ETV Bharat / state

ରାସ୍ତା ନୁହେଁ ମରଣଯନ୍ତା, ଯାତ୍ରୀଙ୍କୁ ଜଗନ୍ନାଥ ଭରଷା

ପୁରୀ- ଭୁବନେଶ୍ବର ଜାତୀୟମାର୍ଗ ଏବେ ପାଲଟିଛି ଯମ ମାର୍ଗ । ବୁଲା ଗୋରୁଙ୍କ ଚରା ଭୂଇଁ ପାଲଟିଛି ରାଜପଥ । ଯାହାକୁ ନେଇ ଯାତ୍ରୀ ହନ୍ତସନ୍ତ ।

author img

By

Published : Jun 23, 2019, 8:16 PM IST

ଫଟୋସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ । ପ୍ରତି ସେକେଣ୍ଡରେ ଏଠି ପାଦେ ପାଦେରେ ବିପଦ । କାରଣ ରାସ୍ତା ପାଲଟିଛି ଗାଇ ଓ ଷଣ୍ଢଙ୍କ ଚରା ଭୂଇଁ । ଗୋଟିଏ କି ଦୁଇଟି ନୁହେଁ ଯେମିତି ରାସ୍ତା ଏକପ୍ରକାର ସାଜିଛି ବୁଲା ଗୋରୁଙ୍କ ଆଶ୍ରୟସ୍ଥଳ । ପ୍ରତି ମୂହୂର୍ତ୍ତରେ ଦୁର୍ଘଟଣା ଘଟିବାର ଆଶଙ୍କାରେ ଯାତ୍ରୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦୁଇ ଚକିଆ ହେଉ ବା ଚାରି ଚକିଆ ଯାନ, ରାସ୍ତା ମଝିରେ ଘାସ ଓ ଗଛ ଯୋଗୁଁ ବୁଲା ଗୋରୁଗାଇଙ୍କ ଜମୁଛି ଭିଡ। ରାତି ହେଉ ବା ଦିନ ହଠାତ ରାସ୍ତା ଭିତରକୁ ପଶିଆସୁଛନ୍ତି ଏମାନେ । ଫଳରେ ଲୋକେ ସାମ୍ନା କରୁଛନ୍ତି ଦୁର୍ଘଟଣାଜନିତ ପରିସ୍ଥିତି । ଅନ୍ୟପକ୍ଷରେ ରାସ୍ତାର ଦୁଇ ପାର୍ଶ୍ବରେ ଜମି ରହୁଛି ଅନେକ ବାଲିଚର । ଫଳରେ ଗାଡି ଚକା ବାରମ୍ବାର ଖସି ଦୁର୍ଘଟଣା ପରିସ୍ଥିତି ଉପୁଜୁଛି ।

ତେବେ ରକ୍ଷଣାବେଖଣ ଦାୟିତ୍ବରେ ଥିବା ଏନଏଚଆଇ କତ୍ତୃପକ୍ଷ ନା ଏଥି ପ୍ରତି ଦୃଷ୍ଟି ଦେଉଛନ୍ତି ନା ସେମାନଙ୍କର ଏଥିପ୍ରତି ପଡୁଛି ନଜର । ଫଳରେ ଲୋକ ଭୋଗୁଛନ୍ତି ନାହିଁ ନଥିବା ସମସ୍ଯା । ଏଭଳିସ୍ଥିତିରେ ଆଗକୁ ଆସୁଛି ରଥ ଯାତ୍ରା । ଲୋକଙ୍କ ଯିବା ଆସିବା ଓ ଗହଳିକୁ ଦୃଷ୍ଟିରେ ରଖି ଦୁର୍ଘଟଣ କୁ ସାମ୍ନା କରିବା ଏକମାତ୍ର ଯାତ୍ରୀଙ୍କ ପାଇଁ ଭରଷା ସାଜିଛନ୍ତି ଜଗନ୍ନାଥ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାସ୍ତା ନୁହେଁ ମରଣଯନ୍ତା,କେବଳ ଜଗନ୍ନାଥ ଭରଷା
Body:ପୁରି ଭୁବନେଶ୍ବର ଜାତିୟ ରାଜପଥ।ପ୍ରତି ସେକେଣ୍ଡରେ ଏଠି ପାଦେ ପାଦେରେ ବିପଦ।କାରଣ ରାସ୍ତା ଉପରେ ବିଚରଣ ଗାଇ ଓ ଷଣ୍ଢ।ଗୋଟିଏ କି ଦୁଇଟି ନୁହେଁ ରାସ୍ତା ସାରା ଗୋରୁ ଗାଇଙ୍କ ଭିଡ।ଟିକିଏ ନଜର ହଠିଲେ ହୋଇପାରନ୍ତି ଦୁର୍ଘଟଣାର ଶିକାର।ତା ସହିତ ରାସ୍ତାର ଦୁଇପାର୍ଶରେ ବାଲି ଚର।ଏଠି ଯିବା ଆସିବା କରିବା ମୁସ୍କିଲ
ଦୁଇ ଚକିଆ ହେଉ ବା ଚାରି ଚକିଆ ଯାନ। ରାସ୍ତା ମଝିରେ ଘାସ ଓ ଗଛ ଯୋଗୁଁ ବୁଲା ଗୋରୁଗାଇ ଜମୁଛି ଭିଡ। ରାତି ହେଉ ବା ଦିନ ହଟାତ ରାସ୍ତା ଭିତରକୁ ପଶିଆସୁଛନ୍ତି ଗୋରୁଗାଇ। ଫଳରେ ଲୋକେ ସାମ୍ନାକରୁଛନ୍ତି ଦୁର୍ଘଟଣାର ପରିସ୍ଥିତି। ଏପରିକି ରାସ୍ତାର ଦୁଇ ପାର୍ଶରେ ଜମି ରହୁଛି ଅନେକ ବାଲି ଚର ଫଳରେ ଗାଡି ଚକା ସ୍ଲିପ କରିବା ଭଳି ପରିସ୍ଥିତି ଉପୁଜୁଛି। ତେବେ ରକ୍ଷଣାବେଖଣ ଦାୟିତ୍ବରେ ଥିବା ଏନଏଚଆଇ କତୃପକ୍ଷ ନା ଏଥି ପ୍ରତି ଦେଉଛନ୍ତି ଦୃଷ୍ଟି ନା ପଡୁଛି ନଜର। ଫଳରେ ଲୋକଂକ ଭୋଗୁଛନ୍ତି ନାହି ନଥିବା ସମସ୍ଯା ଘେର। ଏଭଳିସ୍ଥିତିରୁ ଆଗକୁ ରଥ ଯାତ୍ରା । ଲୋକଂକ ଯିବା ଆସିବା ଓ ଗହଳିକୁ ଦୃଷ୍ଟିରେ ରଖି ଦୁର୍ଘଟଣା କୁ ସାମ୍ନା କରିବା ଏକମାତ୍ର ଜଗନ୍ନାଥ ଭରଷା। ତେବେ କେବେ ପଡୁଛି ଏନଏଚଆଇ ଏଥିପ୍ରତି ଦୃଷ୍ଟି ତା ଉପରେ ସମସ୍ତଙ୍କ ନଜର।Conclusion:ବାଇଟ-ରଂଜନ ମହାପାତ୍ର
ପିଟିସି ତାପସ ପରିଡା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.