ETV Bharat / state

ଜାତୀୟ କୁକୁର ପ୍ରଦର୍ଶନୀ: କୌତୁହଳ ପ୍ରଦର୍ଶନ କରି ମନ ଜିଣିଲେ ଦେଶୀ ଓ ବିଦେଶୀ କୁକୁର - କୁକୁରଙ୍କ ମଧ୍ୟରେ ହୋଇଥିଲା ବିଭିନ୍ନ ପ୍ରତିଯୋଗିତା

୩ ଦିନିଆ ଜାତୀୟ କୁକୁର ପ୍ରଦର୍ଶନୀ ଉତ୍ସବ ଉଦ୍‌ଯାପିତ । ଦେଶୀ ଓ ବିଦେଶୀ କୁକୁରଙ୍କୁ ନେଇ କରାଯାଇଥିଲା ସ୍ବତନ୍ତ୍ର ପ୍ରଦର୍ଶନୀ । ଭାଗ ନେଇଥିଲେ ବିଭିନ୍ନ ରାଜ୍ୟର ବିଭିନ୍ନ ପ୍ରଜାତିର ପ୍ରାୟ ୮୦ରୁ ଅଧିକା କୁକୁର । ଶେଷ ଦିନରେ କୃତି କୁକୁରଙ୍କୁ ପୁରସ୍କୃତ କରାଯାଇଛି । ଅଧିକ ପଢ଼ନ୍ତୁ

ଜାତୀୟ କୁକୁର ପ୍ରଦର୍ଶନୀ: ପ୍ରତିଭା ପଦର୍ଶନ କରି ମନ ଜିଣିଲେ ଦେଶୀ ଓ ବିଦେଶୀ କୁକୁର

author img

By

Published : Dec 11, 2022, 10:20 PM IST

Updated : Dec 11, 2022, 10:37 PM IST

ଜାତୀୟ କୁକୁର ପ୍ରଦର୍ଶନୀ: କୌତୁହଳ ପ୍ରଦର୍ଶନ କରି ମନ ଜିଣିଲେ ଦେଶୀ ଓ ବିଦେଶୀ କୁକୁର

ଭୁବନେଶ୍ବର: ଉଦ୍‌ଯାପିତ ହୋଇଛି ରାଜଧାନୀରେ ଚାଲିଥିବା ୩ ଦିନିଆ ଜାତୀୟ କୁକୁର ପ୍ରଦର୍ଶନୀ । ଏଠାରେ ଦେଶୀ ଓ ବିଦେଶୀ କୁକୁରଙ୍କୁ ନେଇ ସ୍ବତନ୍ତ୍ର ପ୍ରଦର୍ଶନୀ କରାଯାଇଥିଲା । ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟର ବିଭିନ୍ନ ପ୍ରଜାତିର ପ୍ରାୟ ୮୦ରୁ ଅଧିକ କୁକୁର ଭାଗ ନେଇଥିଲେ ।

ମାଲିକଙ୍କ ଇସାରାରେ କଳା ପ୍ରଦର୍ଶନ କରିଥିଲେ କୁକୁର

ଏହି କୁକୁର ପ୍ରଦର୍ଶନୀ ଉତ୍ସବରେ ଓଡ଼ିଶା ସ‌ମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ହିମାଚଳପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ଲକ୍ଷ୍ନୌ ଆଦି ବିଭିନ୍ନ ରାଜ୍ୟ ଓ ସହରରୁ ୮୦ରୁ ଊର୍ଦ୍ଧ୍ବ କୁକୁର ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଦିନ ଅର୍ଥାତ ଶନିବାର ଦେଶୀ ଓ ବିଦେଶୀ କୁକୁରଙ୍କୁ ନେଇ ଓବିଡିଏଣ୍ଟ ଟ୍ରାଏଲ କ୍ରୀଡା ପଦର୍ଶନୀ ହୋଇଥିଲା । ଏଥିରେ ବିଦେଶୀ କୁକୁରଙ୍କ ସହ ଦେଶୀ କୁକୁର ସାମିଲ ହୋଇ ନିଜର କଳା ପଦର୍ଶନ କରିଥିଲେ । ପ୍ରଥମ ଥର ଏହି ପ୍ରତିଯୋଗିତାରେ ଦେଶୀ କୁକୁର ସାମିଲ ହୋଇଥିଲେ ଆଉ ନିଜର କୌତୁହଳ ପ୍ରତିଭାର ପ୍ରଦର୍ଶନୀ ଦେଖାଇଥିଲେ । ଏଥିରେ ପ୍ରଶିକ୍ଷିତ କୁକୁର ମାଲିକଙ୍କ ପାଟିରୁ ସ୍ଲୋ-ୱାକ୍‌ ନିର୍ଦ୍ଦେଶ ଶୁଣିବା ମାତ୍ରେ ମନମତାଣିଆ ଚାଲି ଆରମ୍ଭ କରିଦେଉଥିଲେ । ‘ଷ୍ଟପ୍‌’ ଶୁଣି ଅଟକି ଯାଉଥିଲେ । ଦୁଇ କାନକୁ ଉପରକୁ କରି ପୁଣି ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରି ରହୁଥିଲେ । ଆଉ ଓବିଡିଏଣ୍ଟ ଟ୍ରାଏଲରେ ଆକର୍ଷଣୀୟ ଥିଲା ରୁମାଲ ଖୋଜା ପ୍ରତିଯୋଗିତା । ଯେଉଁଥିରେ ତିନୋଟି କୁକୁର ସେମାଙ୍କର ବିଚକ୍ଷଣ ଦକ୍ଷତା ଦେଖାଇଥିଲେ ।

କୁକୁରଙ୍କ ମଧ୍ୟରେ ହୋଇଥିଲା ବିଭିନ୍ନ ପ୍ରତିଯୋଗିତା

ଏହି ପ୍ରଦର୍ଶନୀରେ ମନ ମୋହିଥିଲା ଲାବ୍ରାଡର ବିଗୁଲ ପ୍ରଜାତିର କୁକୁର । ଏଠାରେ ଧାଡ଼ିକୁ ଧାଡ଼ି ହୋଇ ପାଖାପାଖି ୮୦ କୁକୁର ପ୍ରଶିକ୍ଷଣ ସହ ନିଜ ମାଲିକଙ୍କ ସହ ଠିଆ ହୋଇଥିଲେ । ରଙ୍ଗ, ବର୍ଣ୍ଣ ସବୁ ଏକା ପ୍ରକାରର । ସବୁ ଗୋଟିଏ ପ୍ରଜାତିର । ସେମାନଙ୍କ ମଧ୍ୟରେ ପ୍ରଭେଦ ବାରିବା ଅନ୍ୟ ଲୋକଙ୍କ ପକ୍ଷେ ଭାରି କଷ୍ଟକର ଥିଲା । କିନ୍ତୁ ଏମାନେ ଏହି ପ୍ରତିଯୋଗିତାରେ ଦୌଡ ପ୍ରତିଯୋଗିତା, ଫିଜିକାଲ ଫିଟନେସ, Faith (ବିଶ୍ବାସ) ଭଳି ନୂଆ ନୂଆ କାର୍ଯ୍ୟକ୍ରମରେ ପ୍ରତିଭା ଦେଖାଇଥିଲେ । ଏମାନଙ୍କର ପ୍ରଦର୍ଶନୀକୁ ବା ପ୍ରତିଭାକୁ ପରଖିବା ପାଇଁ ବିଦେଶରୁ ବିଚାରକ ମଧ୍ୟ ଆସିଥିଲେ । ଏହି ଦୌଡ଼ ଟ୍ରାକ୍‌ରେ ବେଶ ଧମାଲ ମଚାଇଥିଲେ ବିଦେଶୀ କୁକୁର । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ମଧ୍ୟ ବେଶ ଜମିଥିଲା । ପ୍ରଥମ ଦିନରେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ ଜର୍ମାନ ସେଫର୍ଡ ।

କୃତି କୁକୁର ପୁରସ୍କୃତ

ୟୁନିଟ ୬ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଏହି ପ୍ରଦର୍ଶନୀ ବେଶ ଧୁମଧାମରେ ଆୟୋଜନ ହୋଇଥିଲା । ଗତ ୨ ବର୍ଷ କୋଭିଡ କଟକଣା ପାଇଁ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା । ଚଳିତ ବର୍ଷ ଏହା ଧୁମଧାମରେ ପାଳନ କରାଯାଇଥିବାବେଳେ ବିଭିନ୍ନ ବର୍ଗର ଲୋକେ ବିଶେଷ ଭାବେ ଛୋଟପିଲା ଓ ସ୍କୁଲର ଛାତ୍ରଛାତ୍ରୀ ଏହି ପ୍ରଦର୍ଶନର ବେଶ ମଜା ଉଠାଇଥିଲେ । ‘ଓଡ଼ିଶା କେନେଲ୍‌ କ୍ଲବ’ ପକ୍ଷରୁ ଆୟୋଜିତ ଏହି ଜାତୀୟ କୁକୁର ପ୍ରଦର୍ଶନୀ‌ କୁକୁରପ୍ରେମୀଙ୍କୁ ଆନନ୍ଦିତ କରିଥିଲା । ସମୟ ବଢ଼ିବା ସହ ଦର୍ଶକଙ୍କ ଗହଳି ଜମିଥିଲା । ଶେଷ ଦିନରେ କୃତି କୁକୁରଙ୍କୁ ପୁରସ୍କୃତ କରାଯାଇଥିଲା । ଏହାକୁ ଦେଖିବାକୁ କେବଳ ରାଜଧାନୀବାସୀ ନୁହେଁ ଓଡିଶା ବାହାରୁ ମଧ୍ୟ ଅନେକ ଲୋକ ରାଜଧାନୀରେ ପହଞ୍ଚିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 11, 2022, 10:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.