, ନବୀନ ଓ ନୀତିଶ ନେତୃତ୍ବ ନିଅନ୍ତୁ କହିଲେ କେସି ତ୍ୟାଗୀ

ଏନେଇ ଜେଡିୟୁର ଜାତୀୟ ସାଧାରଣ ସମ୍ପାଦକ କେସି ତ୍ୟାଗୀ କହିଛନ୍ତି, "ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୌନ ବ୍ରତ ଭାଙ୍ଗନ୍ତୁ । ନବୀନ ବାବୁ ସମଦୂରତା ଛାଡିବାର ଏବେ ସମୟ ଆସିଛି । ତାଙ୍କ ବାପା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସଦାସର୍ବଦା ସ୍ପଷ୍ଟ ଆଭିମୁଖ୍ୟ ରଖୁଥିଲେ । ସେହିଭଳି ନବୀନ ବାବୁ ଦେଶର ରାଜନୀତିରେ ଏପଟେ ନହେଲେ ସେପଟେ ରୁହନ୍ତୁ । ମଝିରେ ରହିଲେ ଦୁର୍ଘଟଣାରେ ସମ୍ଭାବନା ରହିଛି । ବିହାର, ଝାଡାଖଣ୍ଡ, ଓଡିଶା ଓ ଉତ୍ତର ପ୍ରଦେଶ ରାଜ୍ୟ ଚାହିଁଲେ ଭାରତ ବର୍ଷର ରାଜନୀତିରେ ପରିବର୍ତ୍ତନ ହୋଇପାରିବ । ନୀତିଶ ଜନତା ପରିବାରକୁ ଏକାଠି କରିବା ପାଇଁ ଚାଁହୁଛନ୍ତି ।" ତେଣୁ ନବୀନ ଏନେଇ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି ।

ତେବେ ବିହାର ପରି ଓଡ଼ିଶା ସରକାର ତୁରନ୍ତ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିବାକୁ ସେ ଦାବି କରିଛନ୍ତି । ଗତ କିଛି ବର୍ଷରେ ଓଡ଼ିଶା ବହୁ କ୍ଷେତ୍ରରେ ଆଗକୁ ଯାଇଛି । ତଥାପି ଦେଶରେ ପଛୁଆ ହୋଇ ଅଛି । ଓଡିଶା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ହକଦାର । ଓଡ଼ିଶା, ବିହାର, ଝାରଖଣ୍ଡ ପରି ପଛୁଆ ରାଜ୍ୟ ଲାଗି ସ୍ବତନ୍ତ୍ର ଯୋଜନା ଆବଶ୍ୟକ ରହିଛି । ସ୍ବାଧୀନତା ସଂଗ୍ରାମ ଓ ସ୍ଵାଧୀନ ଭାରତର ଅନ୍ୟତମ ବିନ୍ଧାଣି ଥିଲେ ବିଜୁ ପଟ୍ଟନାୟକ । କେନ୍ଦ୍ର ନେତୃତ୍ବାଧୀନ ୟୁପିଏ ଓ ଏନଡିଏ ବିଜୁ ବାବୁଙ୍କ ପ୍ରତି ଅବହେଳା କରିଛନ୍ତି । ସେ ପୂର୍ବ ଭାରତ ତଥା ଦେଶର ଜଣେ ବଡ଼ ନେତା ଥିବାରୁ ତାଙ୍କୁ ଭାରତ ରତ୍ନ ମିଳିବାର ମିଳିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେସି ତ୍ୟାଗୀ ।

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, "ବିହାର ସହ ଅନ୍ୟ ରାଜ୍ୟମାନେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିଦେଲେଣି । ହେଲେ ୨୦୨୦ରୁ ଏହା ସପକ୍ଷରେ ମତ ରଖି ନବୀନ ଏ ପର୍ଯ୍ୟନ୍ତ କାହିଁକି ଜାତିଭିତ୍ତିକ ଜନଗଣନା କରୁନାହାନ୍ତି । କେବଳ କମିଶନ ଗଠନ କରିଦେଲେ ଗଣନା ହେବ ନାହିଁ । ଏନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ ହେବା ଦରକାର । ୧୯୨୧ରେ ଓଡ଼ିଶାରୁ ଫେରି ବମ୍ବେରେ ମହାତ୍ମା ଗାନ୍ଧୀ କହିଥିଲେ, ଗରିବ କଣ ଜାଣିବାର ଅଛି ତାହାଲେ ଓଡ଼ିଶାକୁ ଯାଅ । ତାର ୧୦୦ ବର୍ଷ ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ ରିପୋର୍ଟ ଦେଇଥିଲେ, ଭାରତର ୧ ନମ୍ବର ଗରିବ ରାଜ୍ୟ ହେଉଛି ଓଡ଼ିଶା ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶହେ ବର୍ଷ ପୂର୍ବରୁ ରାଜ୍ୟର ଯେଉଁ ଅବସ୍ଥା ଥିଲା, ଏବେ ତାହା ଆହୁରି ଖରାପ ହୋଇଛି । ବିଶେଷ କରି ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ନବୀନ ବାବୁ ଯେତେ ମେକ ଇନ ଓଡିଶା କଲେ ତାହା ଲୁଟ ଇନ ଓଡିଶାରେ ପରିଣତ ହେବ । ନବୀନ ବାବୁ ଜନତା ଦଳର ଇତିହାସ ଦେଖନ୍ତୁ । ମଣ୍ଡଳ କମିଶନ ରେକମେଣ୍ଡସନକୁ ତୁରନ୍ତ ଲାଗୁ କରିବାକୁ ସେ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.