ETV Bharat / state

ଏପ୍ରିଲ ୨୦ରୁ ମେଗା ସ୍କିଲ୍ କନକ୍ଲେଭ, ଛାତ୍ରୀମାନଙ୍କୁ ମିଳିବ ନିଯୁକ୍ତି ସୁଯୋଗ - ଛାତ୍ରୀମାନଙ୍କୁ ମିଳିବ ନିଯୁକ୍ତିର ସୁଯୋଗ

ଆରମ୍ଭ ହେଲା ଜାତୀୟ ସ୍ତରୀୟ ଆଇଟିଆଇ ଫେଷ୍ଟ ଓ ପଲିଫାଷ୍ଟ ସ୍କିଲ କାର୍ଯ୍ୟକ୍ରମ। ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ଜିଲ୍ଲାର ପ୍ରାୟ 1500 ଛାତ୍ରଛାତ୍ରୀ କରିଛନ୍ତି ଯୋଗଦାନ l ଲୁକାୟୀତ ପ୍ରତିଭା ସାମ୍ନାକୁ ଆଣିବା କାର୍ଯ୍ୟକ୍ରମ ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

ଛାତ୍ରୀମାନଙ୍କୁ ମିଳିବ ନିଯୁକ୍ତିର ସୁଯୋଗ
ଛାତ୍ରୀମାନଙ୍କୁ ମିଳିବ ନିଯୁକ୍ତିର ସୁଯୋଗ
author img

By

Published : Feb 27, 2023, 9:07 PM IST

ଜାତୀୟ ସ୍ତରୀୟ ଆଇଟିଆଇ ଫେଷ୍ଟ ଓ ପଲିଫାଷ୍ଟ ସ୍କିଲ କାର୍ଯ୍ୟକ୍ରମ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହୋଇଛି ଆଇଟିଆଇ ଏବଂ ପଲି ଫେଷ୍ଟ ୨୦୨୨ । କ୍ରୀଡା ମାଧ୍ୟମରେ ନିଜର ଦକ୍ଷତା ବିକାଶ କରିବା ଏହାର ମୂଳ ଲକ୍ଷ୍ୟ। ଓଡ଼ିଶାର ଯୁବକ ଯୁବତୀଙ୍କ ମଧ୍ୟରେ ଦକ୍ଷତା ସହ ନିଯୁକ୍ତି ମିଳିବା ପାଇଁ ସବୁବେଳେ ପ୍ରୟାସ କରାଯାଉଛି । ଏହି କାର୍ଯ୍ୟକ୍ରମରେ ୨୭ ଫେବୃଆରୀରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ। ଅନ୍ୟପଟେ ରାଜ୍ୟରେ ଆରମ୍ଭ ହେବ ୨ ଦିନିଆ ମେଗା ସ୍କିଲ କନକ୍ଲେଭ। ଏପ୍ରିଲ ୨୦ ଓ ୨୧ ତାରିଖରେ ଏହି କାର୍ଯ୍ୟକ୍ରମ ଚାଲିବ। ଛାତ୍ରଛାତ୍ରୀମାନଙ୍କୁ ମିଳିବ ନିଯୁକ୍ତିର ସୁଯୋଗ ।

ବାହାର ରାଜ୍ୟରୁ ଆସିବେ ବିଭିନ୍ନ କମ୍ପାନୀ। ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ବିଶ୍ଵଦରବାରେ ପ୍ରଥମସ୍ଥାନ ଅଧିକାର କରିବାର ଲକ୍ଷ୍ୟ ରଖିଛି l ଓଡ଼ିଶା ସ୍ପୋର୍ଟସ ହବ ଭାବରେ ପରିଣତ ହୋଇପାରିଛି । ଏସବୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ସ୍କିଲ ଡେଭଲପମେଣ୍ଟ ମାଧ୍ୟମରେ ପିଲାମାନଙ୍କ ଶିକ୍ଷାକୁ ଗୁରୁତ୍ଵ ଦିଆଯାଉଛି ଏଥିସହ ମାନସିକ ଓ ଶାରିରୀକ ଉନ୍ନତି ପାଇଁ ଏହା ଏକ ପ୍ରୟାସ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ।

ତେବେ ଏହି କାର୍ଯ୍ୟକ୍ରମ ରେ ଟେକ୍ନିକାଲ ଏଜୁକେସନ ସହ ସବୁ କ୍ଷେତ୍ରରେ ଆଗକୁ ଛାତ୍ର ଛାତ୍ରୀ ବଢାଇବା ଏହି ପ୍ରୟାସ ହେଉଛି ବୋଲି କହିଛନ୍ତି ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢ଼ୀ। ପୂର୍ବ ୨ ବର୍ଷ କୋଭିଡ ପାଇଁ ଏହି କାର୍ଯ୍ୟକ୍ରମ ହୋଇ ପାରିନଥିଲା। ଚଳିତ ବର୍ଷ ୧୫୦୦ରୁ ଅଧିକ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି। କଟକ, ଭୁବନେଶ୍ବର, ବାଲେଶ୍ୱର, ପୁରୀ, ବ୍ରହ୍ମପୁର ସହରରୁ ଛାତ୍ରଛାତ୍ରୀ ଆଜି ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ରାଜ୍ୟକୁ କ୍ରୀଡା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି।

କିଭଳି ଭାବରେ ବିଶ୍ଵଦରବରରେ ରାଜ୍ୟର ନାମକୁ ବିଶ୍ୱସ୍ତରରେ ପହଞ୍ଚାଇ ଦିଆଯିବ ସେନେଇ କ୍ରୀଡା କୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଏଠାରେ ଆଇଟିଆଇ ପିଲା ମାନେ ଅଛନ୍ତି। ଯେଉଁମାନଙ୍କର ମଧ୍ୟ କ୍ରୀଡା ପ୍ରତି ଆଗ୍ରାହ୍ୟ ନାହିଁ, କିନ୍ତୁ ସମସ୍ତେ ଆଜି ଏକାଠି ହୋଇପାରିଛନ୍ତି। ଏପଟେ ମନ୍ତ୍ରୀ କହିଛନ୍ତି ଯେ, ଆଜିଯେଉଁ କାର୍ଯ୍ୟକ୍ରମ କରାଯାଉଛି ଏଠାରୁ ଅନେକ ଶିକ୍ଷା ନେଇ ଯିବେ ସମସ୍ତ ଛାତ୍ରଛାତ୍ରୀ। ପାଠ ପଢିବା ସମୟରେ ଟେକ୍ନୋଲୋଜି କୁ କିଭଳି ଭାବରେ କାମ ରେ ଲଗାଇବା ଆବଶ୍ୟକ ତାହା ଯୁବ ପିଢ଼ିଙ୍କ ଉପରେ ଆବଶ୍ୟକତା ରହିଛି।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.