ETV Bharat / state

ରାଜ୍ୟରେ ବଢୁଛି ବେକାରୀ ସମସ୍ୟା, ଛାତ୍ର କଂଗ୍ରେସର ନିଯୁକ୍ତି କ୍ରାନ୍ତି ବିକ୍ଷୋଭ

ଛାତ୍ର କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟରେ ବେରୋଜଗାରୀ ଏକ ଉତ୍କଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ହେଲେ ରାଜ୍ୟ ସରକାର ଏହାର ସମାଧାନ ଡିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ। ଅଧିକ ପଢନ୍ତୁ

ରାଜ୍ୟରେ ବଢୁଛି ବେକାରୀ ସମସ୍ୟା, ଛାତ୍ର କଂଗ୍ରେସ ପକ୍ଷରୁ ନିଯୁକ୍ତି କ୍ରାନ୍ତି ବିକ୍ଷୋଭ

author img

By ETV Bharat Odisha Team

Published : Nov 28, 2023, 10:46 PM IST

ଭୁବନେଶ୍ବର: ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ବେରୋଜଗାରୀକୁ ନେଇ ଛାତ୍ର କଂଗ୍ରେସର ବିକ୍ଷୋଭ । ଓଡ଼ିଶାର ବେକାରୀ ଯୁବକ ଯୁବତୀଙ୍କ କର୍ମ ସଂସ୍ଥାନ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ନିଯୁକ୍ତି କ୍ରାନ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସମସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ରାଜ୍ୟରେ ବେରୋଜଗାରୀ ଏକ ଉତ୍କଟ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ହେଲେ ରାଜ୍ୟ ସରକାର ଏହାର ସମାଧାନ ଡିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ । ଭୁବନେଶ୍ବର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ୫ ଦଫା ଦାବି ନେଇ ଆଜି ଭୁବନେଶ୍ବର ସ୍ଥିତ ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ‘ନିଯୁକ୍ତି କ୍ରାନ୍ତି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଛାତ୍ର କଂଗ୍ରେସର ଶତାଧିକ ଛାତ୍ରଛାତ୍ରୀ ଏଡିଏମ୍‌ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ଶିକ୍ଷିତ ଯୁବବର୍ଗଙ୍କ ପାଇଁ ରାଜ୍ୟରେ କର୍ମ ସଂସ୍ଥାନ ନଥିବାରୁ ସେମାନେ ବାହାରକୁ ଚାଲି ଯାଉଛନ୍ତି। ରାଜ୍ୟ ସରକାର ବିଧାନସଭାରେ ତଥ୍ୟ ରଖିଛନ୍ତି ରାଜ୍ୟରେ 2 ଲକ୍ଷ 26 ହଜାର ପଦବୀ ଖାଲି ପଡ଼ିଥିବାବେଳେ, 9 ଲକ୍ଷ ଯୁବକଯୁବତୀ ପଞ୍ଜିକୃତ କରି କାମ ଅନ୍ବେଷଣରେ ବିଭିନ୍ନ ସ୍ଥାନ ଘୁରି ବୁଲୁଛନ୍ତି। ବାହାର ଠିକାଦାର ଙ୍କୁ କାହିଁକି ଏତେ ଅଗ୍ରାଧିକାର ଦିଆଯାଉଛି। ଯୋଉଠିକି ଓଡ଼ିଆ ଠିକାଦାର ମାନେ କାମ ନପାଇ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ବୋଲି ସଂଗଠନ ପ୍ରଶ୍ନ କରିଛି ।

ଅଧିକ ପଢନ୍ତୁ- ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ କେବଳ ନିର୍ବାଚନୀ ଥୋପ: କଂଗ୍ରେସ

ସଂଗଠନ ଅଭିଯୋଗ କରି କହିଛି ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଆଜି ଓଡ଼ିଶାରେ ବେକାରୀ ସମସ୍ୟା ହୁ ହୁ ହୋଇ ବଢିଚାଲିଛି। ସରକାର କହିଥିଲେ ପ୍ରତିବର୍ଷ 2 ଲକ୍ଷ ଚାକିରି ଦେବେ । ହେଲେ 24 ବର୍ଷ ହେବ ବେକାରୀ ସମସ୍ୟା ଯେଉଁଭଳି ବୃଦ୍ଧି ପାଉଛି ଯୁବବର୍ଗ ଆଜି ହତାଶ। ରାଜ୍ୟରେ ଖାଲି ପଡ଼ିଥିବା 2 ଲକ୍ଷ 26 ହଜାର ସରକାରୀ ପଦବୀକୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପୂରଣ କରନ୍ତୁ ସରକାର । ସମସ୍ତ ଘରୋଇ ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ 80 ପ୍ରତିଶତ ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦିଆଯାଉ । ସରକାରୀ ଚାକିରିରେ ଚୁକ୍ତିଭିତ୍ତିକ ଓ ଠିକା ନିଯୁକ୍ତି ବାତିଲ କରାଯାଉ । ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଓଡ଼ିଶାରେ କର୍ମ ସଂସ୍ଥାନକୁ ଅଗ୍ରାଧିକାର ଦିଅନ୍ତୁ ରାଜ୍ୟ ସରକାର। ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରାଯାଉ । ବେକାରୀ ଭତ୍ତା 5000 ଟଙ୍କା ପ୍ରଦାନ କରାଯାଉ । ଏହି ସବୁ ଦାବି ନେଇ ଛାତ୍ର କଂଗ୍ରେସ ଆଜି ସାରା ରାଜ୍ୟରେ ଜିଲାପାଳ ମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.