ETV Bharat / state

କମିଶନରେଟ ପୋଲିସ ପାଇଁ ନମନ, ସେବା ଓ ସୁରକ୍ଷା ପାଇଁ ଶୁଭେଚ୍ଛାର ସମାରୋହ

author img

By

Published : Dec 19, 2022, 12:17 PM IST

Updated : Dec 19, 2022, 1:23 PM IST

କମିଶନରେଟ ପୋଲିସର ଉତ୍ସର୍ଗୀକୃତ ସେବା ପାଇଁ ନମନ କାର୍ଯ୍ୟକ୍ରମ । ନାଚ ଗୀତରେ ଝୁମିଲେ ପୋଲିସ କର୍ମୀ । ଅଧିକ ପଢନ୍ତୁ

naman Program
naman Program
naman Program

ଭୁବନେଶ୍ବର: ପୋଲିସ...ଏହି ନାମ ଶୁଣିଲେ ହିଁ ସମସ୍ତଙ୍କ ମନରେ ଏକ ପ୍ରକାର ଭୟ ଜାତ ହୁଏ । କାହିଁକିନା ଅପରାଧକୁ ରୋକିବା ଓ ଅପରାଧିଖୁ ଶାସ୍ତି ଦେବା ପାଇଁ ସବୁବେଳେ ସଜାଗ ରହିଥାଏ । ଖାଲି ଅପରାଧ ରୋକିବା ନୁହଁ ବରଂ ଜନସାଧାରଣଙ୍କ ସୁରକ୍ଷାରେ ପ୍ରତିଟି ମୁହୂର୍ତ୍ତକୁ ଉତ୍ସର୍ଗ କରିଥାନ୍ତି ପୋଲିସ କର୍ମୀ । ସେ ରାତି ହେଉକି ଦିନ, ପୂଜା ହେଉକି ପର୍ବାଣୀ, ଯାନିଯାତ୍ରା ହେଉ ବା ଅସମୟ ବିପତ୍ତି । ସବୁବେଳେ ସହରବାସୀଙ୍କ ପାଇଁ ସେମାନେ ଉତ୍ସର୍ଗୀକୃତ । ଦାୟିତ୍ବ ହୁଏତ ସେମାନଙ୍କର ହେଲେ ଏହାକୁ ନିଭାଇବା ପାଇଁ ବିନା ଦ୍ବିଧାରେ ସେମାନେ ଆଗଭର । ତାଙ୍କ ଆଗରେ ସହରବାସୀଙ୍କ ସେବା ଓ ସୁରକ୍ଷା ହିଁ ପ୍ରଥମ ପ୍ରାଥମିକତା । ତେଣୁ ସବୁବେଳେ ଜାଗ୍ରତ ହୋଇ ଦାୟିତ୍ବ ତୁଲାଇଥାନ୍ତି ସହରର ସୁରକ୍ଷା ଦାୟିତ୍ବ ନେଇଥିବା କମିଶନରେଟ ପୋଲିସକୁ ନମନରେ ପ୍ରଶଂସା କରାଯାଇଛି ।

naman Program
naman Program

କାହିଁକିନା କୋରୋନା ମହାମାରୀ ସମୟରେ ନିଜ ପରିବାର ଛାଡି ସହରବାସୀଙ୍କୁ ଜଗିବା ପାଇଁ ଏମାନେ ବିତାଇଥିଲେ ରାସ୍ତା ଉପରେ ସମୟ । ସମାଜ ପ୍ରତି ଏମାନଙ୍କ ଯୋଗଦାନକୁ ନେଇ ସ୍ମାଇଲ ପ୍ଲିଜ ସାମାଜିକ ସଂସ୍ଥା ଓ ପଲସ ଅଫ ପ୍ରେମାନନ୍ଦଙ୍କ ସଂସ୍ଥା ମିଶି ନମନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଗତକାଲି ଏହି କାର୍ଯ୍ୟକ୍ରମ ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଥିଲା ।

naman Program
naman Program

କଟକ ଓ ଭୁବନେଶ୍ୱରର ସମସ୍ତ ପୋଲିସ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା । ପୋଲିସ କମିଶନର, ଅତିରିକ୍ତ କମିଶନର ସହ ବହୁ ମାନ୍ୟଗନ୍ୟ ଅତିଥି ଯୋଗଦେଇ କାର୍ଯକ୍ରମକୁ ସଫଳ କରିଥିଲେ । ପୋଲିସ କର୍ମୀଙ୍କ ପରିବାର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଭିନ୍ନ ରଙ୍ଗାରଙ୍ଗ କାର୍ଯକ୍ରମ ଓ ନାଚ ଗୀତ ମାଧ୍ୟମରେ ପୋଲିସଙ୍କ ସେବା ସମ୍ପର୍କରେ ଅବଗତ କରାଯାଇଥିଲା । ଅଭିନେତା ସବ୍ୟସାଚୀ, ସଙ୍ଗୀତକାର ପ୍ରେମାନନ୍ଦ ଓ କମିଶନରେଟ୍ ପୋଲିସର ମିଳିତ ପ୍ରୟାସରେ ଉତ୍କଳ ମଣ୍ଡପରେ ବେସ ଧୁମଧାମରେ ପାଳିତ ହୋଇଥିଲା ନମନ 2022 କାର୍ଯକ୍ରମ ।

naman Program
naman Program

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 19, 2022, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.