ଭୁବନେଶ୍ବର: ରାଜ୍ୟରେ ଆଳୁ ମିଶନକୁ ନେଇ ନବ ନିର୍ମାଣ କୃଷକ ସଂଘ ଅସନ୍ତୋଷ ପ୍ରକାଶ କରିଛି । କାରଣ ଓଡ଼ିଶାରେ ଲୋକଙ୍କ ଚାହିଦା ଅନୁଯାୟୀ ହୋଇପାରୁନାହିଁ ଆଳୁ ଉତ୍ପାଦନ । ଖାଲି ସେତିକି ନୁହେଁ ପଡୋଶୀ ପଶ୍ଚିମବଙ୍ଗ ସହିତ ତିକ୍ତତା ଯୋଗୁ ଆଳୁ ଯୋଗାଣ ବନ୍ଦ ହେଉଛି । ଏହାକୁ ନେଇ ଆଳୁ ଉତ୍ପାଦନରେ ଓଡିଶା ସ୍ବାବଲମ୍ବୀ ହେବା ବଦଳରେ ଆଳୁ ଯୋଗାଣରେ ଫେଲ ମାରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ । ତେବେ ଆଳୁ ଉତ୍ପାଦରେ ସ୍ବାବଲମ୍ବୀ ପାଇଁ ରାଜ୍ୟରେ ଆଳୁ ମିଶନ କାର୍ଯ୍ୟକାରୀ ହେଉଛି । ହେଲେ ସରକାରୀ ଅଫିସରଙ୍କ ଇଚ୍ଛା ଶକ୍ତିର ଅଭାବ ଓ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ପାଇଁ ରାଜ୍ୟରେ ଏହା ବି ଫେଲ ମାରିଛି ।
ସବୁଠାରୁ ବଡ କଥା ହେଉଛି ଆଳୁର ଉତ୍ପାଦ ପାଇଁ ଚାଷୀଙ୍କୁ ସଠିକ ସମୟରେ ଆଳୁ ବିହନ ମିଳିନାହିଁ । ରାଜ୍ୟ ସରକାର ଚାଷୀଙ୍କୁ ସଠିକ ସମୟରେ ଆଳୁ ବିହନ ଯୋଗାଇବାକୁ ଅସମର୍ଥ ରହିଛନ୍ତି । ଏଥିପାଇଁ ଯେ ବିଭାଗର କିଛି ଅଧିକାରୀ କମିଶନ ନାଁରେ ରାଜ୍ୟରେ ଆଳୁ ମିଶନରେ ଆଳୁ ବିହନ ଯୋଗାଣ ପାଇଁ ଜାଲିଆତି ସଂସ୍ଥାକୁ ଟେଣ୍ଡରକୁ ଅଗ୍ରାହ୍ୟ କରୁଛନ୍ତି । କେବଳ ସ୍ଥାନୀୟ ନୁହେଁ ବରଂ ଜାତୀୟ ସ୍ତରୀୟ ସଂସ୍ଥା ଯେପରିକି ଧୀରଜ ସଂସ୍ଥାକୁ ଦେଇଛନ୍ତି । କିନ୍ତୁ ଏହା ଏକ ନିୟମ ଖିଲାପକାରୀ ବା ଜାଲିଆତି ସଂସ୍ଥା ବୋଲି ପଞ୍ଜାବ ବିହନ ନିଗମ କହିଛି । କିନ୍ତୁ ଧୀରଜ ପରି ସଂସ୍ଥା ଯାହା ସଠିକ ସମୟରେ ଆଳୁ ମଞ୍ଜି ଯୋଗାଣ କରିପାରିନାହିଁ ସେହି ସଂସ୍ଥାକୁ ପୁଣି ଦାୟିତ୍ବ ମିଳିଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ରାଜ୍ୟରେ ଆଳୁ ମିଶନ ଗୋଲ ହେଇଛି ବୋଲି କହିଛି ସଂଗଠନ । ଅନ୍ୟପଟେ ଖାଲି ଆଳୁ ନୁହେଁ ମିଲେଟ ମିଶନରେ ବି ଫେଲ ମାରିଛି । ତେଣୁ ଟେଣ୍ଡର ସ୍ବଚ୍ଛତା ଉପରେ ସରକାର ତଦନ୍ତ କରନ୍ତୁ ବୋଲି ଦାବି ହୋଇଛି । କୃଷକଙ୍କ ସ୍ବାର୍ଥରେ ବା ରାଜ୍ୟରେ ଆଳୁ ମିଶନର ସଠିକ ରୂପାୟନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ।
ଇଟିଭି ଭାରତ, ଭୁବନେଶ୍ବର